ସମ୍ବଲପୁର ରେଳ ଡିଭିଜନ ଦେଶରେ ପ୍ରଥମ

ସମ୍ବଲପୁର,୧୭-୯(ବ୍ୟୁରୋ):ରେଳ ବୋର୍ଡ ୫୮ଟି ଦିଗକୁ ଆଧାର କରି ବିଭିନ୍ନ ରେଳ ମଣ୍ଡଳକୁ ମାର୍କ ଦେଇଛି। ଏଥିରେ ସମ୍ବଲପୁର ରେଳମଣ୍ଡଳ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ବିଭିନ୍ନ ଦିଗରେ କାର୍ଯ୍ୟ ଦକ୍ଷତାକୁ ନେଇ ରେଳ ବୋର୍ଡ ଏହି ଚୟନ କରିଛି। ଅଗଷ୍ଟ ମାସର ରିପୋର୍ଟ ଅନୁସାରେ ୮୦ ମାର୍କରୁ ୭୩.୦୨ ମାର୍କ ରଖି ସମ୍ବଲପୁର ରେଳ ମଣ୍ଡଳ ପ୍ରଥମ ସ୍ଥାନରେ ରହିବାକୁ ଯୋଗ୍ୟ ବିବେଚିତ ହୋଇଛି। ୭୩.୦୧ ମାର୍କ ରଖି ରତଲାମ ଡିଭିଜନ ଦ୍ୱିତୀୟ ସ୍ଥାନ ପାଇଥିବାବେଳେ ୭୨.୦୫ ମାର୍କ ରଖି ଗୁଣ୍ଟୁକାଲ ଡିଭିଜନ ତୃତୀୟ ସ୍ଥାନରେ ରହିଛି।
ଦେଶରେ ୬୮ଟି ରେଳ ଡିଭିଜନ ରହିଛି। ସେଥିମଧ୍ୟରୁ ଯାତ୍ରୀସେବା ଓ ସୁରକ୍ଷା, ରାଜସ୍ବ ଆୟ, କର୍ମଚାରୀ ଓ ଅଧିକାରୀଙ୍କ ଶୃଙ୍ଖଳାଗତ କାର୍ଯ୍ୟ, ସମୟାନୁବର୍ତ୍ତିତା, ସଫା ସୁତୁରା ଆଦି ୫୮ଟି ଦିଗକୁ ନେଇ ମାର୍କ ଦିଆଯାଇଛି। ସମ୍ବଲପୁର ରେଳ ଡିଭିଜନ ଏପ୍ରିଲ ମାସରୁ ଜୁନ ମାସ ପର୍ଯ୍ୟନ୍ତ ତୃତୀୟ ସ୍ଥାନରେ ରହିଥିଲା। ଜୁଲାଇ ମାସରେ ତାହା ଖସି ଯାଇ ତୃତୀୟ ସ୍ଥାନକୁ ଚାଲିଯାଇଥିଲା। ହେଲେ ଅଗଷ୍ଟ ମାସରେ ପୁଣି ଉତ୍କୃଷ୍ଟ ସେବା ଓ ଅନ୍ୟ ଦିଗରେ ଭଲ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ନେଇଛି। ସୋମବାର ଅପରାହ୍ନରେ ଏହି ଖବର ଜାଣିବା ପରେ ସମ୍ବଲପୁର ଡିଭିଜନରେ ଖୁସିର ଲହରି ଖେଳିଯାଇଥିଲା। ମଣ୍ଡଳ ପ୍ରବନ୍ଧକ ଜୟଦୀପ ଗୁପ୍ତା ଏହାର ଶ୍ରେୟ ଅଧିକାରୀ ଓ କର୍ମଚାରୀଙ୍କୁ ଦେଇଛନ୍ତି। ସମସ୍ତଙ୍କ ଉଦ୍ୟମରେ ଏହି ରେଳ ଡିଭିଜନ ଏକ ନମ୍ବର ସ୍ଥାନ ଅଧିକାର କରି ପାରିଛି। ଆଗାମୀ ମାସଗୁଡ଼ିକରେ ମଧ୍ୟ ଏହି ସ୍ଥାନ ବଜାର ରଖିବାକୁ ସମସ୍ତେ ନିଷ୍ଠାର ସହ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଣା ସୁନାକୁ ନୂଆ ଭଳି କରିବା ବାହାନାରେ ସୁନା ଚୋରି, ୬ ମହିଳାଙ୍କୁ କୋର୍ଟ ଚାଲାଣ କଲା…

ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତ ଅଞ୍ଚଳରେ ସୁନା ଚୋରି ମାମଲାରେ ବୁଧବାର ବିଶ୍ୱନାଥପୁର ଥାନା ପୋଲିସ ୬ ମହିଳାଙ୍କୁ ଗିରଫ…

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ବାଇକ୍‌ରେ ଯାଉଥିଲେ, ପିଟି ଦେଲା ହାଇଓ୍ବା: ଚାଲିଗଲା ମ୍ୟାନେଜରଙ୍କ ଜୀବନ…   

ଦିଗପହଣ୍ଡି,୧୯।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ମହୁଡ଼ା ଗ୍ରାମ ନିକଟରେ ହାଇୱା ଟ୍ରକ (ନଂ. ଓଡ଼ି ୩୨ ଏଲ – ୧୧୦୭) ଧକ୍କାରେ ଜଣେ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ଗଞ୍ଜାମ ନଗର ସଭାପତି ପରେ ଛାତ୍ର-ଯୁବ ସଭାପତିଙ୍କ ଉପରେ ସମସ୍ତଙ୍କ ନଜର, ଲବିରେ ମନୋଜ ପ୍ରଧାନ

ଗଞ୍ଜାମ,୧୯।୨(ବିଦ୍ୟାଧର ସାହୁ): ବିଜୁ ଜନତା ଦଳର ଗଞ୍ଜାମ ଏନ୍‌ଏସି ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କ ନାଁ ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ।ସୁଧୀର…

ସୁଧୀରଙ୍କୁ ମନୋନୀତ କଲେ ନବୀନ

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ଦୀପକ ହେଲେ ଦିଗପହଣ୍ଡି ନଗର କଂଗ୍ରେସ ସଭାପତି, ଛୁଟିଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୧୯।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧୦ନଂ ୱାର୍ଡର କାଉନସିଲର ଦୀପକ କୁମାର ମିଶ୍ରଙ୍କୁ ନଗର କଂଗ୍ରେସ କମିଟିର ସଭାପତି ରୂପେ ନିଯୁକ୍ତ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri