ସମ୍ବଲପୁରରେ ମନଇଚ୍ଛା ଗଡୁଛି ଗାଡ଼ିମୋଟର

ସମ୍ବଲପୁର, ୩୧।୩ (ବ୍ୟୁରୋ)- କରୋନା ଭୂତାଣୁ ପ୍ରତିଷେଧକ ଭାବେ ଜନତା କର୍ଫ୍ୟୁ ଓ ପରେ ୨୧ ଦିନ ଲକ୍‌ ଡାଉନ କରାଯାଇଛି । ମଙ୍ଗଳବାର ସପ୍ତମ ଦିନରେ ପହଞ୍ଚତ୍ଛି ଲକ୍‌ ଡାଉନ। କିନ୍ତୁ ସମ୍ବଲପୁର ସହରରେ ଗାଡିମୋଟର ବେଧଡ଼କ ଭାବେ ଗଡ଼ୁଛି। ଜିଲା ପୋଲିସ ମଧ୍ୟ ଜନସାଧାରଣଙ୍କ ସହ ଯୁକ୍ତିତର୍କ କରି ନ ପାରି ହାତ ଟେକି ଦେଇଛି। ହେଲମେଟ ଓ ମାସ୍କ ବ୍ୟବହାର ନ କରି ଜନସାଧରଣ ବେଧଡକ ଭାବେ ଯାତାୟତ କରୁଛନ୍ତି । ତେବେ ଏ ନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଲକ୍‌ ଡାଉନ ଲାଗି ଘରେ ରହିବାକୁ ଲୋକଙ୍କୁ କୁହାଯାଉଛି, କିନ୍ତୁ ସେମାନେ ଓଲଟା ଯୁକ୍ତିତର୍କ କରୁଛନ୍ତି।