ସମ୍ପର୍କରେ ବିଚ୍ଛେଦଠୁ ଦୂରେଇ ରହିବା ଲାଗି ଜାଣନ୍ତୁ କିଛି ଟିପ୍ସ

ସମ୍ପର୍କ ମଧ୍ୟରେ ସାଧାରଣ ମନୋମାଳିନ୍ୟ ଏକ ସାଧାରଣ ଘଟଣା। ମାତ୍ର ଅନେକ ସମୟରେ ଛୋଟ କଥା ବଢ଼ି ସମ୍ପର୍କ ବିଚ୍ଛେଦ ପର୍ଯ୍ୟନ୍ତ ପହଞ୍ଚିଥାଏ। ଆଧୁନିକ ଜୀବନଶୈଳୀ, କାର୍ଯ୍ୟବ୍ୟସ୍ତତା ଓ ଚିନ୍ତା ଏହାର କେତେଗୁଡ଼ିଏ କାରଣ। ଫଳରେ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇଥାଏ। ଏଥିରୁ ଦୂରେଇ ରହିବା ଲାଗି ଜାଣନ୍ତୁ କିଛି ଟିପ୍ସ।

ଅଫିସ ଚିନ୍ତା ଘରକୁ ଆଣନ୍ତୁ ନାହିଁ

ଯଦି ସମ୍ପର୍କରେ ଝଗଡ଼ା ଚାହୁଁ ନ ଥାନ୍ତି ତେବେ ଅଫିସ ଚିନ୍ତା ଘରକୁ ଆଣନ୍ତୁ ନାହିଁ। ଏହି ଚିନ୍ତା ଘଣକୁ ଆଣି ଅନେକ ସମୟରେ ଲୋକେ ଚିଡ଼ିଚିଡ଼ା ହୋଇଥାନ୍ତି। ଏହି ଘଟଣା ବାରମ୍ବାର ହେବା ଭଲ ହୋଇ ନ ଥାଏ। ଅଫିସ ଚିନ୍ତା ଘରକୁ ନ ଆଣିବା ସହ ସମୟ ଜ୍ଞାନ ରହିବା ଉଚିତ।

ସମୟ
ବିବାହ ପରେ ଦାୟିତ୍ୱ ବଢ଼ିଥାଏ। ତେଣୁ ଆପଣଙ୍କୁ ସମୟ ଜ୍ଞାନ ରହିବା ଜରୁରୀ। ପରିବାରକୁ ଯଥେଷ୍ଟ ସମୟ ଦେବା ଆବଶ୍ୟକ। ବେଳେ ବେଳେ ଏହି ସମୟ ମଧ୍ୟ ବିବାହ ବିଚ୍ଛେଦର କାରଣ ହୋଇଥାଏ।

ଛୋଟଛୋଟ କଥାକୁ ଧ୍ୟାନ

ସମ୍ପର୍କରେ ଛୋଟ ଛୋଟ କଥାକୁ ଧ୍ୟାନ ଦେବା ଜରୁରୀ। ସ୍ବାମୀ ସ୍ତ୍ରୀ ଉଭୟ ନିଜର ଖୁସି ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। ବେଳେ ବେଳେ ଉଭୟ ଉଭୟଙ୍କ ପାଇଁ ସମୟ କାଢ଼ି ବାହାରକୁ ବୁଲିଯିବା, ସମୟ ବିତାଇବା ମଧ୍ୟ ଜରୁରୀ ହୋଇଥାଏ।

ଜଣେ ଅନ୍ୟ ଜଣେ ରାଗିଥିବା ସମୟରେ ଚୁପ ରହି ତାଙ୍କୁ ସ୍ନେହରେ ବୁଝାଇବା ଫଳରେ ମଧ୍ୟ ଏହି ସମସ୍ୟା କେତେକାଂଶରେ ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri