Categories: ଫୁରସତ

ସମ୍ପର୍କକୁ ସୃଦୃଢ଼ କରିବାକୁ ଚାହୁଁଛନ୍ତି କି.. କରନ୍ତୁ ଏଭଳି କିଛି..

ପାଖରେ ରହିଲେ ଭଲପାଇବା ବଢ଼ିବା ସହ ସମ୍ପର୍କ ଦୃଢ଼ ହୁଏ ବୋଲି କୁହାଯାଏ। ଦମ୍ପତିଙ୍କ କ୍ଷେତ୍ରରେ ମଧ୍ୟ ଏହି ଉକ୍ତିଟି ଲାଗୁ ହୋଇଥାଏ। ମାତ୍ର ଏହା ଭୂଲ ପ୍ରମାଣିତ ହେବାରେ ଲାଗିଲାଣି। ପାର୍ଟନର କାର୍ଯ୍ୟବ୍ୟସ୍ତତା କାରଣରୁ ଅନେକ ସମୟ ବାହାରେ ରହିଥାନ୍ତି। ଏ ନେଇ ଉଭୟଙ୍କ ମଧ୍ୟରେ ନିବିଡ଼ତା ବଢ଼ିଥାଏ। ଯେତେବେଳେ ସେମାନେ ଏକାଠି ହୋଇଥାନ୍ତି, ଏହି ଘଟଣା ତାଙ୍କୁ ସେତେବେଳେ ଜଣାପଡ଼ିଥାଏ । ମାତ୍ର ଏହି ଦୂରତା ୫ ଦିନରୁ ଅଧିକ ହେବା ଉଚିତ ନୁହେଁ ବୋଲି ଏକ ଗବେଷଣାରୁ ଏହା ଜଣାପଡ଼ିଛି।
ୟୁକେର ଟ୍ରାଭେଲଜ୍‌ ହୋଟେଲ୍‌ରେ କରାଯାଇଥିବା ଏହି ଗବେଷଣାରେ ୨୦୦୦ ଲୋକ ଅଂଶଗ୍ରହଣ କରିଥିଲେ। ଯେଉଁମାନେ କାର୍ଯ୍ୟବ୍ୟସ୍ତତା ନେଇ ସେମାନଙ୍କ ପାର୍ଟନରଙ୍କଠାରୁ ଦୂରରେ ଅଛନ୍ତି ସେମାନେ ଖୁସି ଅଛନ୍ତି ବୋଲି ଏଥିରୁ ଜଣାପଡ଼ିଛି। ହୋଟେଲରେ ଆକାଉଣ୍ଟ ଦାୟିତ୍ୱ ସମ୍ଭାଳୁଥିବା ରିଚାର୍ଡସ୍କୋଟ୍‌ (୩୫) ବିଭିନ୍ନ କାମ ପାଇଁ ବାହାରକୁ ଯାଇଥାନ୍ତି। ସେ କହିଛନ୍ତି ଜଣେ ଜଣଙ୍କ ଠାରୁ ଦୂରରେ ରହିବା ଜରୁରୀ ହୋଇଥାଏ। ଏପରି କରିବା ଫଳରେ ଜଣଙ୍କୁ ଅନ୍ୟକଜଣଙ୍କ ମହତ୍ତ୍ୱ ଅନୁଭବ ହୋଇଥାଏ। ସେମାନେ ଘରକୁ ଆସିବା ପରେ ତାଙ୍କୁ ସ୍ବାଗତ କରାଯାଉଥିବା ନେଇ ସେମାନେ ଅଧିକ ଖୁସିଥାନ୍ତି ବୋଲି କହିଛନ୍ତି।

Share