Posted inଜାତୀୟ

ସମ୍ପତ୍ତି ନଷ୍ଟକୁ ନିନ୍ଦା କଲେ ମୋଦି

ଲକ୍ଷ୍ନୌ/ନୂଆଦିଲ୍ଲୀ,୨୬ା୧୨: ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ବିରୋଧୀ ବିକ୍ଷୋଭ ବେଳେ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରାଯିବା ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିନ୍ଦା କରିଛନ୍ତି। ବିକ୍ଷୋଭକାରୀ ଠିକ୍‌ କରିଛନ୍ତି, ନା ଭୁଲ୍‌ ତାହାର ଆତ୍ମସମୀକ୍ଷା କରିବା ଆବଶ୍ୟକ। ସର୍ବସାଧାରଣ ସମ୍ପତ୍ତିର ଯତ୍ନ ନେବା ନାଗରିକର ଦାୟିତ୍ୱ। କର୍ତ୍ତବ୍ୟ ଓ ଅଧିକାର ପରସ୍ପରର ପରିପୂରକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ବିକ୍ଷୋଭକାରୀ ଆନ୍ଦୋଳନବେଳେ ଗାଡ଼ି ପୋଡ଼ିବା, ରେଳଷ୍ଟେଶନରେ ଭଙ୍ଗାରୁଜା କରିବା ଦ୍ୱାରା ସେମାନେ ଭବିଷ୍ୟତ ପିଢ଼ିଙ୍କ ପାଇଁ କ୍ଷତି କଲେ ବୋଲି ଲକ୍ଷ୍ନୌଠାରେ ଅଟଳ ବିହାରୀ ବାଜପେୟୀ ମେଡିକାଲ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ ଉତ୍ସବରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି। ନିରାପଦ ପରିବେଶ ପାଇବା ଯେପରି ସମସ୍ତଙ୍କର ଅଧିକାର ସେମିତି ଆଇନ ଶୃଙ୍ଖଳାକୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ। ସମସ୍ତେ କେବଳ ଅଧିକାର ଉପରେ ଜୋର୍‌ ଦେଇଆସିଛନ୍ତି। ଏବେ କର୍ତ୍ତବ୍ୟକୁ ଗୁରୁତ୍ୱ ଦେବାର ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଉତ୍ତରପ୍ରଦେଶରେ ଗତ ସପ୍ତାହରେ ସିଏଏ ବିରୋଧୀ ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିଲା। ଏଥିରେ ୧୭ ଜଣଙ୍କ ମୃତ୍ୟୁ ହେବା ସହ ଅନେକେ ଆହତ ହୋଇଥିଲେ। ଏଥିସହିତ ପାଖାପାଖି ୧୦୦ କୋଟି ଟଙ୍କାର ସର୍ବସାଧାରଣ ସମ୍ପତ୍ତି ନଷ୍ଟ ହୋଇଥିଲା। ଲକ୍ଷ୍ନୌର ଲୋକ ଭବନଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ୨୫ ଫୁଟ୍‌ ଉଚ୍ଚ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ଅନୁଚ୍ଛେଦ ୩୭୦, ରାମ ଜନ୍ମଭୂମି ବିବାଦ ଭଳି ନାଗରିକତ୍ୱ ସଂଶୋଧନ ଆଇନ ଏକ ଲିଗାସୀ ସମସ୍ୟା। ଏହାକୁ ଯେଉଁମାନେ ଚ୍ୟାଲେଞ୍ଜ କରୁଛନ୍ତି, ସେମାନଙ୍କୁ ମୁକାବିଲା କରାଯିବ ବୋଲି ମୋଦି ସୂଚନା ଦେଇଥିଲେ।
ବାଜପେୟୀଙ୍କ ୯୫ତମ ଜନ୍ମଦିବସ ଅବସରରେ ପ୍ରଧାନମନ୍ତ୍ରୀ ଭୂତଳ ଜଳ ସ୍ତର ବୃଦ୍ଧି ଲାଗି ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ମହାରାଷ୍ଟ୍ର, ହରିୟାଣା, ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ କର୍ନାଟକର ୭୮ଟି ଜିଲାର ୮୩୦୦ରୁ ଊର୍ଦ୍ଧ୍ୱ ଗ୍ରାମରେ ଭୂତଳ ଜଳସ୍ତର ବଢ଼ାଇବାରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କମ୍‌ ପାଣି ଦରକାର ହେଉଥିବା କୃଷି ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ସରକାର ହିମାଚଳପ୍ରଦେଶର ରୋହତାଙ୍ଗ ଗିରିପଥକୁ ବାଜପେୟୀଙ୍କ ନାମରେ ନାମିତ କରିଛନ୍ତି। ଏଥିପାଇଁ ଦୀର୍ଘଦିନରୁ ଦାବି ହେଉଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ୪୦୦୦ କୋଟି ଟଙ୍କାରେ ନିର୍ମିତ ଏହି ସୁଡ଼ଙ୍ଗ କାର୍ଯ୍ୟ ୨୦୨୦ରେ ଶେଷ ହେବ। ୨୦୦୦ରେ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ଏହି ଗିରିପଥ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା। ସମୁଦ୍ରପତ୍ତନଠାରୁ ୩୦୦୦ ମିଟର ଉଚ୍ଚରେ ଏହି ୮.୮ କିମି ସୁଡଙ୍ଗ ବିଶ୍ୱର ଦୀର୍ଘତମ। ଏହା କାର୍ଯ୍ୟକାରୀ ହେଲେ ମନାଲି ଓ ଲେହ ମଧ୍ୟରେ ଦୂରତା ୪୬ କିଲୋମିଟର ହ୍ରାସ ପାଇବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ସ୍ବଦେଶୀ ଟିଟାନସ୍‌, ଡିପ୍‌ଥେରିଆ ଟିକାର ହେଲା ଶୁଭାରମ୍ଭ, ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଲେ ନଡ୍ଡା

ନୂଆଦିଲ୍ଲୀ,୨୧ା୨: ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଟିଟାନସ୍‌ ଏବଂ ବୟସ୍କଙ୍କ ପାଇଁ ଡିପ୍‌ଥେରିଆ ଟିକାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଶନିବାର ହିମାଚଳପ୍ରଦେଶର କସୌଲିସ୍ଥିତ ସେଣ୍ଟ୍ରାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରେ…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri