Categories: ଫୁରସତ

ସମୁଦ୍ର ତଳେ ଶହେ ବର୍ଷ ପୂର୍ବରୁ ହଜିଥିବା ଜାହାଜକୁ ଖୋଜି ଆଣିବ ରୋବୋ!

ଏବେ ମଣିଷ ସହ କାନ୍ଧ ମିଳାଇ କାମ କରିବାକୁ ପ୍ରସ୍ତୁତ କରାଗଲାଣି ରୋବେ। ଖୁବ୍‌ କମ୍‌ ସମୟ ମଧ୍ୟରେ ଏହା ମଣିଷର ସମକକ୍ଷ ହୋଇପାରିବ ବୋଲି କୁହାଯାଉଛି। ଏବେ ସମୁଦ୍ର ତଳେ ଶହେ ବର୍ଷ ପୂର୍ବରୁ ହଜିଥିବା ବଡ ବଡ ଜାହାଜକୁ ଖୋଜିବାରେ ରୋବୋ ସାହାଯ୍ୟ କରିବ ବୋଲି ଜଣାପଡିଛି। ଏହାକୁ ନେଇ ବିଶେଷଜ୍ଞମାନେ ବହୁ ଦିନରୁ ଚେଷ୍ଟା ଚଳାଇଥିବା ବେଳେ ଏବେ ଏହା ସଫଳ ହେବାକୁ ଯାଉଛି ବୋଲି ଜଣାପଡିଛି। ନିକଟରେ ସମୁଦ୍ର ତଳେ ଶହ ଶହ ବର୍ଷ ପୂର୍ବରୁ ହଜିଥିବା ଦ୍ରବ୍ୟକୁ ଖୋଜିବାକୁ ବୈଜ୍ଞାନିକମାନେ ରୋବୋ ତିଆରି କରିଥିବା ଜଣାପଡିଛି। ଆଉ ଏହି ରୋବୋର ନାଁ ରଖାଯାଇଛି ‘ଓସନ ଓ୍ବାନ’। ଷ୍ଟାନଫୋର୍ଡ ୟୁନିଭର୍ସିଟିରେ ଏହା ତିଆରି କରାଯାଇଥିବା ସୂଚନା ମିଳିଛି। କୁହାଯାଏ ୧୬୬୪ରୁ ଅର୍ଥାତ୍‌ ପ୍ରାୟ ୩୫୦ ବର୍ଷ ପୂର୍ବରୁ କିଙ୍ଗ ଲା ଲୁନଙ୍କ ସମୁଦ୍ରରେ ହଜିଥିବା କିଛି ସାମଗ୍ରୀକୁ ଖୋଜିଥିଲା ଏହି ରୋବୋ। ଏହି ରୋବର ଦୁଇଟି ମୁହଁ, ହାତ ଓ ଗୋଡ ରହିଛି। ଏହାକୁ ପାଣିରେ ଚଳପ୍ରଚଳ କରିବା ପାଇଁ ଏଥିରେ ଡେଣା ଲଗାଯାଇଛି। ଏହା ସମ୍ପୂର୍ଣ୍ଣ ଭାବେ ଓ୍ବାଟର ପ୍ରୁଫ ବୋଲି କୁହାଯାଉଛି। ଏହାକୁ ରିମୋଟ ମାଧ୍ୟମରେ କଣ୍ଟ୍ରୋଲ କରାଯିବ। ରୋବାଟି ନିଜେ ନିଜେ କାମ କରିବା ସହ ତା’ ସାମ୍ନାରେ ଆସୁଥିବା ବାଧାକୁ ମଧ୍ୟ ଦୂର କରିପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହା ସମୁଦ୍ର ତଳର ଭିଡିଓ ପ୍ରସ୍‌ୁତ କରିବାରେ ସକ୍ଷମ ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି।

Share