ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ

ଭୋଗରାଇ, ୩୦।୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କୃଷ୍ଣପୁର ଗ୍ରାମର ବିଶ୍ୱଜିତ୍‌ ପାଳ (୪୫) ନାମକ ମତ୍ସ୍ୟଜୀବୀଙ୍କ ସମୁଦ୍ରରେ ଅସ୍ବାଭାବକ ମୃତ୍ୟୁ ଘଟିଛି। ଏନେଇ ତାଳସାରୀ ମେରାଇନ୍‌ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ. ୫/୧୯) ରୁଜୁ କରାଯାଇ ମୃତଦେହକୁ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ସେଠାରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି।
ମତ୍ସ୍ୟଜୀବୀ ପାଳ ଏକ ଡଙ୍ଗାରେ ସୋମବାର ଅପରାହ୍ନରେ ମାଛ ଧରିବାକୁ ସମୁଦ୍ର ମୁହାଣକୁ ଯାଇଥିଲେ। ସେ ମାଛ ମାରି ଫେରୁଥିବାବେଳେ କୂଳରେ ତାଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଥିଲା। ମତ୍ସ୍ୟଜୀବୀଙ୍କୁ ହସ୍‌ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମତ୍ସ୍ୟଜୀବୀଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।