ସମିତି ଅଫିସ୍‌ରେ ତାଲା ପକାଇଲେ ଚାଷୀ

ତିହିଡ଼ି,୧୧।୬(ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଚାରିତରଫ ମୌଜାର ୧୭୧ ଜଣ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲବୀମା ମିଳିପାରୁ ନାହିଁ। ଚାଷୀମାନେ ବାରମ୍ବାର ଆନ୍ଦୋଳନ କରି ପୂର୍ବରୁ ୩ଥର ସମବାୟ ସମିତିରେ ତାଲା ପକାଇଥିବା ସତ୍ତ୍ୱେ କୌଣସି ପ୍ରତିକାର ନ ହେବାରୁ ସେମାନେ ପୁଣି ମଙ୍ଗଳବାର ଆଉ ଥରେ ତାଲା ପକାଇଛନ୍ତି। ବୀମା ରାଶି ନ ମିଳିବା ଯାଏ ସେମାନେ ତାଲା ଖୋଲିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ତାଲା ପଡ଼ି ରହିବା ଯୋଗୁ ସମିତିର କାର୍ଯ୍ୟ ବନ୍ଦ ରହିଛି। କର୍ମଚାରୀମାନେ କାର୍ଯ୍ୟାଳୟକୁ ଯାଇ ପାରୁନାହାନ୍ତି।
ଆନ୍ଦୋଳନକାରୀ ଚାଷୀ ଅଭିଯୋଗ କରିଛନ୍ତି ଯେ, ସମବାୟ ସମିତି ଅଧୀନରେ ୨୦୧୭ରେ ମୋଟ ୧୭୧ ଜଣଙ୍କୁ ବୀମାରାଶି ମିଳିନାହିଁ। ବାହାରପାଳ ଗ୍ରାମର ୧୪୧, ଚାରିତରଫ ଗ୍ରାମର ୨୪ ଓ ଖଡ଼ିଯାଣ ଗ୍ରାମର ୬ ଜଣ ଚାଷୀ ମୋଟ ୧୦ ଲକ୍ଷ ୧୬ ହଜାର ଟଙ୍କା ବୀମାରାଶି ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଏ ସମ୍ପର୍କରେ ରେଜିଷ୍ଟ୍ରାର ଅଫ କୋଅପରେଟିଭ, ଭୁବନେଶ୍ୱରରେ ମାମଲା ରୁଜୁ କରାଯିବା ପରେ ୩ ଥର ଶୁଣାଣି କରାଯାଇଛି । ବୀମା କମ୍ପାନୀକୁ ଡକାଇ ସମିତି ପକ୍ଷରୁ ଆବଶ୍ୟକ କାଗଜପତ୍ର ଦାଖଲ କରାଯାଇଛି। ଏହାମଧ୍ୟରେ ଅପେକ୍ଷାରେ ୨ବର୍ଷ ବିତିଗଲାଣି। ସମ୍ପ୍ରତି ତିହିଡ଼ି ସ୍ଥିତ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାାଙ୍କରେ ବ୍ୟାଙ୍କ ସଭାପତି ରଘୁନାଥ ଲେଙ୍କା, ସମିତି ସମ୍ପାଦକ ଚିତ୍ତରଞ୍ଜନ ସ୍ବାଇଁ ଏବଂ ସଭାପତି ସୁବାସ ଚନ୍ଦ୍ର ସ୍ବାଇଁଙ୍କ ମଧ୍ୟରେ ଏନେଇ ଆଲୋଚନା ହୋଇଥିଲା। ଫସଲବୀମାରୁ ବଞ୍ଚତ୍ତ ହୋଇଥିବା ଚାଷୀଙ୍କ ସମ୍ପର୍କରେ ଏକ ନିର୍ଦ୍ଦିଷ୍ଟ ଫର୍ମ ପୂରଣ କରି ପଠାଇବାକୁ ସ୍ଥିର ହୋଇଥିଲା। ପରେ ସମିତି ପକ୍ଷରୁ ଏହାକୁ ପଠାଯାଇଥିଲେ ମଧ୍ୟ ବୀମାରାଶି ନ ମିଳିବାରୁ ସୋମବାର ଶ୍ରୀଧର ପାଢ଼ୀ, ସୁବାସ ସେଠୀ, ବଳରାମ ସୁଆର, ସୁଶାନ୍ତ ପଣ୍ଡା, ସୁନୀଲ ପଣ୍ଡା, ବାବାଜୀ ପଣ୍ଡା, ଆନନ୍ଦ ଚନ୍ଦ୍ର ପଣ୍ଡା, ମନୋଜ ପଲାଇ, ବୁଦ୍ଧିରାମ ଜେନା, ପ୍ରଦୀପ ବାରିକ, ବିଚିତ୍ର ବାରିକ, ଗୌରାଙ୍ଗ ପଲାଇ, ଦେବେନ୍ଦ୍ର ପଣ୍ଡା ପ୍ରମୁଖ ଚାଷୀ ସମିତି ଆଗରେ ବିକ୍ଷୋଭ କରିି କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri