‘ସମାଜ ସଂସ୍କାରରେ ଯୁବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

କୁଜଙ୍ଗ,୧୭ା୨(ଡି.ଏନ.ଏ.): ଯୁବକଙ୍କ ଅଦମ୍ୟ ଇଚ୍ଛାଶକ୍ତି ଆମକୁ ଆଜି ପ୍ରଗତିର ଶିଖରରେ ପହଞ୍ଚାଇଛି। ରାଜନୀତି ଆଜି ସମାଜକୁ ଭାଗଭାଗ କରୁଥିବାବେଳେ, କ୍ରୀଡ଼ା ଓ ସଂସ୍କୃତି ଆମକୁ ଗୋଟିଏ ସୂତ୍ରରେ ବାନ୍ଧି ପାରୁଛି। କ୍ରୀଡ଼ାବିନା ଆମର ଶାରିରୀକ ଓ ମାନସିକ ବିକାଶ ଅସମ୍ଭବ। କ୍ରୀଡ଼ା ହିଁ ଯୁବକମାନଙ୍କୁ ଏକାଠି ରଖିବା ସାଙ୍ଗକୁ ସମାଜ ସଂସ୍କାରରେ ବ୍ରତୀ ହେବାକୁ ପ୍ରେରଣା ଯୋଗାଏ। ସମାଜରେ ଘଟୁଥିବା ଦୁର୍ନୀତି ବ୍ୟଭିଚାରକୁ କେବଳ ଯୁବକମାନେ ଚାହିଁଲେ ହଟାଇ ଦେଇପାରିବେ। ତେଣୁ ଯୁବକମାନେ ସମାଜ ସଂସ୍କାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ ପାଇଁ ଆଗେଇ ଆସିବାକୁ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଆହ୍ବାନ କରିଛନ୍ତି। ରବିବାର ସନ୍ଧ୍ୟାରେ କୁଜଙ୍ଗ ବ୍ଲକ ପାଟପୁର ପଞ୍ଚାୟତ ବାଲିପାରି ଗ୍ରାମର ମା’ବୁଢୀକେନ୍ଦୁଳାଇ ଯୁବ ପରିଷଦ ପକ୍ଷରୁ ଅନୁଷ୍ଠିତ ୫୯ତମ ଜାନୁୟାରୀ ୨୬ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଧାୟକ ରାଉତରାୟ ଯୋଗଦେଇ ଉପରୋକ୍ତ ଆହ୍ବାନ ଦେବାସହ ଆମ ସଂସ୍କୃତି ଓ ପରମ୍ପରା କିପରି ଉଜ୍ଜିବୀତ ରହିବ ସେଥିପ୍ରତି ଯତ୍ନଶୀଳ ହେବାକୁ ପରମର୍ଶ ଦେଇଥିଲେ। ପୂର୍ବତନ ବିଧାୟକ ସରୋଜ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସମ୍ମାନିତ ଅତିଥି ପୂର୍ବତନ ସରପଞ୍ଚ ବିଜୟ ଖଟେଇ, ଜିଲାପରିଷଦ ସଭ୍ୟା ନମିତା ପରିଡା, ସାମାଜିକ କର୍ମୀ ଶୁଭ୍ରକାନ୍ତ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ। ଉତ୍ସବ ପରିଚାଳନା କରିଥିଲେ ରଶ୍ମିକାନ୍ତ ମହାପାତ୍ର, ଦିଲୀପ ବସ୍ତିଆ ଓ ସୁଧୀର ମହାପାତ୍ର। ଶେଷରେ କୃତୀ କ୍ରୀଡ଼ାବିତଙ୍କୁ ବିଧାୟକ ପୁରସ୍କାର ବିତରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri