Categories: କନ୍ଧମାଳ

ସମସ୍ୟା ଘେରରେ ମୁଣ୍ଡାପଙ୍ଗା ଗାଁ

କୋଟଗଡ,୧୪ା୧୨(ଡି.ଏନ.ଏ)-ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। କିନ୍ତୁ ଏବେ ମଧ୍ୟ କେତେକ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେଉନାହିଁ। ଏହା ଦେଖିବାକୁ ମିଳିଛି କୋଟଗଡ ବ୍ଲକ ସୁବର୍ଣ୍ଣଗିରି ଗ୍ରାମପଞ୍ଚାୟତ ମୁଣ୍ଡାପଙ୍ଗା ଗ୍ରାମରେ। ଉକ୍ତ ଗାଁରେ ୩୦ ପରିବାର ବସବାସ କରୁଛନ୍ତି। ହେଲେ ଏଠାରେ ପିଇବାପାଣିର ବ୍ୟବସ୍ଥା, ସ୍କୁଲ ଯିବା ପାଇଁ ଛାତ୍ରୀଛାତ୍ରଙ୍କ ଲାଗି ଭଲ ରାସ୍ତା ନାହିଁ, ପ୍ରାଧାନମନ୍ତ୍ରୀ ଆବାସ ଗୃହ, ବିଜୁ ପକ୍କାଘର, ବିପିଏଲ୍‌ ଚାଉଳ, କିରୋସିନ ଆଦି ସୁବିଧା ପାଇବାରେ ଗ୍ରାମବାସୀ ବଞ୍ଚତ୍ତ ଥିବା ଗ୍ରାମର ବିଦ୍ୟାଧର ପ୍ରଧାନ, ମଲେନ୍ଦ୍ର ପ୍ରଧାନ କହିଛନ୍ତି। କୋଟଗଡ ସଦରମହକୁମାରୁ ୫୦ କି.ମି. ଦୂର ମୁଣ୍ଡାପଙ୍ଗାର କୌଣସି ଲୋକଙ୍କ ସ୍ବାସ୍ଥ୍ୟ ଖରାପ ହେଲେ ଖଟିଆ ସାହାଯ୍ୟରେ ବୁହାହୋଇ ଯିବାକୁ ପଡେ। ଏ ନେଇ ବୁଡୁକି ୱାର୍ଡମେମ୍ବର ବିଲାତ ପ୍ରଧାନ ବ୍ଲକ ପ୍ରଶାସନଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଗାଁରେ ନଳକୂପ ନ ଥିବାରୁ ଲୋକେ ନାଳ ପୋଖରୀର ଦୂଷିତ ପାଣି ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି। ତେବେ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।