Categories: ବାଣିଜ୍ୟ

ସମସ୍ୟା ଉପରେ ଧ୍ୟାନ ଦେବାକୁ ଅର୍ଥ ମନ୍ତ୍ରୀଙ୍କ ପ୍ରତିଶ୍ରୁତି: ଜେଟ୍‌ ସିଇଓ

ଜେଟ୍‌ ଏୟାରଓ୍ବେଜ ସାମ୍ନା କରୁଥିବା ସମସ୍ୟା ଉପରେ ଧ୍ୟାନ ରଖାଯିବ ବୋଲି ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ପ୍ରତିଶ୍ରୁତି ଦେଇଥିବା କମ୍ପାନୀର ସିଇଓ ବିନୟ ଦୁବେ ଶନିବାର କହିଛନ୍ତି। ମହାରାଷ୍ଟ୍ର ଅର୍ଥମନ୍ତ୍ରୀ ସୁଧୀର ମୁନଗାଣ୍ଟିଓ୍ବାର, ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂ ଖରୋଲା , କମ୍ପାନୀର ସିଏଫ୍‌ଓ ଅମିତ ଅଗ୍ରଓ୍ବାଲ , ସିଇଓ ଦୁବେଙ୍କ ସମେତ ଜେଟର ଅନ୍ୟ କର୍ମଚାରୀମାନେ ଜେଟଲୀଙ୍କୁ ଭେଟିଥିଲେ। କର୍ମଚାରୀଙ୍କୁ ବିମାନ କମ୍ପାନୀ ସହ ଜଡିତ କରି ରଖିବା ଲାଗି ଅନ୍ତତଃ ପକ୍ଷେ ଗୋଟିଏ ମାସର ବେତନ ପ୍ରଦାନ କରିବା ଉପରେ ଦୁବେ ଗୁରୁତ୍ୱାରୋପ କରିଛନ୍ତି।

Share