ସମସ୍ୟାରେ ସିମୁଳିଆ ଉପଡାକ କାର୍ଯ୍ୟାଳୟ :୭ ଦିନ ମଧ୍ୟରେ ପ୍ରତିକାର ପାଇଁ ପ୍ରତିଶ୍ରୁତି

ସିମୁଳିଆ, ୨୨।୬(ଡି.ଏନ.ଏ.)-ସରକାର ଡାକସେବା ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ା ତେବେ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ଷ୍ଟେଶନ ବଜାରରେ ଥିବା ମୁଖ୍ୟ ଉପଡାକଘରେ ବର୍ଷ ବର୍ଷ ଧରି ବିଭିନ୍ନ ସମସ୍ୟା ଲାଗିରହିଛି। ଏହାର ପ୍ରତିବାଦ କରି ସିମୁଳିଆ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧିମାନେ ବିଭାଗୀୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶୁକ୍ରବାର ଅପରାହ୍ନରେ ଭଦ୍ରକ ମୁଖ୍ୟ ଡାକ କାର୍ଯ୍ୟାଳୟର ସହକାରୀ ସୁପରିଣ୍ଟେଣ୍ଡେଣ୍ଟ ବିଜୟ କୁମାର ମହାନ୍ତି ଓ ଅନ୍ୟାନ୍ୟ ଅଧିକାରୀ ପହଞ୍ଚି ଆସନ୍ତା ୭ଦିନ ମଧ୍ୟରେ ସ୍ଥାୟୀ ପୋଷ୍ଟମାଷ୍ଟର ନିଯୁକ୍ତି ସମେତ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।
ଭଦ୍ରକ ଜିଲାର ମୁଖ୍ୟ ଡାକଘର ଅଧୀନରେ ସିମୁଳିଆ ଉପଡାକ କାର୍ଯ୍ୟାଳୟ ରହିଛି। ଏହି ଉପଡାକ କାର୍ଯ୍ୟାଳୟ ଅଧୀନରେ ସିମୁଳିଆ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ବିଭିନ୍ନ ୧୦ଟି ଶାଖା ଡାକଘର ରହିଛି ା ତେବେ ପ୍ରତ୍ୟହ ମଧ୍ୟାହ୍ନ ପରେ ଉପଭୋକ୍ତାମାନଙ୍କୁ କୌଣସି ଡାକସେବା ଯୋଗାଇ ଦିଆ ନ ଯିବା ସହିତ ବିଭିନ୍ନ ଏଜେଣ୍ଟଙ୍କ ଦ୍ୱାରା ଏହି ଶାଖା ପରିଚାଳିତ ହେବା, ଡାକ କାର୍ଯ୍ୟାଳୟ ପରିସରରେ ବିଭାଗୀୟ ଅଧିକାରୀଙ୍କ ଫୋନ ନମ୍ବର ନ ରହିବା, କମ୍ପ୍ଲେନ ରେଜିଷ୍ଟର, କମ୍ପ୍ଲେନ ବାକ୍ସ ଆଦି ନ ରହିବା ସମ୍ପର୍କରେ ବର୍ଷ ବର୍ଷ ଧରି ଅଭିଯୋଗ ହୋଇଆସୁଥିଲା ା ତେବେ ଏ ସମ୍ପର୍କରେ ସ୍ଥାନୀୟ ପୋଷ୍ଟ ମାଷ୍ଟର ସେକ ମୀର ଅବଦୁଲଙ୍କୁ ପଚାରିବାରୁ ସେ ଟେମ୍ପରାରି ଡ୍ୟୁଟିରେ ଅଛନ୍ତି ା ତେବେ ତାଙ୍କ ପୂର୍ବରୁ କୌଣସି କମ୍ପ୍ଲେନ ରେଜିଷ୍ଟର ନ ଥିବା କହିବା ସହିତ ଅନ୍ୟ କୌଣସି ସୂଚନା ଦେଇପାରିବେ ନାହିଁ ବୋଲି କହିଥିଲେ। ବିଭିନ୍ନ ସମସ୍ୟା ସମ୍ପର୍କରେ ଗଣମାଧ୍ୟମ ପକ୍ଷରୁ ଉପରିସ୍ଥ ଅଧିକାରୀଙ୍କୁ ଯୋଗାଯୋଗ କରିବା ପରେ ସହକାରୀ ସୁପରିଣ୍ଟେଣ୍ଡେଣ୍ଟ ବିଜୟ କୁମାର ମହାନ୍ତି ଆସନ୍ତା ୭ଦିନ ମଧ୍ୟରେ ବିଭିନ୍ନ ସମସ୍ୟାର ସମାଧାନ କରାଯିବାର ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri