ସମସ୍ୟାରେ ବୁଡ଼ି ରହିଛି ଛତ୍ରପୁର ସହର: ସମାଧାନ ନ ହେଲେ ଜନ ଆନ୍ଦୋଳନ

ଛତ୍ରପୁର,୨୩ା୯(ଡି.ଏନ.ଏ.)-ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ସହର ହୋଇ ମଧ୍ୟ ଦୀର୍ଘ ବର୍ଷ ହେଲା ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ା ଏ ସମ୍ପର୍କରେ ବିଭିନ୍ନ ସମୟରେ ଜିଲାପାଳଙ୍କଠାରୁ ଆରମ୍ଭ କରି ଏସ୍‌ପି, ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଓ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ା ମାତ୍ର ସମସ୍ୟା ସମାଧାନ ହେଉନି ା ଛତ୍ରପୁର ୟୁଥ୍‌ ମାସ ସେବା ସଂଘ ପକ୍ଷରୁ ଏହି ସବୁ ପ୍ରସଙ୍ଗକୁ ରବିବାର ଏକ ଖବରଦାତା ସମ୍ମିଳନୀରେ ଉଠାଯାଇଛି ା ସମସ୍ୟା ସମାଧାନ ନ ହେଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଛତ୍ରପୁର ହେଡକ୍ୱାର୍ଟର ହୋଇ ମଧ୍ୟ ହେର୍ଡ୍‌କ୍ୱାିର ହସ୍ପିଟାଲ ବ୍ରହ୍ମପୁରରେ ରହିଛି ା ଅପରପକ୍ଷରେ ଛତ୍ରପୁର ହସ୍ପିଟାଲ ଉପରେ ଖୋର୍ଦ୍ଧା ଓ ପୁରୀ ଜିଲା ଏବଂ ଛତ୍ରପୁର ଓ ଗଞ୍ଜାମ ବ୍ଲକର ଲୋକେ ଚିକିତ୍ସା ସେବା ପାଇଁ ନିର୍ଭର କରୁଛନ୍ତି ା ନିକଟରେ ଜାତୀୟ ରାଜପଥ ଓ ରେଳ ଲାଇନ୍‌ ଯାଇଥିବାରୁ ବିଭିନ୍ନ ଦୁର୍ଘଟଣାରେ ଆହତ ମାନେ ଉକ୍ତ ହସ୍ପିଟାଲକୁ ଆସିଥାନ୍ତି ା ମାତ୍ର ଏଠାରେ ଡାକ୍ତରଙ୍କ ଠାରୁ ଆରମ୍ଭ କରି ନର୍ସ ଓ ଷ୍ଟାଫ୍‌ ଅଭାବ ରହିଛି ା ଏଥିପାଇଁ ଏଠାକୁ ଆସୁଥିବା ରୋଗୀମାନଙ୍କର ସାମାନ୍ୟ ଚିକିତ୍ସା କରି ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଉଥିବା ସେବା ସଂଘ ସମ୍ପାଦକ ସୟଦ ମୁକ୍ତାର କହିଛନ୍ତି ା ଏପରିକି ଏଠାକାର ଡାକ୍ତର ଛତ୍ରପୁରରେ ନ ରହି ବ୍ରହ୍ମପୁରରେ ରହୁଥିବାରୁ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି ା ଛତ୍ରପୁର ଏନ୍‌ଏସିକୁ ମ୍ୟୁନିସିପାଲିଟିର ମାନ୍ୟତା, କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା, ଛତ୍ରପୁର ନିକଟ ଜାତୀୟ ରାଜପଥରେ ତିନୋଟି ଅଣ୍ଡର ପାସ୍‌ ନିର୍ମାଣ ସହ ଟ୍ରାଫିକ୍‌ ବ୍ୟବସ୍ଥା କରିବା, ଅଚଳ ଷ୍ଟ୍ରିଟ୍‌ ଲାଇଟ୍‌କୁ କାର୍ଯ୍ୟକ୍ଷମ କରିବା, ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା, ଦ୍ରୁତ ଗତିରେ ଗାଡି ଚଳାଉଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ପକ୍ଷରୁ ଦାବି ହୋଇଛି ା ମେନ୍‌ ରୋଡ୍‌ରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଡ୍ରେନ୍‌ ନିର୍ମାଣ ନ କରିବାକୁ ପାଣି ଜମୁଛି ା ଏପରିକି ବ୍ୟବସାୟିକ ପ୍ରତିଷ୍ଠାନ ଓ ଘର ମଧ୍ୟକୁ ପାଣି ପଶୁଛି ା ଏହାର ନିରାକରଣ କରିବା, କୋର୍ଟ ଷ୍ଟେଶନ ଶୌଚାଳୟ କାର୍ଯ୍ୟକ୍ଷମ, ପାନୀୟ ଜଳ ବ୍ୟବସ୍ଥା ଏବଂ ଥାନା ସମ୍ମୁଖରେ ଥିବା ଉଦ୍ୟାନର ରକ୍ଷଣାବେକ୍ଷଣ କରିବାକୁ ଦାବି ହୋଇଛି ା ସଂଘ ପରାମର୍ଶଦାତା ତଥା ଓକିଲ ଚୈତନ୍ୟ ପ୍ରଧାନ ଛତ୍ରପୁର ବସ୍‌ଷ୍ଟାଣ୍ଡରେ ଦୂରଗାମୀ ବସ୍‌ ରହିବା ଉପରେ ଗୁରୁତ୍ୱାରୋପ କରିଥିଲେ ା ସଂଘର ଅନ୍ୟତମ ପରାମର୍ଶଦାତା ତଥା ଓକିଲ ବି ଶ୍ରୀନିବାସ କହିଥିଲେ, ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇ ଥିଲେ ହେଁ ସମସ୍ୟା ସୁଧୁରୁନି ା ଏଣିକି ଜନଆନ୍ଦୋଳନ ବ୍ୟତୀତ କୌଣସି ବିକଳ୍ପ ନ ଥିବା ସେ କହିଥିଲେ ା ପ୍ରଶାସନ ସଜାଗ ହୋଇ ସମସ୍ୟା ସମାଧାନ କରିବାକୁ ସେ ଦାବି କରିଥିଲେ ା ଖବରଦାତା ସମ୍ମିଳନୀରେ ସଂଘ ଉପାଧ୍ୟକ୍ଷ କେ. ରମେଶ ରାଓ, ଯୁଗ୍ମ ସମ୍ପାଦକ ତ୍ରିଲୋଚନ ବେହେରା, ଟ୍ରଷ୍ଟି ଏମ୍‌.ରାଜେଶ କୁମାର, ଆୟୁବ ଖାନ୍‌ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri