Categories: ଜାତୀୟ

ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍‌ କଲେ ଯୋଗୀ ସରକାର

ଲକ୍ଷ୍ନୌ,୧୬।୧୦: ଉତ୍ତରପ୍ରଦେଶରେ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍‌। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଛୁଟିକୁ ନଭେମ୍ବର ୩୦ପର୍ଯ୍ୟନ୍ତ ବାତିଲ୍‌ କରିଦେଇଛନ୍ତି। ଏନେଇ ବୁଧବାର ସେ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଆଗକୁ ଅଯୋଧ୍ୟା ନିଷ୍ପତ୍ତି ଓ ଦୀପାବଳି ରହିଥିବାରୁ ସହରର ସୁରକ୍ଷାକୁ ନଜରରେ ରଖି ଯୋଗୀ ସରକାର ଏଭଳି ନିର୍ଣ୍ଣୟ ନେଇଛନ୍ତି। ଅଯୋଧ୍ୟାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ପୋଲିସ ଓ ଯବାନ ମୁତୟନ ହୋଇଛନ୍ତି। ଅନ୍ୟପଟେ ଆଯୋଧ୍ୟା ମାମଲାକୁ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ୨ ଦିନ ପୂର୍ବରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରିଥିବା ସୂଚନା ମିଳିଛି।

Share