ସମସ୍ତ ପ୍ରକାର ଋଣକୁ ରେପୋରେଟ୍‌ ସହ ଯୋଡାଯିବ

ମୁମ୍ବାଇ,୫।୯: ବ୍ୟାଙ୍କଗୁଡ଼ିକ ଗୃହ, ଅଟୋ ଓ ପର୍ସନାଲ ଋଣ ଉପରେ ଫିକ୍ସଡ ବା ସ୍ଥାୟୀ ,ଫ୍ଲୋଟିଂ(ଅସ୍ଥାୟୀ) ସୁଧ ହାର ଘୋଷଣା କରିଛନ୍ତି। ଗ୍ରାହକ ନିଜ ପସନ୍ଦ ମୁତାବକ ଋଣ ସୁଧ ହାର ଚୟନ କରନ୍ତି। ତେବେ ଅକ୍ଟୋବର ପହିଲାରୁ ବ୍ୟାଙ୍କଗୁଡ଼ିକ ସମସ୍ତ ଅସ୍ଥାୟୀ ଋଣକୁ ରେପୋରେଟ୍‌ ଓ ବାହ୍ୟ ବେଞ୍ଚମାର୍କ ଆଧାରିତ ସୁଧ ହାର ସହ ଯୋଡିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବୁଧବାର ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି। ଏହାବ୍ୟତୀତ ରେପୋ ଭଳି ବାହ୍ୟ ବେଞ୍ଚ ମାର୍କ ଅଧୀନରେ ଥିବା ସୁଧ ହାରକୁ ୩ ମାସରେ ଅତିକମ୍‌ରେ ଥରେ ବଦଳାଇବାକୁ ନିର୍ଦ୍ଦେଶରେ କୁହାଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ବାରମ୍ବାର ରେପୋ ରେଟ ହ୍ରାସ କରାଯାଇଥିଲେ ସୁଦ୍ଧା ବ୍ୟାଙ୍କଗୁଡ଼ିକ ଏହାର ଫାଇଦା ଗ୍ରାହକଙ୍କ ନିକଟରେ ପହଞ୍ଚାଉ ନ ଥିବାରୁ ଏହାକୁ ନେଇ ଆର୍‌ବିଆଇ କ୍ଷୁବ୍ଧ। ଇତିମଧ୍ୟରେ କେନ୍ଦ୍ରୀୟ ବ୍ୟାଙ୍କ ମୋଟ୍‌ରେ ୧.୧୦ ପ୍ରତିଶତ ଏବଂ ଚଳିତ ଆର୍ଥିକ ବର୍ଷରେ ୦.୮୫% ରେପୋ ରେଟ ହ୍ରାସ କରିଛନ୍ତି। ଆର୍‌ବିଆଇର କହିବାନୁଯାୟୀ, ବ୍ୟାଙ୍କଗୁଡ଼ିକ ଅଗଷ୍ଟ ସୁଦ୍ଧା ମାତ୍ର ୦.୩୦ ପ୍ରତିଶତ ସୁଧ ହାର ହ୍ରାସ କରିଛନ୍ତି, ଯାହା ଅତ୍ୟନ୍ତ ନଗଣ୍ୟ। ଅନ୍ୟପକ୍ଷରେ ବ୍ୟାଙ୍କଗୁଡ଼ିକ ଯୁକ୍ତି ଦର୍ଶାଇଛନ୍ତି ଯେ, ବକେୟା ଋଣ ମିଳିବା କମ୍‌ ହେଉଥିବାରୁ ରେପୋ ରେଟ୍‌ ହ୍ରାସର ଫାଇଦା ଦେବାରେ ବିଳମ୍ବ ହେଉଛି। ସେହିପରି ବେଞ୍ଚମାର୍କ ଆଧାରିତ ସୁଧ ହାରରେ ଋଣ ନେଉଥିବା କ୍ଷୁଦ୍ର ବ୍ୟବସାୟୀଙ୍କୁ ଆର୍‌ବିଆଇ ଆଶ୍ୱସ୍ତ କରିବାକୁ ଚାହିଁଛି। ଅକ୍ଟୋବର ପହିଲାରୁ ଏମ୍‌ଏସ୍‌ଏମ୍‌ଇଙ୍କ ପାଇଁ ଋଣ ଉପରେ ବେଞ୍ଚମାର୍କ ଆଧାରିତ ସୁଧ ହାରକୁ ରେପୋ ରେଟ ସହ ଯୋଡିବାକୁ ଆର୍‌ବିଆଇ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଫଳରେ କ୍ଷୁଦ୍ର ବ୍ୟବସାୟୀମାନେ ଏଣିକି ଶସ୍ତାରେ ଋଣ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ବାଲାନ୍ସ ଆକାଉଣ୍ଟରୁ ଉଠାଇପାରିବେ ୧୦ହଜାର ଟଙ୍କା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ କାର୍ଯ୍ୟକାଳର ସବୁଠାରୁ ଲୋକପ୍ରିୟ ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଜନ ଧନ (ପ୍ରଧାନମନ୍ତ୍ରୀ ଜନ ଧନ) ଆକାଉଣ୍ଟ। ଏହି ଯୋଜନା…

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

Railways fare Alert: ରେଲେଓ଼୍ବ ଏହି ୧୦ଟି ଟ୍ରେନର ଭଡାରେ କଲା ପରିବର୍ତ୍ତନ, ଯାତ୍ରା କରିବା ପୂର୍ୱରୁ ଜାଣି ନିଅନ୍ତୁ ଜରୁରୀ ଖବର…

ନୂଆଦିଲ୍‌ଲୀ,୨୦।୨:ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ତେଣୁ, ଏହି ଖବର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରାସଙ୍ଗିକ। ରେଳବାଇ 10ଟି ଟ୍ରେନରେ ଭଡା…

ଦେଶର ଖଣିଜ ଉତ୍ପାଦନକୁ ଓଡ଼ିଶାର ଯୋଗଦାନ ୪୩.୭

ଭୁବନେଶ୍ୱର,୨୦ା୨: ଦେଶର ଅର୍ଥନୀତିର ଚକକୁ ଗତିଶୀଳ କରିବାରେ ଓଡ଼ିଶାର ଖଣି ସମ୍ପଦ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛି। ଦେଶର ମୋଟ ଖଣିଜ ଉତ୍ପାଦନରେ ଓଡ଼ିଶାର ଅବଦାନ…

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri