ସମସିଆ ଘେରରେ ଭୁତଟିକ୍ରା ଗାଁବାସୀ

ଜାମଟିକ୍ରା, ୨୧।୮ (ଡି.ଏନ୍‌.ଏ): କେନ୍ଦ୍ର ଆର ରାଏଜ୍‌ ସରକାର ଗାଁଗଁଲିର ବିକାଶ ଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଅନେକ ଜାଗାରେ ଯୋଜନାକେ କାଯ୍‌କାରୀ କରୁଥିବାର ଅଧ୍‌କାରୀ, କରମ୍‌ଚାରୀ ଆର ଥାନୀୟ ନେତାକର ଉଦାସିନ୍‌ତା ଲାଗି ସରକାରକଁର ଇ ମହତ୍‌ ଯୋଜନାମାନ୍‌ ବାଟବନା ହେଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ର ଭୁତଟିକ୍ରା ଗାଁରେ।
ସୂଚନା ହିସାବେ ଅତାବିରା ବ୍ଲକ ସଦରନୁ ୭ କି.ମି. ଦୂରେ ରହିଛେ ଭୁତଟିକ୍ରା। ଗାଁରେ ପାଖାପାଖି ୩ଶହରୁ ଅଧ୍‌କା ଲୋକ୍‌ ବାସ୍‌ କରୁଛନ୍‌। ସେନ୍‌ତା ଗାଁର ବଡ଼ଭାଗି ଲୋକ୍‌ ଚାଷବାସ ଉପରେ ନିରଭର କରି ନିଜର ଜୀବନ୍‌ ଜୀବ୍‌କା ଚଲଉଛନ୍‌। ହେଲେ ଗାଁବାସୀକର ସବୁଥିରୁ ବଡ଼ ଦୁଖ୍‌ ହେଉଛେ ଗାଁକେ ଭଲ ରାସ୍‌ତା ଖଁଡ଼େ ନଁାଇଁନ। ଯେନ୍‌ଥିରଲାଗି ବରଷା ଦିନେ ଗାଁବାସୀ ନାନା ସମସିଆର ସାମନା କରୁଛନ୍‌। ବରଷାରେ ଗାଁ ରାସ୍‌ତାଟା କାଦୋ ସରସର ହେଇଯାଉଛେ। ଗାଡ଼ିମଟର ତ ଦୂରର କଥା ଇ ରାସ୍‌ତାରେ ଝନେ ସାଧା ଲୋକ୍‌ ଚାଲିକରି ଯିବାରଟା ଭିଡ଼୍‌ ପଡ଼ୁଛେ। ସେନ୍‌ତା ଗାଁରେ ଗୁଟେ ଅଙ୍ଗନଓ୍ବାଡି କେନ୍ଦ୍ର ରହିଛେ। ହେଲେ କେନ୍ଦ୍ରର ନିଜର ଘର ନାଇଁଥିବାର ଲାଗି ଗାଁର କ୍ଲବ ଘରେ ପାଠ୍‌ପଢ଼ା ଚାଲିଛେ। ଗାଁରେ ପ୍ରାଥମିକ ସ୍କୁଲ ନଁାଇଁନ, ଯେନ୍‌ଥିରଲାଗି ଗାଁର ଛାତ୍ରୀଛାତ୍ର ୧ କି.ମି. ଦୂର ବୁଗବୁଗା ସ୍କୁଲକେ ପାଠ୍‌ପଢ଼ି ଯାଉଛନ୍‌। ସେନ୍‌ତା ହାଇସ୍କୁଲ ଲାଗି ଛାତ୍ରୀଛାତ୍ର ୩ କି.ମି. ଦୂର ପତ୍ରାପାଲିକେ ଯାଉଛନ୍‌। ହେଲେ ବରଷା ଦିନେ ଗଁାର ଛାତ୍ରୀଛାତ୍ରମାନେ ରାସ୍‌ତାରେ ଅଁାଠେ ପାନି କାଦୋ ଭିତରେ ଯାଆସ କରୁଛନ୍‌। ଗଁାରେ ଗୁଟେ ନଲ୍‌ଚୁଅଁା ଆର ଗୁଟେ ସୋଲାର ପାତାଲ ବୋରିଂ ଅଛେ। ସେନ୍‌ତା ଗଁାର ଟାଙ୍ଗରପଡ଼ାରେ ନଲ୍‌ଚୁଅଁା ଅଭାବୁ ଲୋକ୍‌ ଖୁଲା ଚୁଅଁାର ପାଏନ୍‌ ଖାଏବା ପିଇବାରେ ବେଭାର କରୁଛନ୍‌। ଗଁାର ଋଷି କର୍ଣ୍ଣ(୭୦)କଁର ଲେଖେଁ ଅନେକ୍‌ ବୁଢ଼ାବୁଢ଼ି ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଶେଷଦେବ କର୍ଣ୍ଣକଁର ଲେଖେଁ ଅନେକ୍‌ ଗରିବ୍‌ ହକ୍‌ଦାର ହିତାଧିକାରୀ ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ଗଁାରୁ ଖଁଡ଼େ ଦୂରେ କୁଚିଆ ମଦ୍‌ ବିକ୍‌ରି ହେଉଛେ। ଯେନ୍‌ଥିରଲାଗି ଗଁାରେ ଅସାମାଜିକ କାଯ୍‌, ଚୁରିହାରି ବଢ଼ବାରେ ଲାଗିଛେ ବଲି ଗଁାବାସୀ ଅଭିଯୋଗ କରିଛନ୍‌। ଗଁାର ସମସିଆ ବାବ୍‌ଦେ ଗଁାବାସୀ ଥାନୀୟ ସରପଁଚ୍‌, ବିଡିଓ, ଥାନୀୟ ବିଧାୟିକାକୁଁ ବାରବାର ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ଯଦି ଆଏବାର ଦିନେ ଗଁା ରାସ୍‌ତା ତିଆର ନାଇଁ ହେବା ଗଁାବାସୀ ରାଜ୍‌ ରାସ୍‌ତାକେ ଉତିରମୁ ବଲି ଚେତାବନୀ ଦେଇଛନ୍‌। ଇ ବାବ୍‌ଦେ ଥାନୀୟ ସରପଁଚ୍‌ ପୁଷ୍ପକାନ୍ତି ସେଟକୁଁ ପଚରାଲାରୁ ସମସିଆର ସମାଧାନ ଲାଗି ଯେତେ ଜଲଦି ହେବା ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri