Posted inଖେଳ

ସମଲିଙ୍ଗୀ ସମ୍ପର୍କକୁ ଦୂତୀଙ୍କ ସ୍ବୀକାର

ନୂଆଦିଲ୍ଲୀ,୧୯।୫- ଭାରତୀୟ ତାରକା ମହିଳା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ସମଲିଙ୍ଗୀ ସମ୍ପର୍କରେ ଥିବା କଥା ସ୍ବୀକାର କରିଛନ୍ତି। ଘରୋଇ ସହର ଯାଜପୁରର ଜଣେ ଝିଅଙ୍କ ସହ ତାଙ୍କର ଗତ ୩ ବର୍ଷ ହେବ ସମ୍ପର୍କ ରହିଛି ବୋଲି ୨୩ ବର୍ଷୀୟ ଭାରତର ଏହି ଦ୍ରୁତତମ ମହିଳା ଆଥଲେଟ କହିଛନ୍ତି। ସେ ପ୍ରଥମ ଭାରତୀୟ କ୍ରୀଡ଼ାବିତ୍‌ ଭାବେ ସମଲିଙ୍ଗୀ ସମ୍ପର୍କରେ ରହିଥିବା କଥା ସ୍ବୀକାର କରି ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛନ୍ତି। ପ୍ରଥମେ ଏହି ସମ୍ପର୍କକୁ ଦୀର୍ଘ ସମୟଧରି ଆଗକୁ ଚାଲୁ ରଖିବାକୁ ଏହି ଯୋଡି ଚିନ୍ତା କରି ନ ଥିଲେ। ତେବେ ୨୦୧୮ ସେପ୍ଟେମ୍ବର ମାସରେ ମାନ୍ୟବର ସୁପ୍ରିମ୍‌କୋର୍ଟ ସମଲିଙ୍ଗୀ ସମ୍ପର୍କରେ ଐତିହାସିକ ରାୟ ଦେବା ପରେ ଏହି ଯୋଡ଼ି ସାଥୀ ହୋଇ ଜୀବନ ବିତାଇବାକୁ ନିଷ୍ପତ୍ତି ନେଇଛନ୍ତି।
ସୁପ୍ରିମକୋର୍ଟଙ୍କ ରୁଲିଙ୍ଗ୍‌ ସେକସନ ୩୭୭ ଅନୁଯାୟୀ ସମଲିଙ୍ଗୀ ସମ୍ପର୍କରେ କୌଣସି କ୍ଷତି ନାହିଁ କୁହାଯାଇଛି। ତେଣୁ ଆମେ ଦୁଇଜଣ ବିବାହ କରି ଏକ ଛୋଟ ପରିବାର ସହ ଜୀବନ ଅତିବାହିତ କରିବୁ ବୋଲି ଦୂତୀ କହିଛନ୍ତି। ମୋ ସାଥୀ ହେଉଛନ୍ତି ମୋ ନିଜ ସହରର। ସେ ମଧ୍ୟ ଜଣେ ବଡ଼ କ୍ରୀଡ଼ା ପ୍ରଶଂସକ। ମୋ ସଂଘର୍ଷ ଓ ସଫଳତାର କାହାଣୀରେ ସେ ପ୍ରଭାବିତ ପ୍ରେରଣା ପାଇଛନ୍ତି ଓ ଏହା ପରେ ଆମେ ଦୁହେଁ ନିକଟତର ହୋଇଥିଲୁ ବୋଲି ଦୂତୀ କହିଛନ୍ତି। ତେବେ ନିଜ ପାର୍ଟନର ବା ସାଥୀଙ୍କ ନାମ କହିବାକୁ ଦୂତୀ ମନା କରିଦେଇଛନ୍ତି। ସେ ନିଜେ ଚାହିଁଲେ ତାଙ୍କ ନାମ ସମସ୍ତଙ୍କୁ କହିପାରିବେ। ଏହା ତାଙ୍କର ବ୍ୟକ୍ତିଗତ ଅଧିକାର ଓ ଏ ନେଇ ତାଙ୍କ ଇଚ୍ଛାକୁ ସମ୍ମାନ ଦିଆଯିବା ଆବଶ୍ୟକ ବୋଲି ଦୂତୀ କହିଛନ୍ତି।
ଯେଉଁ ଭଳି ଚାହୁଁଛୁ, ଆମେ ସେହିଭଳି ବଞ୍ଚିବାକୁ ପ୍ରୟାସ କରିବୁ। ଆମେ କୌଣସି ଅପରାଧ କରିନାହୁଁ। ନିଜ ଇଚ୍ଛା ଅନୁସାରେ ଆମେ ସ୍ବାଧୀନ ଭାବେ ବଞ୍ଚିବାକୁ ଚାହୁଁ। ଦେଶ ପାଇଁ ଖେଳୁଥିବାରୁ ମୁଁ ସମସ୍ତଙ୍କ ନଜରରେ ରହିଛି। ଖେଳ ଛାଡିବା ପରେ ମୋ ପାଖରେ ବହୁତ ସମୟ ରହିବ ଓ ସାରା ଜୀବନ ମୋତେ ବଞ୍ଚିବାକୁ ପଡିବ। ଗତ ଦୁଇ ବର୍ଷ ହେବ ମୋର ସାଥୀ ମୋତେ ସମର୍ଥନ କରିଆସୁଛନ୍ତି। ବଡ଼ବଡ଼ ଇଭେଣ୍ଟରେ ଭାଗ ନେବା ଅବସରରେ ସେ ମୋ ସହିତ ଆସି ନ ଥାନ୍ତି। ତେବେ ଖେଳୁଥିବା ବେଳେ ଦୂରରେ ଥାଇ ସେ ମୋ ପାଇଁ ପ୍ରାର୍ଥନା କରିଥାନ୍ତି। ଆମେ ଏପର୍ଯ୍ୟନ୍ତ ଅଧିକ ସମୟ ସାଥୀ ହୋଇ ବିତାଇନାହୁଁ। ସେ ମୋତେ ସବୁବେଳେ ସମର୍ଥନ ଜଣାଇ ଆସିଛନ୍ତି।
ତେବେ ଏ ସମ୍ପର୍କରେ ମୁଁ ମାତାପିତାଙ୍କୁ କିଛ ଜଣାଇନାହିଁ ବୋଲି ଦୂତୀ ସ୍ପଷ୍ଟ କରିଛନ୍ତି। ଘରେ ଆମ ସମ୍ପର୍କକୁ ସମସ୍ତେ ଗ୍ରହଣ କରିବେ ବୋଲି ଦୂତୀ ଆଶା ପ୍ରକାଶ କରିଛନ୍ତି। ଯାଜପୁରର ଚକ ଗୋପାଳପୁର ଗ୍ରାମରେ ଏକ ବୁଣାକାର ପରିବାରରେ ଜନ୍ମଗ୍ରହଣ କରିଥିବା ଦୂତୀଙ୍କୁ ଜଣେ ଆଥଲେଟ ହିସାବରେ କୌଣସି ପରିଚୟର ଆବଶ୍ୟକତା ନାହିଁ। ଜଣେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଆଥଲେଟ ହିସାବରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଟ୍ରାକ୍‌ ଆଣ୍ଡ ଫିଲ୍ଡରେ ସେ ରାଜ୍ୟ ତଥା ଦେଶକୁ ଆନ୍ତର୍ଜାତିକସ୍ତରରେ ଗୌରବାନ୍ବିତ କରିଛନ୍ତି। ଗତ ୨୦୧୮ ଏସିଆନ ଗେମ୍ସରେ ଦୂତୀ ଦୁଇଟି ରୌପ୍ୟ ପଦକ ହାସଲ କରିଥିଲେ। ସେ ୧୦୦ ଓ ୨୦୦ ମିଟର ଦୌଡ଼ରେ ଏହି ସଫଳତା ପାଇଥିଲେ। ଦୀର୍ଘ ୩୨ ବର୍ଷ ପରେ ସେ ପ୍ରଥମ ଭାରତୀୟ ଭାବେ ଏସିଆଡ୍‌ରେ ୧୦୦ମି ଦୌଡ଼ରେ ରୌପ ପଦକ ଜିତିଥିଲେ। ସେହି ପରି ୧୬ ବର୍ଷ ପରେ ସେ ଦେଶ ପାଇଁ ଏହି ରୌପ୍ୟ ପଦକ ହାସଲ କରିଥିଲେ। ଏବେ ଦୂତୀ ହାଇଦ୍ରାବାଦରେ ରହି ପ୍ରଶିକ୍ଷଣ ଜାରି ରଖିଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ ଓ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ସେ ଯୋଗ୍ୟତା ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି।
ଦେହରେ ଅତ୍ୟଧିକ ପୁରୁଷ ହର୍‌ମୋନ ହାଇପର ଆଣ୍ଡ୍ରୋଜେନିଜମ୍‌ କାରଣରୁ ସେ ପ୍ରଥମେ ଇଣ୍ଟନ୍ୟାସନାଲ ଆସୋସିଏଶନ ଅଫ୍‌ ଆଥଲେଟିକ୍ସ ଫେଡେରେଶନ (ଆଇଏଏଏଫ) ଦ୍ୱାରା ବାସନ୍ଦ ହୋଇଥିଲେ। ସେ କୋର୍ଟ ଅଫ ଅର୍ବିଟ୍ରେଶସନ ଅଫ୍‌ ସ୍ପୋଟର୍‌ସ (କାସ୍‌)ରେ ଆବେଦନ କରି ବିଜୟୀ ହେବା ସହ କ୍ରୀଡ଼ାକୁ ପୁଣି ପ୍ରତ୍ୟାବର୍ତ୍ତନ ସଫଳତା ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri