ସମର ଫ୍ୟାଶନ

ଧୀରେ ଧୀରେ ଖରା ବଢ଼ିବାରେ ଲାଗିଛି। ଗରମ ଆଉ ଝାଳରେ କ’ଣ ପିନ୍ଧିଲେ ଆରାମ ଲାଗିବ ତାକୁ ନେଇ ସମସ୍ତଙ୍କ ଚିନ୍ତା। ହେଲେ ଆପଣ ଚାହିଁଲେ ଏମିତି କିଛି ଗେଟ୍‌ଅପ୍‌ ବାଛିପାରିବେ ଯାହାକି ଆପଣଙ୍କୁ କମ୍ଫର୍ଟ ସହ ଫ୍ୟାଶନେବଲ ଲୁକ୍‌ ମଧ୍ୟ ମିଳିବ…

ଗରମ ଆରମ୍ଭ ହେବା ମାତ୍ରେ ମାର୍କେଟକୁ ଆସିଯାଏ ବିଭିନ୍ନ ପ୍ରକାର ନୂଆ ନୂଆ ସମର କଲେକ୍ସନ। ହେଲେ ଏହା ମଧ୍ୟରୁ କ’ଣ ପିନ୍ଧିଲେ ଆପଣ ଫ୍ୟାଶନେବଲ ଲାଗିବେ ଜାଣରଖନ୍ତୁ ସେ ସମ୍ପର୍କରେ…
– ଅଧିକ ଟାଇଟ୍‌ କିମ୍ବା ହେଭି ପୋଷାକ ପରିବର୍ତ୍ତେ ଲାଇଟ୍‌ ଏଥ୍‌ନିକ୍‌ ଓ୍ବେର୍‌ ଏବେ ଡିମାଣ୍ଡରେ ଅଛି। ଜର୍ଜେଟ୍‌ କପଡ଼ାରେ ଚିକନକାରୀ ହୋଇଥିବା ସାଲଓ୍ବାର୍‌ ସୁଟ୍‌ ଏବଂ ଦୁପଟା ଗରମରୁ ରକ୍ଷା କରିବା ସହ ଟ୍ରେଣ୍ଡି ଲୁକ୍‌ ବି ଦେବ।
– ଏହିଦିନେ ଡିପ୍‌ କଲର ପରିବର୍ତ୍ତେ ଲାଇଟ୍‌ କଲର ପୋଷାକ ବାଛନ୍ତୁ। ଆପଣ ଚାହିଁଲେ ବିଭିନ୍ନ ଲାଇଟ୍‌ କଲର ଡିଜିଟାଲ ପ୍ରିଣ୍ଟ କୁର୍ତ୍ତି ପିନ୍ଧିପାରିବେ। ଆରାମ ସହ ଆଟ୍ରାକ୍ଟିଭ୍‌ ଲୁକ୍‌ ପାଇଁ ଆପଣ ଚାହିଁଲେ ଏହାକୁ ପ୍ଲାଜୋ ଏବଂ ଲେଗିଂ ସହ ପେୟାର କରିପାରିବେ।
– ଯଦି ସମର ଗେଟ୍‌ଅପ୍‌ରେ ଷ୍ଟାଇଲିଶ୍‌ ଲାଗିବାକୁ ଚାହୁଁଛନ୍ତି ଏବଂ ନୂଆ କିଣିବା ଲାଗି ବଜେଟ କମ୍‌ ଅଛି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। କାରଣ ବର୍ତ୍ତମାନ ଅନେକ ଛୋଟ ବଡ଼ ଦୋକାନ ଏବଂ ଷ୍ଟ୍ରିଟ୍‌ ମାର୍କେଟରେ ଅଳ୍ପ ଟଙ୍କାରେ ଭଳିକି ଭଳି ସମର କଲେକ୍ସନ ଉପଲବ୍ଧ। ଆପଣ ସେଠାରୁ ଟପ୍ସ, ସ୍କର୍ଟ, କୁର୍ତ୍ତି, ପ୍ଲାଜୋ, ସାଲଓ୍ବାର୍‌ ସୁଟ୍‌ ଇତ୍ୟାଦି କିଣି ମିକ୍ସ ମ୍ୟାଚ୍‌ କରି ପିନ୍ଧିପାରିବେ ।
– ଲକ୍ଷ୍ନୌ ଷ୍ଟିଚ୍‌ କଟନ ଟପ୍ସ, କୁର୍ତ୍ତି ମଧ୍ୟ ଏବେ ଅଧିକାଂଶ ପସନ୍ଦ କରୁଥିବାରୁ ଏହାର ଭଳିକି ଭଳି କଲେକ୍ସନ ମାର୍କେଟରେ ଉପଲବ୍ଧ। ଏହାକୁ ବି ଆପଣ ନିଜ ସମର କଲେକ୍ସନରେ ସାମିଲ କରିପାରିବେ।
-ବର୍ତ୍ତମାନ ଖଦିରେ ବିଭିନ୍ନ ପ୍ରକାର ଷ୍ଟାଇଲିଶ୍‌ ଜ୍ୟାକେଟ୍‌, ଓ୍ବେଷ୍ଟ କୋଟ୍‌, ଡିଜାଇନର ଟପ୍ସ, ସ୍କଟ୍‌, ପ୍ଲାଜୋ, ସେପାରେଟର୍ସ ଏବଂ ନୂଆ ଡିଜାଇନର ଶାଢ଼ି ପ୍ରସ୍ତୁତ କରାଯାଉଛି, ଯାହା କେବଳ ଦେଖିବାକୁ ଆକର୍ଷଣୀୟ ଲାଗୁନାହିଁ ପିନ୍ଧିବାକୁ ମଧ୍ୟ ବେଶ୍‌ ଆରାମଦାୟକ ଲାଗୁଛି। ଏହାର ଭଳିକି ଭଳି କଲେକ୍ସନ ମଧ୍ୟ ଲାଟେଷ୍ଟ ସମର ଫ୍ୟାଶନ ଟ୍ରେଣ୍ଡ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri