ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ଅନିୟମିତତାରେ ଚାଲିବା ଘଟଣା: ଜିଲାପାଳଙ୍କ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଶୂନ

ଦେବଗଡ଼, ୯।୧୨(ଡି.ଏନ୍‌.ଏ.) -ସରକାର ଯେଉଁ ଲକ୍ଷ୍ୟ ଉଦ୍ଦେଶ୍ୟ ନେଇ ସମଗ୍ର ଶିକ୍ଷା ଅଭିଯାନ ଆରମ୍ଭ କରିଛନ୍ତି, ତାହା ବର୍ତ୍ତମାନ ବାଟବଣା ସଦୃଶ ହୋଇଛି। ଦେବଗଡ ଜିଲାରେ ଅନିୟମିତତାରେ ଚାଲିଥିବା ସର୍ବଶିକ୍ଷା ଅଭିଯାନରୁ ଏହା ପ୍ରମାଣିତ ହୋଇଛି। ଜିଲାର ପୁରୁଣାଗଡସ୍ଥିତ ସମଗ୍ର ଶିକ୍ଷା ଅଭିଯାନର ଜିଲା ପ୍ରକଳ୍ପ ସଂଯୋଜକ (ଡିପିସି)ଙ୍କ କାର୍ଯ୍ୟାଳୟରେ କର୍ମଚାରୀମାନେ ଇଛା ଅନୁସାରେ କାର୍ଯ୍ୟ କରୁଥିବାରୁ ଯୋଜନା କିଭଳି ଚାଲିଥିବ ଜଣାପଡ଼ୁଛି। ଏଠାରେ ମନଇଛାରେ ଅଫିସ ଚାଲିଛି। କେତେଜଣ କର୍ମଚାରୀଙ୍କୁ ଛାଡିଦେଲେ ଅନ୍ୟମାନେ ସରକାରଙ୍କ ସମୟ ସାରଣୀ ମାନୁନାହାନ୍ତି। ନିର୍ଦ୍ଧାରିତ ସମୟରେ ଅଫିସ ଆସୁନାହାନ୍ତି। କିଏ କେତେବେଳେ ଆସୁଛନ୍ତି, କିଏ କେତେବେଳେ ଯାଉଛନ୍ତି ତାର କିଛି ଠିକଣା ନାହିଁ। ଏହି କାର୍ଯ୍ୟାଳୟରେ କର୍ମଚାରୀ ନିୟମିତ ନ ଆସିବା, ପୋଷାକ କିଣାରେ ପିସି କାରବାର ହେବା ଆଦି ବିଭିନ୍ନ ପ୍ରକାର ଅନିୟମିତତା ହୋଇଚାଲିଛି। ଏ ସମ୍ପର୍କରେ ଧରିତ୍ରୀରେ ଅକ୍ଟୋବର ୧୯ରେ ଅନୁସନ୍ଧାନ ମୂଳକ ଖବର ପ୍ରକାଶ ପାଇଥିଲା। ଜିଲାପାଳ ସୁଧାଂଶୁ ମୋହନ ସାମଲ ସେହି ଅକ୍ଟୋବର ୧୯ରେ ସମଗ୍ର ଶିକ୍ଷା କାର୍ଯ୍ୟାଳୟକୁ ଯାଇ ତଦନ୍ତ କରି ଫେରିଥିଲେ। ଜିଲାପାଳ ଡ଼ିଆଇପିଆର୍‌ଓଙ୍କ ଜରିଆରେ ରିପୋର୍ଟ ମଧ୍ୟ ମାଗିଥିଲେ। ତେବେ ତଦନ୍ତ ଓ ରିପୋର୍ଟ ମାଗିବା ମଧ୍ୟରେ ସୀମିତ ରହିଛି କାର୍ଯ୍ୟାନୁଷ୍ଠାନ। ଜିଲାପାଳଙ୍କ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଶୂନ ହୋଇଥିବାରୁ କାର୍ଯ୍ୟାଳୟର ଅବସ୍ଥା ଯଥା ପୂର୍ବଂ ତଥା ପରଂ। ଏଠାରେ ଚାଲିଥିବା ଅନିୟମିତତାକୁ ଚପାଇ ଦେବାକୁ ଉଦ୍ୟମ ହେଉଥିବାରୁ ଏହା ଉପରେ ଶିକ୍ଷା ସଚିବ, ୫-ଟି ସଚିବ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାର ଜରୁରୀ ଆବଶ୍ୟକତା ରହିଛି। ଜିଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ଜିଲା ପ୍ରକଳ୍ପ ସଂଯୋଜକ (ଡ଼ିପିସି) ଦାୟିତ୍ୱରେ ଥିବା ପ୍ରଦୋଷ ନାୟକ କହିଲେ, ରିପୋର୍ଟ ମଗାଯାଇଥିଲା ପଦକ୍ଷେପ ନିଆଯିବ। କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ନୋଟିସ ମଧ୍ୟ କରାଯାଇଛି।
ଖବର ନେବାରେ ଜଣାଯାଏ ଯେ, ଉକ୍ତ କାର୍ଯ୍ୟାଳୟରେ ୧୭ଜଣ କର୍ମଚାରୀଙ୍କ ମଧ୍ୟରୁ ୩ ଜଣ ଫିଲ୍ଡ କର୍ମଚାରୀ। ଡ଼ିପିସି ପଦବୀ ଖାଲି ପଡ଼ିଛି। ଜିଲା ଶିକ୍ଷା ଅଧିକାରୀ (ଡ଼ିଇଓ) ପ୍ରଦୋଷ ନାୟକ ଡିପିସି କାର୍ଯ୍ୟାଳୟର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି। ସେ ଦୁଇଟା କାର୍ଯ୍ୟାଳୟ ଦାୟିତ୍ୱରେ ଥିବାରୁ ଠିକ ଭାବେ ସମୟ ଦେଇପାରୁ ନାହାନ୍ତି। ତେଣୁ ଡିପିସି କାର୍ଯ୍ୟାଳୟ ଅଧିକାରୀ ଶୂନ୍ୟ ଭାବେ ଚାଲିଛି। ତେଣୁ ଅନ୍ୟ କର୍ମଚାରୀମାନେ କାହାକୁ ଭୟ ନ ଥିବାରୁ ଇଛା ମୁତାବକ ଆସୁଛନ୍ତି। ଏଠାରେ ବାୟମେଟ୍ରିକ୍ସ୍‌ (କମ୍ପ୍ୟୁଟର ଉପସ୍ଥାନ)ଥାଇ ମଧ୍ୟ ତାହାକୁ ଖରାପ କରିଦିଆଯାଇଥିବା ଅଭିଯୋଗ ହେଉଛି। କେଉଁ କର୍ମଚାରୀ ଆସୁଛନ୍ତି ଦିନ ୧୧ଟାରେ ତ ଆଉ କିଏ ଆସୁଛନ୍ତି ୧୨ଟାରେ। କେହି କେହି ୩ ରୁ ୪ ଦିନରେ ଥରେ କାର୍ଯ୍ୟାଳୟ ଆସି ଉପସ୍ଥାନ ଖାତାରେ ସବୁଦିନର ଦସ୍ତଖତ କରୁଥିବା ଜଣାପଡୁଛି। ଏହି କାର୍ଯ୍ୟାଳୟର କେତେକ କର୍ମଚାରୀ ଠିକ୍‌ ସମୟରେ କାର୍ଯ୍ୟାଳୟ ଆସୁ ନ ଥିବା ଓ ଛାତ୍ରୀଛାତ୍ରଙ୍କୁ ଯୋଗାଣ ହେଉଥିବା ପୋଷାକ ବ୍ୟବସାୟରେ ଲିପ୍ତ ରହି ମାଲାମାଲ ହେଉଥିବା ଅଭିଯୋଗ ହୋଇଛି। ଡିପିସି କାର୍ଯ୍ୟାଳୟରେ କର୍ମଚାରୀ ହୋଇଥିବାରୁ ବିଭିନ୍ନ ସ୍କୁଲକୁ ଡ଼ରାଇ ଏଭଳି କାମ କରୁଥିବା କୁହାଯାଉଛି। ଡ଼ିପିସି କାର୍ଯ୍ୟାଳୟର କେତେ ଜଣ କର୍ମଚାରୀଙ୍କ ବାପା, ଭାଇ ସମ୍ପର୍କୀୟ ପୋଷାକ ବ୍ୟବସାୟରେ ଲିପ୍ତ ଥିବାରୁ ଏମାନେ ସହଯୋଗ କରି ବିଦ୍ୟାଳୟ ପୋଷାକରୁ ପିସି ନେଉଛନ୍ତି। ଡ଼ିପିସି କାର୍ଯ୍ୟାଳୟର ବାୟମେଟ୍ରିକ୍ସ୍‌ କେମିତି ଖରାପ ହେଲା। ଯଦି ଖରାପ ହେଲା ମରାମତି କଣ ପାଇଁ ହେଉ ନାହିଁ। ଏ ସମ୍ପର୍କରେ ପଚାରିବାରୁ କୌଣସି କର୍ମଚାରୀ ମୁହଁ ଖୋଲୁନାହାନ୍ତି। ଆଜି ପର୍ଯ୍ୟନ୍ତ ଜିଲାର ୧୦୦ରୁ ଅଧିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ପୋଷାକ ବଣ୍ଟନ ହୋଇନାହିଁ। ସମ୍ପୃକ୍ତ ବିଦ୍ୟାଳୟ ଆକାଉଣ୍ଟକୁ ପୋଷାକ ବାବଦରେ ଅର୍ଥ ପଠାଯାଇ ସାରିଥିଲେ ମଧ୍ୟ କାହିଁକି ପୋଷାକ ବଣ୍ଟନ ହୋଇନାହିଁ ତାହା ସମଗ୍ର ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ କରାଯାଇନାହିଁ। ପିସି ଭାଗବଣ୍ଟାରେ ଅସୁବିଧା ହେତୁ ପୋଷାକ ବଣ୍ଟନ ହୋଇନାହିଁ ବୋଲି କୁହାଯାଉଛି। ତେଣୁ ଶିକ୍ଷା ସଚିବ, ୫-ଟି ସଚିବ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri