Categories: ବାଣିଜ୍ୟ

ସବ୍‌ସିଡି ବିଲ୍‌ ୩.୦୧ ଲକ୍ଷ କୋଟି

ନୂଆଦିଲ୍ଲୀ,୬-୭: ଖାଦ୍ୟ ସାମଗ୍ରୀ, ସାର ଏବଂ ତୈଳ ବାବଦରେ ସରକାର ୨୦୧୯-୨୦ ଆର୍ଥତ୍କ ବର୍ଷରେ ସବସିଡି ବାବଦକୁ ୩.୦୧ ଲକ୍ଷ କୋଟି ଟଙ୍କା ପ୍ରଦାନ କରିବେ। ଚଳିତ ବର୍ଷ ସବସିଡି ବିଲ୍‌ରେ ୧୩.୩୨% ବୃଦ୍ଧି ଘଟିଛି। ଚଳିତ ଆର୍ଥତ୍କ ବର୍ଷରେ ତୈଳ ସବସିଡି ଭାବେ ୩୭,୪୭୮ କୋଟି ପ୍ରଦାନ କରାଯିବ। ଏହା ୨୦୧୮-୧୯ରେ ୨୪,୮୩୩ କୋଟି ଟଙ୍କା ରହିଥିଲା। ସେହିଭଳି ଏଲପିଜି ସବସିଡି ଭାବେ ୩୨,୯୮୯ କୋଟି ଟଙ୍କା ପ୍ରଦାନ କରିବା ନେଇ ଆକଳନ କରାଯାଇଛି। ଏହା ୨୦୧୮-୧୯ରେ ୨୦,୨୮୩ କୋଟି ଟଙ୍କା ରହିଥିଲା। ୨୦୧୮-୧୯ରେ କିରୋସିନ ସବସିଡି ଭାବେ କେନ୍ଦ୍ର ସରକାର ୪୫୫୦ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ଚଳିତ ଆର୍ଥତ୍କ ବର୍ଷରେ ୪୪୮୯ କୋଟି ଟଙ୍କା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେହିଭଳି ଫୁଡ ସବସିଡି ବିଲ୍‌ରେ ୭.୫୪% ବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି। ଏହା ୧.୭୧ ଲକ୍ଷ କୋଟିରୁ ୧.୮୪ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ଘଟିବ। ସେହିଭଳି ସାର ସବସିଡି ୧୪.୧୪% ବଢି ୭୯,୯୯୬ କୋଟି ଟଙ୍କା ରହିଛି। ଯାହା ପୂର୍ବ ଆର୍ଥତ୍କ ବର୍ଷ ୭୦ କୋଟି ଟଙ୍କା ରହିଥିଲା।

Share