ସବୁ ବ୍ଲକ, ସବ୍‌ଡିଭିଜନରେ ମିଳିବ ଲର୍ନିଂ ଲାଇସେନ୍ସ

ଭୁବନେଶ୍ୱର,୨୫-୯(ବ୍ୟୁରୋ):ରାଜ୍ୟର ସବୁ ବ୍ଲକ ଏବଂ ସବ୍‌ଡିଭିଜନ ସ୍ତରରେ ଖୋଲିବ ଅସ୍ଥାୟୀ ଲର୍ନିଂ ଲାଇସେନ୍ସ କ୍ୟାମ୍ପ। ସେଠାରେ ଗାଡ଼ିଗୁଡ଼ିକ ପାଇଁ ପ୍ରଦୂଷଣ ସାର୍ଟିଫିକେଟ୍‌ ଦିଆଯିବାର ବ୍ୟବସ୍ଥା ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମଙ୍ଗଳବାର କହିଛନ୍ତି। ଡ୍ରାଇଭିଂ ଲାଇସେନ୍ସ, ଲର୍ନିଂ ଲାଇସେନ୍ସ, ପ୍ରଦୂଷଣ ସାର୍ଟିଫିକେଟ୍‌ ଆଦି କାଗଜପତ୍ର ନ ଥିଲେ କେନ୍ଦ୍ର ସରକାରଙ୍କ ନୂଆ ମୋଟର ଯାନ ଆଇନ ଅନୁଯାୟୀ ବଡ଼ଧରଣର ଜରିମାନା ଆଦାୟ କରାଯାଉଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ୩ ମାସ ପାଇଁ କୋହଳ କରିଛନ୍ତି। ଏହି ସମୟ ମଧ୍ୟରେ ନୂଆ ମୋଟର ଯାନ ଆଇନ ଅନୁଯାୟୀ କାଗଜପତ୍ର ପ୍ରସ୍ତୁତ କରିବାକୁ ଲୋକଙ୍କୁ କୁହାଯାଇଛି। ତେଣୁ ଲୋକମାନେ ଆବଶ୍ୟକ କାଗଜପତ୍ର ପାଇଁ ଆରଟିଓ ଏବଂ ପ୍ରଦୂଷଣ ଟେଷ୍ଟିଂ ସେଣ୍ଟରଗୁଡ଼ିକରେ ପ୍ରବଳ ଭିଡ଼ ଲଗାଉଛନ୍ତି। ଅନେକ ଲୋକଙ୍କୁ କାଗଜପତ୍ର ପ୍ରସ୍ତୁତ ପାଇଁ ବହୁ ଦୂରରୁ ଆସିବାକୁ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ବ୍ଲକ ଏବଂ ସବ୍‌ଡିଭିଜନ ସ୍ତରରେ ଅସ୍ଥାୟୀ ଲର୍ନିଂ ଲାଇସେନ୍ସ କ୍ୟାମ୍ପ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ହେଲେ ଏହି ନିଷ୍ପତ୍ତି ସମ୍ପର୍କରେ ବିଭାଗୀୟ ଅଧିକାରୀମାନେ ଜାଣି ନ ଥିବା ଜଣାପଡିଛି। ବୁଧବାର ମନ୍ତ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବାର ଅଛି। ବୈଠକରେ ମନ୍ତ୍ରୀ ଏନେଇ ଆଲୋଚନା କରିପାରନ୍ତି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ମନ୍ତ୍ରୀ ବାହାରେ ରଖୁଥିବା ମତ ଅଧିକାରୀମାନେ ଜାଣୁ ନ ଥିବା ନେଇ ମଧ୍ୟ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି ପ୍ରଦୂଷଣ ସାର୍ଟିଫିକେଟ ପାଇଁ ଆସନ୍ତା ୧ ତାରିଖରୁ ଅନ୍‌ଲାଇନରେ ଆବେଦନ କରିବାକୁ ଯେଉଁ ଖବର ପ୍ରକାଶ ପାଇଛି ତାକୁ ନେଇ ମଧ୍ୟ ଅଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କାରଣ ଏନେଇ ଅଧିକାରୀମାନେ ମଧ୍ୟ ଅବଗତ ନାହାନ୍ତି। ଏକ ବିଜ୍ଞପ୍ତି ସୋମବାର ବାହାରକୁ ଆସିଥିଲା, ଯେଉଁଥିରେ ଉଲ୍ଲେଖ ରହିଥିଲା, ଆସନ୍ତା ୧ ତାରିଖରୁ କେବଳ ଅନଲାଇନ ପ୍ରଦୂଷଣ ସାର୍ଟିଫିକେଟ ବୈଧ ପ୍ରମାଣିତ ହେବ। ବର୍ତ୍ତମାନ ରାଜ୍ୟରେ ୧୬୩ ପ୍ରଦୂଷଣ ଟେଷ୍ଟିଂ ସେଣ୍ଟର ଥିବାବେଳେ ସେଥିରୁ ୫୭ଟି ସେଣ୍ଟର ସହ ପରିବହନ ବିଭାଗର ‘ବାହନ’ ସଫ୍ଟଓ୍ବେରର ଲିଙ୍କ୍‌ ନାହିଁ। ସେମାନେ ଅନଲାଇନ ପ୍ରଦୂଷଣ ସାର୍ଟିଫିକେଟ ଦେଇପାରିବେ ନାହିଁ। ସମ୍ପୃକ୍ତ ଅଧିକାରୀଙ୍କ କହିବାନୁଯାୟୀ, ଯଦି ସବୁ ପ୍ରଦୂଷଣ ଟେଷ୍ଟିଂ ସେଣ୍ଟରକୁ ଏ ପର୍ଯ୍ୟନ୍ତ ଅନ୍‌ଲାଇନରେ ସାର୍ଟିଫିକେଟ ଦେବା ଲାଗି ବ୍ୟବସ୍ଥା କରାଯାଇନାହିଁ, ତେବେ ଲୋକଙ୍କୁ କାହିଁକି ବାଧ୍ୟ କରାଯାଉଛି। ସରକାରୀ ବ୍ୟବସ୍ଥା ଅନୁଯାୟୀ ରାଜ୍ୟରେ ଥିବା ସମସ୍ତ ପ୍ରଦୂଷଣ ଟେଷ୍ଟିଂ ସେଣ୍ଟରକୁ ପ୍ରଥମେ ଅନ୍‌ଲାଇନ ବ୍ୟବସ୍ଥା ସହ ଲିଙ୍କ୍‌ କରାଯାଉ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri