ସବୁ କିଛି ଏକାକୀ ସମାଧାନ କରିପାରିବନି ପିଏମ୍‌ଓ: ରାଜନ

ନୂଆଦିଲ୍ଲୀ,୨୨।୫: ଭାରତୀୟ ଅର୍ଥ ବ୍ୟବସ୍ଥାର ଗତି ଗତ କିଛି ତ୍ରୈମାସ ହେବ ଲଗାତର ଭାବେ ନିମ୍ନଗାମୀ ହୋଇ ଚାଲିଥିଲା। ବିଶ୍ୱ ମାନ୍ଦାବସ୍ଥା, ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ ଏବଂ ଘରୋଇ ବଜାରର କିଛି ସମସ୍ୟା ଯୋଗୁ ଅର୍ଥ ବ୍ୟବସ୍ଥା ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥିଲା। କରୋନା ଆସିବା ପରେ ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ ବୋଝ ଉପରେ କୋରଡା ମାଡ଼ ଭଳି ଘଟଣା ସାମ୍ନାକୁ ଆସିଛି। ଅର୍ଥ ବ୍ୟବସ୍ଥା ସାମ୍ନାରେ ହଠାତ୍‌ କୋଭିଡ୍‌-୧୯ ଭଳି ସଙ୍କଟ ମାଡି ଆସିବା ଫଳରେ ଏହା ଏବେ ଅର୍ଥନୈତିକ ବିପତ୍ତିର ସାମ୍ନା କରୁଛି ବୋଲି ଭାରତୀୟ ଅର୍ଥନୀତିଜ୍ଞ ତଥା ଆର୍‌ବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ ଗୁରୁବାର କହିଛନ୍ତି।
ଏହି ପ୍ରସଙ୍ଗରେ ସେ ମତ ରଖି କହିଛନ୍ତି ଯେ, ଦେଶ ସାମ୍ନାରେ ଉଭା ହୋଇଥିବା ଏହି ସମସ୍ୟାକୁ ନେଇ ବେଶ୍‌ ଚିନ୍ତିତ। ସ୍ଥିତିକୁ ସୁଧାରିବା ଲାଗି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ଏକାକୀ ସକ୍ଷମ ହୋଇପାରିବ ନାହିଁ। ସରକାର ବିପକ୍ଷରେ ଥିବା ପ୍ରତିଭାବାନ ବ୍ୟକ୍ତିଙ୍କ ମତାମତ ମଧ୍ୟ ନେବା ଆବଶ୍ୟକ। ସବୁ ପ୍ରକାର ବିକଳ୍ପକୁ ନେଇ ସରକାର ବିଚାର କରନ୍ତୁ। ଏଭଳି ସ୍ଥିତିରେ ଯଦି ଅଧିକ ପଦକ୍ଷେପ ସରକାର ଗ୍ରହଣ ନ କରନ୍ତି ତେବେ ଅର୍ଥ ବ୍ୟବସ୍ଥା ଆହୁରି କ୍ଷତିଗ୍ରସ୍ତ ହେବ। ବର୍ତ୍ତମାନ ଦେଶର ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ିଯାଇଛି। ଏହାକୁ ସୁଧାରିବା ଲାଗି ସରକାର ରାଜନୈତିକ ବିଚାରଧାରାଠାରୁ ଊର୍ଦ୍ଧ୍ୱକୁ ଯାଇ ଆର୍ଥତ୍କ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ। କେବଳ କରୋନାଜନିତ ଲକ୍‌ଡାଉନ ଲାଗି ହୋଇଥିବା କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସଜାଡିବା ଏକ ଚ୍ୟାଲେଞ୍ଜ ନୁହେଁ। ପୂର୍ବର ୩ରୁ ୪ ବର୍ଷରେ ହୋଇଥିବା ଅର୍ଥନୈତିକ କ୍ଷତିକୁ ବିଚାର କରିବାକୁ ହେବ। ଦେଶରେ ଅର୍ଥ ବ୍ୟବସ୍ଥା ଏବେ ବିଗିଡ଼ିଥିବା ମାନିବାକୁ ହେବ। ଦେଶରେ ଅନେକ ପ୍ରବୀଣ ଲୋକ ଅଛନ୍ତି। ସରକାର ସେମାନଙ୍କ ପରାମର୍ଶ ନେଇ ପାରିବେ। ପୂର୍ବତନ ଅର୍ଥମନ୍ତ୍ରୀମାନଙ୍କର ପରାମର୍ଶ ମଧ୍ୟ ସରକାର ନେଇପାରିବେ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ଅର୍ଥ ବ୍ୟବସ୍ଥାକୁ ଧୀରେ ଧୀରେ ଟ୍ରାକ୍‌କୁ ଆଣିବା ଲାଗି ରାଜନ କିଛି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ସରକାର ଭିତ୍ତିିଭୂମି ବିକାଶ ଦ୍ୱାରା ନିର୍ମାଣ କ୍ଷେତ୍ର କାର୍ଯ୍ୟକଳାପକୁ ତ୍ୱରାନ୍ବିତ କରିପାରିବେ। କରୋନା ଭାଇରସ୍‌ ବିରୋଧରେ ଲଢିବା ଯେଭଳି ଗୁରୁତ୍ୱପୂର୍ଣ୍ଣ, କ୍ଷତିଗ୍ରସ୍ତ ଅର୍ଥବ୍ୟବସ୍ଥାକୁ ସେଥିରୁ ବାହାରକୁ ଆଣିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ପ୍ୟାକେଜକୁ ରାଜନ ଅପର୍ଯ୍ୟାପ୍ତ ବୋଲି ବିବେଚନା କରିଛନ୍ତି। ଭାରତ କ୍ଷେତ୍ରରେ ଏହା ଆଂଶିକ ହେବ। ଏଣୁ ସରକାରଙ୍କୁ ସବୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ହେବ ବୋଲି ସେ ମତ ରଖିଛନ୍ତି। ଯଦି ସରକାର ଠିକ୍‌ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗାମୀ ଗୋଟିଏ ବର୍ଷରେ ସ୍ଥିତି କ’ଣ ହେବ ବୋଲି ଏକ ପ୍ରଶ୍ନରେ ରାଜନ କହିଛନ୍ତି, ସ୍ଥିତି ସମ୍ଭାଳିବା ବହୁତ କଷ୍ଟକର ହୋଇପଡିବ। ବିତ୍ତୀୟ ନିଅଣ୍ଟ ବଢ଼ିଗଲେ ରେଟିଂ ଏଜେନ୍ସିଗୁଡିକ ଭାରତକୁ କ’ଣ କହି ତଉଳିବେ ସେ ନେଇ ସରକାର ବେଶି ଚିନ୍ତିନ ନ ହେବା ଉଚିତ। ଅର୍ଥ ବ୍ୟବସ୍ଥାକୁ ବଞ୍ଚାଇବା ଲାଗି ଖର୍ଚ୍ଚ ବଢାଇବା ଆବଶ୍ୟକତା ରହିଛି । ସବୁ କିଛି ଠିକ୍‌ ହୋଇଗଲେ ଅର୍ଥବ୍ୟବସ୍ଥାକୁ ଟ୍ରାକ୍‌କୁ ଆଣିବା ଦିଗରେ ପଦକ୍ଷେପମାନ ଯୋଗଦାନ ରଖିବ।
ସେ ପୁଣି କହିଛନ୍ତି, ବର୍ତ୍ତମାନ ବେକାର ହୋଇ ବସିଥିବା ପ୍ରବାସୀ ଶ୍ରମିକଙ୍କୁ ମାଗଣା ଖାଦ୍ୟ ସାମଗ୍ରୀ ଯୋଗାଇଦେଲେ ସବୁ କିଛି କାମ ଶେଷ ହୋଇଗଲା ବୋଲି ଭାବିନେବା ଭୁଲ୍‌। ଜୀବନଧାରଣ ଲାଗି ବାସସ୍ଥାନ ସହ ଅନ୍ୟ ପ୍ରସଙ୍ଗ ମଧ୍ୟ ଏହା ମଧ୍ୟରେ ସାମିଲ ରହିଛି। ସରକାର ବିଗିଡ଼ିଥିବା ସହରଗୁଡିକର ସ୍ଥିତିକୁ ଠିକ୍‌ କରି ଗାଁକୁ ପଳାଇଥିବା ପ୍ରବାସୀଙ୍କୁ ପୁଣି କାମ ଲାଗି ଆକୃଷ୍ଟ କରିପାରିବେ। ନିକଟରେ ଅମର୍ତ୍ତ୍ୟ ସେନ ଏବଂ ଅଭିଜିତ ବାନାର୍ଜୀଙ୍କ ଏକ ଲେଖାରେ ଗରିବଙ୍କ ନିକଟକୁ ପ୍ରତ୍ୟକ୍ଷ ଅର୍ଥ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏକ ନ୍ୟୁଜ୍‌ ଏଜେନ୍ସିକୁ ସାକ୍ଷାତ୍‌କାରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଥିଲେ ଯେ, ଋଣ ଏବଂ କ୍ରେଡିଟ ଗ୍ୟାରେଣ୍ଟି ଦୀର୍ଘମିଆଦୀ ଭିତ୍ତିରେ ସମସ୍ୟାକୁ ସମାଧାନ କରିବ। ସୀତାରାମନଙ୍କ ଏହି ମତ ଉପରେ ରାଜନ କହିଛନ୍ତି ଯେ, ଋଣ ଯୋଗାଣ ଦ୍ୱାରା ଅର୍ଥ ବ୍ୟବସ୍ଥାକୁ କ୍ରିୟାଶୀଳ କରାଇବାକୁ ସମୟ ଲାଗିବ। ବର୍ତ୍ତମାନର କ୍ଷୁଧା ଏବଂ ଦାରିଦ୍ର୍ୟ ସମସ୍ୟା ସମାଧାନ ଲାଗି ଏହା ବିକଳ୍ପ ନୁହେଁ। ଏବେ ଏମ୍‌ଏସ୍‌ଏମ୍‌ଇଗୁଡିକ ଋଣ ଭାରରେ ରହିଥିବା ବେଳେ ସରକାର ମଧ୍ୟ ଋଣ ଦେବା ଲାଗି ଘୋଷଣା କରିଛନ୍ତି, ଯାହା ସେମାନଙ୍କ ଋଣବୋଝକୁ ଆହୁରି ବଢ଼ାଇବ। ଏହା ଉଭୟ କମ୍ପାନୀ ଏବଂ ବ୍ୟାଙ୍କଗୁଡିକ ଲାଗି ସମସ୍ୟା ସୃଷ୍ଟି କରିବ। ବ୍ୟାଙ୍କଗୁଡିକୁ ଋଣ ପ୍ରଦାନ କରିବାରେ ଏହା ସମସ୍ୟା ସୃଷ୍ଟି କରିବ। କ୍ରେଡିଟ ଗ୍ୟାରେଣ୍ଟିକୁ ବେଲ୍‌ ଆଉଟ ଦିଗରେ ବ୍ୟବହାର କରାଯାଇପାରେ। ବିମାନ ଶିଳ୍ପ, ପର୍ଯ୍ୟଟନ ସହ ବେଶି କ୍ଷତିଗ୍ରସ୍ତ କ୍ଷେତ୍ରଗୁଡିକୁ ଆମେରିକା ଭଳି ବେଲ୍‌ ଆଉଟ ପ୍ରଦାନ କରିପାରିବେ ନାହିଁ। ମାତ୍ର ଋଣ କ୍ଷେତ୍ରରେ ଆଶ୍ୱସ୍ତି ପ୍ରଦାନ କରିପାରିବେ। ଦେଶର ଆର୍ଥତ୍କ କ୍ଷେତ୍ରକୁ ପୁନର୍ଗଠନ, ପୁନଃ ପୁଞ୍ଜି ପ୍ରଦାନ ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଉନ୍ନତ ପରିଚାଳନା କରିବାକୁ ହେବ। କୃଷିକ୍ଷେତ୍ର ଲାଗି ସରକାର ଆଣିଥିବା ସଂସ୍କାର ଏବଂ ଶିଳ୍ପ କ୍ଷେତ୍ରରେ ହଟାଯାଇଥିବା ଲାଇସେନ୍ସ ରାଜ ପ୍ରଶଂସାଯୋଗ୍ୟ, ମାତ୍ର ଏହାର କାର୍ଯ୍ୟକାରିତା ଠିକ୍‌ ଭାବେ ହେବା ଉଚିତ। ଏହାକୁ ଅମଲାତନ୍ତ୍ର ଦ୍ୱାରା ଖରାପ ଅର୍ଥରେ ବ୍ୟବହାର କରାଯିବାର ଭୟ ରହିଛି। ମୋଟାମୋଟି ଭାବେ ଦେଶରେ ଇଜ ଅଫ୍‌ ଡୁଇଁ ବିଜ୍‌ନେସ୍‌କୁ ତ୍ୱରାନ୍ବିତ କରିବା ଲାଗି ସରକାର କାର୍ଯ୍ୟ କରନ୍ତୁ ବୋଲି ରାଜନ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

୫୨୭ ଟି ଭାରତୀୟ ପଦାର୍ଥରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପାଇଲା ୟୁରୋପୀୟ ୟୁନିଅନ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୫।୪: ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ...

ହର୍ଲିକ୍ସରୁ ‘ସ୍ୱାସ୍ଥ୍ୟ’ ଲେବଲ୍ ପ୍ରତ୍ୟାହାର କଲା ଏଚୟୁଏଲ, ‘ପୁଷ୍ଟିକର ପାନୀୟ’ ଭାବରେ କଲା ରିବ୍ରାଣ୍ଡିଂ

ନୂଆଦିଲ୍ଲୀ,୨୫।୪: ସ୍ୱାସ୍ଥ୍ୟ ପାନୀୟ ବର୍ଗରେ ସାମ୍ପ୍ରତିକ ନିୟାମକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରିବ୍ରାଣ୍ଡିଂ ପଦକ୍ଷେପ ନେଇଛି। କମ୍ପାନୀ...

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri