ଚିତ୍ରକୋଣ୍ଡା,୧୩।୩(ଡି.ଏନ.ଏ.) – ମାଲକାନଗିରି ଜିଲା ଚିତ୍ରକୋଣ୍ଡାର ବଡପଡା ପଞ୍ଚାୟତରେ ରହିଛି ସିଲିମେଟା ଗ୍ରାମ। ଏବେ ମଧ୍ୟ ଏହି ଗ୍ରାମରେ ସରକାରଙ୍କ କୌଣସି ଉନ୍ନୟନମୂଳକ କାର୍ଯ୍ୟ ପହଞ୍ଚତ୍ପାରିନାହିଁ। ବିକାଶ ଯେପରି ଏଠି ଲୋକଙ୍କ ପାଇଁ ପାଲଟିଛି ସାତସପନ। ଜାନବାଇଠାରୁ ପାହାଡ ଉପର ଦେଇ ଖଜୁରିଗୁଡା ଗ୍ରାମ ଦେଇ ୭ କିମି ଗଲେ ପଡେ ସିଲିମେଟା ଗ୍ରାମ। ବାରମ୍ବାର ବନ୍ୟଜନ୍ତୁ ଆକ୍ରମଣର ଭୟ ରହିଛି ଗ୍ରାମବାସୀଙ୍କ ପାଇଁ। ଗ୍ରାମକୁ ଯିବାକୁ ରାସ୍ତା ନାହିଁ। ପାନୀୟ ଜଳ କି ବିଦ୍ୟୁତ୍ କିଛି ନାହିଁ। ଗ୍ରାମବାସୀ ପଥୁରିଆ ପାହାଡ ଘେରା ଅନ୍ଧାରରେ ଦିନ କାଟୁଛନ୍ତି। ଜଳକଷ୍ଟରୁ ମଧ୍ୟ ବାଦ୍ ପଡିନାହାନ୍ତି ଗ୍ରାମବାସୀ। ଗ୍ରାମ ଶେଷ ମୁଣ୍ଡରେ ଥିବା ପାହାଡ଼ ତଳେ ଏକ ଚୁଆଖୋଳି ପଥର କୁଣ୍ଡ କରି ସେଥିରୁ ପାନୀୟ ଜଳ ସଂଗ୍ରହ କରି ଚଳୁଛନ୍ତି। ପାନୀୟ ଜଳ ଆଣିବାକୁ ଯାଇ ଅନେକ ଥର ମହିଳାମାନେ ବନ୍ୟଜନ୍ତୁଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଗ୍ରାମରେ କୂଅ, ନଳକୂପ କିଛି ନାହିଁ। ସବୁ ମୌଳିକ ସୁବିଧାରୁ ବଞ୍ଚତ୍ତ ହୋଇ ରହିଥିବା ଏହି ୨୦ଟି ପରିବାର ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ଯୋଜନାରୁ କୌଣସି ସୁଫଳ ପାଆନ୍ତି ନାହିଁ। ଶିକ୍ଷା ବ୍ୟବସ୍ଥା ମଧ୍ୟ ସେମାନଙ୍କ ପାଇଁ ଏକ ସମସ୍ୟା ପାଲଟିଛି। ଅଙ୍ଗନଓ୍ବାଡି ପ୍ରାକ୍ ଶିକ୍ଷା ସେମାନଙ୍କ ପାଇଁ ଅପହଞ୍ଚ। ଗ୍ରାମର ପିଲାମାନେ ପାହାଡ଼ ଡେଇଁ ଅନ୍ୟ ବିଦ୍ୟାଳୟକୁ ଆସି ପାଠ ପଢ଼ନ୍ତି। ଗ୍ରାମକୁ ଯିବା ପାଇଁ ରାସ୍ତା ନ ଥିବା ବେଳେ ଏବେ ରାସ୍ତାଟିଏ ନିର୍ମାଣ ହେଉଥିବା ଦେଖିବାକୁ ମିଳିଛି। ଗ୍ରାମ ସମସ୍ୟା ନେଇ ଅନେକ ଥର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ବୋଲି କହନ୍ତି ଗ୍ରାମବାସୀ। ଏ ସମ୍ପର୍କରେ ବିଡିଓ ଲରିମନ ଖରସେଲଙ୍କୁ ପଚାରିବାରୁ ସେ କହିଲେ ଯେ, ଏହି ଗ୍ରାମ ପାଇଁ ରାସ୍ତା ମୁଖ୍ୟ ସମସ୍ୟା ଥିଲା, ଏବେ ଏହା ନିର୍ମାଣ ଚାଲିଛି। ଗ୍ରାମକୁ ଯାଇ ଅନ୍ୟ ଯାହା ସମସ୍ୟା ରହିଛି ଅନୁଧ୍ୟାନ କରି ଏହାର ସମାଧାନ କରାଯିବ।
Posted inମାଲକାନଗିରି View All
ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା
ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍ଭି...
ପୋଡ଼ାଜଳା ପରେ ଏମ୍ଭି-୨୬ ଗାଁ ଛାଡୁଛନ୍ତି ଲୋକେ
ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍ଭି...
ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା
ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...
ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…
ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...
ମନମୋହୁଛି ମାଲ୍ୟବନ୍ତ ମହୋତ୍ସବ: ଆଜି ଆସିବେ ଓଡ଼ିଆ ସୁପରଷ୍ଟାର ବାବୁଶାନ
କାଲିମେଳା, ୪।୧୨(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲାର ସବୁଠାରୁ ବଡ଼ ସାଂସ୍କୃତିକ ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ଏବେ ପୂରା ଜିଲା ସମେତ ବ୍ଲକ ସ୍ତରରେ ମହାଆଡମ୍ବର...
ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା: ଆତ୍ମସମର୍ପଣ କଲେ ୩୭ ମାଓବାଦୀ
ମାଲକାନଗିରି,୨୨ା୧୧(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲା ସୀମାନ୍ତ ତେଲଙ୍ଗାନାରେ ୩୭ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପୋଲିସ ପାଇଁ ଏହା ବଡ ସଫଳତା ହୋଇଥିବା ମାଓବାଦୀ ସଂଗଠନକୁ ଶକ୍ତ...
ଜଳପ୍ରପାତରେ ନିଖୋଜ: ୩ ଦିନ ପରେ ମିଳିଲା ଆଉ ଜଣେ ଛାତ୍ରଙ୍କ ମୃତଦେହ
ଗୋବିନ୍ଦପାଲି,୨୧।୧୧(କାର୍ତ୍ତିକ ରଥ): ମାଲକାନଗିରି ଜିଲା ଗୋବିନ୍ଦପାଲି ନିକଟ ଗୁମ୍ମାଝରଣ ଜଳପ୍ରପାତରେ ବୁଡି ୨ ଛାତ୍ର ନିଖୋଜ ଘଟଣାରେ ବୁଧବାର ଜଣେ ଛାତ୍ରଙ୍କ ମୃତଦେହ ମିଳିଥିବା ବେଳେ...
ଚଳନ୍ତା ବସ୍ରେ ଡ୍ରାଇଭରଙ୍କୁ ଆସିଲା ହାର୍ଟଆଟାକ୍: ନିଜେ ଚାଲିଗଲେ, ହେଲେ…
ପଟାଙ୍ଗି,୨୦।୧୧(ଶରତ କୁମାର ଧଳ): ମଲାକାନଗିରି ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଚଳନ୍ତା ବସ୍ରେ ଡ୍ରାଇଭରଙ୍କୁ ହାର୍ଟଆଟାକ୍ ଆସିଥିଲା। ସେ ନିଜେ ଚାଲିଗଲେ, ହେଲେ ବଞ୍ଚାଇଦେଲେ...
Archives


