Categories: ଫୁରସତ

ସବୁଠୁ ଷ୍ଟ୍ରଙ୍ଗ ଜ୍ୟାକେଟ୍‌, ଯାହା ନଷ୍ଟ ହେବା ଅସମ୍ଭବ

ଶୀତଦିନ ଆସିଲେ ବଢିଯାଏ ଶୀତବସ୍ତ୍ରର ଚାହିଦା। ନାନା ପ୍ରକାରର ଷ୍ଟାଇଲିଶ୍‌ ଶୀତବସ୍ତ୍ର ପିନ୍ଧି ଶୀତରେ ବି ଷ୍ଟାଇଲିଶ୍‌ ଲାଗିବାକୁ ସମସ୍ତେ ପ୍ରୟାସ କରନ୍ତି। ତେବେ ଶୀତବସ୍ତ୍ର ମଧ୍ୟରେ ପଫର୍‌ ଜ୍ୟାକେଟ୍‌ ଅନ୍ୟତମ। ଏହା ଷ୍ଟାଇଲିଶ ହେବାସହ ଶୀତଦାଉରୁ ବି ରକ୍ଷା କରେ। ତେବେ ନିକଟରେ ଉକ୍ତ ଜ୍ୟାକେଟ୍‌କୁ ଆହୁରି ଖାସ୍‌ କରିବାକୁ ଯାଇ ଏହାକୁ ତିଆରି କରାଯାଇଛି ପୃଥିବୀର ସବୁଠାରୁ ଷ୍ଟ୍ରଙ୍ଗ ଫାଇବର୍‌ ‘ଡାଇନିମା’ରେ। ଫଳରେ ଏହା ନଷ୍ଟ ହେବା ଅସମ୍ଭବ ହୋଇଯାଇଛି। ଆଡଭେଞ୍ଚର କ୍ଲଦିଂ ବ୍ରାଣ୍ଡ ‘ଭୋଲବ୍ୟାକ୍‌’ ଏହାକୁ ତିଆରି କରିଛି। ଜ୍ୟାକେଟ୍‌ର ବାହ୍ୟ ଆବରଣ ଷ୍ଟିଲଠାରୁ ୧୫ଗୁଣ ଅଧିକ ଷ୍ଟ୍ରଙ୍ଗ। ଏହାକୁ ଧାରୁଆ ଛୁରିରେ କାଟି ହେବ ନାହିଁ। ସାଧାରଣତଃ ଏହି ଫାଇବର୍‌କୁ ଶରୀରର କବଚ, ଆଣ୍ଟି ବାଲାଷ୍ଟିକ୍‌ ଭେଇକଲ୍‌ ଆରମର୍‌ ଆଦି ତିଆରିରେ ବ୍ୟବହାର କରାଯାଏ। ଏତେ ଷ୍ଟ୍ରଙ୍ଗ ଫାଇଭର୍‌ରେ ଜ୍ୟାକେଟ୍‌ଟି ତିଆରି ହୋଇଥିଲେ ହେଁ, ଏହା ବହୁତ ହାଲ୍‌କା। ଆଉ ଏହାର ମୂଲ୍ୟ ହେଉଛି ୯୮୫ ଡଲାର।

Share