Posted inଫୁରସତ

ସବୁଠୁ ବଡ଼ ହାତ ତିଆରି ବହି

ଖଟରେ ଶୋଇ ବହି ପଢ଼ିବା ଅଭ୍ୟାସ ଅନେକଙ୍କର ଥାଏ। ତେବେ ଆମେ ଏଠି ଯେଉଁ ବହି କଥା କହୁଛୁ ତା’ର ପୃଷ୍ଠା ଓଲଟାଇବା ପାଇଁ ଆବଶ୍ୟକ ୬ ଜଣ ବ୍ୟକ୍ତି । ତେଣୁ ଆରାମରେ ଶୋଇ ହାତରେ ବହି ଧରି ପଢ଼ିବା ଅସମ୍ଭବ। କାରଣ ଏ ହେଉଛି ପୃଥିବୀର ସବୁଠୁ ବଡ଼ ହାତ ତିଆରି ବହି, ଯାହାର ଓଜନ ୧.୪ ଟନ୍‌। ଦୈର୍ଘ୍ୟ ୪.୧୮ ମିଟର, ପ୍ରସ୍ଥ ୩.୭୭ ମିଟର ଏବଂ ଏଥିରେ ୩୪୬ ପୃଷ୍ଠା ରହିଛି। ଉତ୍ତର ହଙ୍ଗେରୀର ସିନପେତ୍ରୀ ଗାଁରେ ଅଛି ଏହି ପୁସ୍ତକ। ପୁସ୍ତକଟିରେ ସ୍ଥାନୀୟ ବୃକ୍ଷଲତା, ପ୍ରାଣୀ ସମ୍ପଦ ଆଦି ସମ୍ପର୍କରେ ତଥ୍ୟ ରହିଛି। ଏହାର ମଲାଟଟିକୁ ୧୩ଟି ଆର୍ଜେଣ୍ଟିନୀୟ ଗାଈର ଚମଡାରେ ତିଆରି ହୋଇଛି। ପାରମ୍ପରିକ କାଗଜ ତିଆରି କଳାରେ ପାରଙ୍ଗମ ବାପା ପୁଅ ବେଲା ଭର୍ଗା ଓ କାବୋର୍‌ ଭର୍ଗା ଏହି ପୁସ୍ତକକୁ ତିଆରି କରିଛନ୍ତି। ଏଥିରେ ପାରମ୍ପରିକ ପୁସ୍ତକ ବାନ୍ଧିବା ପଦ୍ଧତି ବ୍ୟବହାର କରାଯାଇଛି। ଏଥିରେ ବ୍ୟବହୃତ କାଗଜକୁ ଅଷ୍ଟ୍ରିଆର ପେପର୍‌ ମିଲ୍‌ରୁ ଅଣାଯାଇଛି। ଆଉ ପ୍ରିଣ୍ଟ କରାଯାଇଛି ବିଲବୋର୍ଡ ବିଜ୍ଞାପନ ପ୍ରିଣ୍ଟ କରାଯାଉଥିବା ବଡ଼ ଇଣ୍ଡଷ୍ଟ୍ରିଆଲ ପ୍ରିଣ୍ଟରରେ।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri