Categories: ଫୁରସତ

ସବୁଠୁ ବଡ଼ ଥ୍ରୀଡି ପେଣ୍ଟିଂ

ଥ୍ରୀଡି ପେଣ୍ଟିଂ ଦିଏ ବାସ୍ତବତାର ସ୍ପର୍ଶ। ଏବେ ଏହି ଥ୍ରୀଡି ପେଣ୍ଟିଂର ବେଶ୍‌ ଚାହିଦା ରହିଛି। ଅନେକ କଳାକାର ନୂଆ ନୂଆ ଢଙ୍ଗରେ ଏହି ପେଣ୍ଟିଂ କରୁଛନ୍ତି। ତେବେ ଏହାକୁ ନେଇ ଅନେକେ ରେକର୍ଡ ବି କରିଛନ୍ତି। ଲଣ୍ଡନର କାନାରୀ ହ୍ବାର୍ଫରେ ଷ୍ଟ୍ରିଟ୍‌ ଆର୍ଟିଷ୍ଟ ଜୋ ହିଲ୍‌ କରିଥିବା   ଥ୍ରୀଡି ପେଣ୍ଟିଂ ତ ପୃଥିବୀର ସବୁଠାରୁ ବଡ଼ ଥ୍ରୀଡି ପେଣ୍ଟିଂ ଭାବେ ଗିନିଜ ଓ୍ବାର୍ଲଡ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛି। ଏହି ପେଣ୍ଟିଂଟି ୧୨୦୦ ବର୍ଗ ଫୁଟ୍‌ ଅଞ୍ଚଳରେ କରାଯାଇଛି। ପେଣ୍ଟିଂଟି ଭୂମି ଉପରେ ଏକ ବଡ ଜଳପ୍ରପାତ ଓ ଗଭୀର ଖାଇ ଅଟେ। ଏହାକୁ ଏତେ ନିଖୁଣ ଓ ବାସ୍ତବ ରୂପେ କରାଯାଇଛି ଯେ, ଏହାର ପାର୍ଶ୍ୱରେ ଠିଆ ହେଲେ ମନରେ ଖାଇ ଭିତରେ ପଡ଼ିଯିବାର ଭୟ ସୃଷ୍ଟି ହୋଇଥାଏ।

Share