Categories: ଫୁରସତ

ସବୁଠୁ ବଡ଼ ଟେବୁଲ୍‌ ଟେନିସ୍‌ ବ୍ୟାଟ୍‌

ଟେବୁଲ୍‌ ଟେନିସ୍‌ ଅନେକେ ଖେଳିଥିବେ। ନ ଖେଳିଥିଲେ ବି ତା’ର ଛୋଟ ଛୋଟ ବ୍ୟାଟ୍‌କୁ ନିଶ୍ଚୟ ଦେଖିଥିବେ। ଏହାକୁ ହାତରେ ସହଜରେ ଧରି ଖେଳି ହୁଏ। ତେବେ ଏହି କୁନି ବ୍ୟାଟ୍‌ର ଏକ ବିରାଟ ରୂପ ତିଆରି କରାଯାଇଛି, ଯାହାକୁ ଧରି ଖେଳିବା ଅସମ୍ଭବ ପ୍ରାୟ। କାରଣ ଏହାର ଲମ୍ବ ୧୧ ଫୁଟ ୭.୮ଇଞ୍ଚ ଓ ଓସାର ୬ ଫୁଟ୍‌ ୭.୮ ଇଞ୍ଚ ଅଟେ। ଆମେରିକାର ରାଇଜ୍‌ ବ୍ରାଣ୍ଡ ଏହାକୁ ତିଆରି କରିଥିଲା। ୨୦୧୭, ୨୧ ଜୁଲାଇରେ ଓହିଓସ୍ଥ ପିନ୍ସ ମେକାନିକାଲ କମ୍ପାନୀରେ ଏହାକୁ ପ୍ରଦର୍ଶିତ କରାଯାଇଥିଲା। ଆଉ ଏହା ପୃଥିବୀର ସବୁଠୁ ବଡ଼ ଟେବୁଲ୍‌ ଟେନିସ୍‌ ବ୍ୟାଟଭାବେ ଗିନିଜ ଓ୍ବାଲର୍‌ଡ ରେକର୍ଡସ୍‌ରେ ସ୍ଥାନ ପାଇଲା।

Share