ସବୁଠି ଗାନ ହେଲା ‘ବନ୍ଦେ ଉତ୍କଳ ଜନନୀ’

ବନ୍ତ,୩୦ା୫(ସ୍ବ.ପ୍ର.):କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଶନିବାର ୫ଟା ୩୦ରେ ବନ୍ତ ବ୍ଲକର ଆଗରପଡା ଅଞ୍ଚଳରେ ସରକାରୀ କାର୍ଯାଳୟ, ଶିକ୍ଷାନୁଷ୍ଠାନରେ ସମୂହ ବନ୍ଦେ ଉକତ୍ଳ ଜନନୀ ଗାନ କରାଯାଇଛି। ଆଗରପଡା ବଜାର ମୁଖ୍ୟ ଛକରେ ଜୋନ ବିଜେଡି ପକ୍ଷରୁ ଜିଲାପରିଷଦ ସଭ୍ୟ ପ୍ରଶାନ୍ତ କୁମାର ଦାଶଙ୍କ ନେତୃତ୍ୱରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଏଥିରେ ଏମ୍‌ପିଙ୍କ ପ୍ରତିନିଧି ଶ୍ରୀନାଥ ମହାନ୍ତି, ଯୁବନେତା ସତ୍ୟସାଧନ ବେଜ, ସମିତି ସଭ୍ୟ ଦିଲୀପ ପୁହାଣ, ଭୀଷ୍ମେଶ୍ୱର ଦାସଙ୍କ ସମେତ ବହୁ ଦଳୀୟ କର୍ମୀ ଭାଗ ନେଇଥିଲେ। ସେହିପରି ଆଗରପଡା ଥାନାରେ ଥାନାଧିକାରୀ ସୁକାନ୍ତି କେରେଇଙ୍କ ନେତୃତ୍ୱରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା।