Posted inଭଦ୍ରକ

‘ସଫଳ ଚିତ୍ରଶିଳ୍ପୀ ହେବା ଲକ୍ଷ୍ୟ’

ବାସୁଦେବପୁର,୨୬।୧୨(ଡି.ଏନ.ଏ.)- ଚିତ୍ରକଳା କ୍ଷେତ୍ରରେ ଉତ୍କର୍ଷ ପାଇଁ ସେ ନିଜ ଅଞ୍ଚଳ ଲାଗି ଗର୍ବ ଓ ଗୌରବ ପାଲଟିଛନ୍ତି। ବିଭିନ୍ନ ସଚେତନତା ବାର୍ତ୍ତା ଦେଉଥିବା ଚିତ୍ର ଆଙ୍କି ସେ ସରକାରୀ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି। ଭବିଷ୍ୟତରେ ଜଣେ ସଫଳ ଚିତ୍ରଶିଳ୍ପୀ ହେବାକୁ ଲକ୍ଷ୍ୟ ରଖିଥିବା
ଶିଶୁ ଚିତ୍ରଶିଳ୍ପୀ ହେଲେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଇରମ ପଞ୍ଚାୟତ ଶହୀଦ ସ୍ମୃତି ହାଇସ୍କୁଲର ନବମ ଶ୍ରେଣୀ ଛାତ୍ର ପ୍ରଦ୍ୟୁମ୍ନ ବାରିକ। ତାଙ୍କ ଘର ଇରମ ଗ୍ରାମରେ।
ଆନ୍ତରିକତା ଓ ଉଦ୍ୟମ ବଳରେ ଜଣେ ଯେକୌଣସି କ୍ଷେତ୍ରରେ ସଫଳ ହୋଇପାରିବ। ଏହି ଚିତ୍ରକଳା ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି ବୋଲି ସେ କହିଛନ୍ତି।
ପ୍ରଦ୍ୟୁମ୍ନ କହନ୍ତି, ପିଲାଟି ଦିନରୁ ଚିତ୍ରାଙ୍କନ ପ୍ରତି ତାଙ୍କର ଆଗ୍ରହ ଥିଲା। ତାଙ୍କ ବାପା ପ୍ରଫୁଲ୍ଲ ବାରିକ ଜଣେ କଳା ଶିକ୍ଷକ। ଚିତ୍ରକଳା ପ୍ରତି ତାଙ୍କର ଏଭଳି ଆକର୍ଷଣ ଦେଖି ସେ ଆଗ୍ରହ ବଢ଼ାଇବା ପାଇଁ ଚିତ୍ର ଆଙ୍କିବାକୁ ପ୍ରୋତ୍ସାହନ ପ୍ରଦାନ କରିଥିଲେ। ୫/୬ ବର୍ଷରୁ ରଙ୍ଗତୂଳୀରେ ଡ୍ରଇଂ ସିଟ୍‌ରେ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ। ଖୁବ୍‌ କମ୍‌ ସମୟ ମଧ୍ୟରେ କୌଣସି ଚିତ୍ର କିମ୍ବା ଫଟୋର ଅବିକଳ ନକଲ ଆଙ୍କି ପାରୁଥିବା ଦେଖି ତାଙ୍କ ବାପା ତାଙ୍କୁ ଚିତ୍ରକଳା ପ୍ରଶିକ୍ଷଣ ଦେଇଥିଲେ। ଏହାପରଠାରୁ ସେ ଆଗକୁ ମାଡ଼ି ଚାଲିଲେ। ଚିତ୍ର ଆଙ୍କିବା ତାଙ୍କର ନିଶାରେ ପରିଣତ ହୋଇଯାଇଛି। ଏହାମଧ୍ୟରେ ବିଦ୍ୟାଳୟସ୍ତରୀୟ, ବ୍ଲକ ଓ ଜିଲାସ୍ତରୀୟ ଚିତ୍ରକଳା ପ୍ରତିଯୋଗିତାରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ବଜାଇ ରଖିବାରେ ସଫଳ ହୋଇପାରିଛନ୍ତି। ଉତ୍କୃଷ୍ଟ ମାନର ଚିତ୍ରାଙ୍କନ ପାଇଁ ବାସୁଦେବପୁର ସୌରଭ ସମ୍ମାନ, ମୁକ୍ତାକାଶ ଚିତ୍ରାଙ୍କନ ପ୍ରତିଯୋଗିତା, ବ୍ଲକସ୍ତରୀୟ ଶିଶୁ ଉତ୍ସବ, ବାରାପୁର ମକର ମହୋତ୍ସବ, ରାଜ୍ୟସ୍ତରୀୟ କଳାକାର ମହାସମ୍ମିଳନୀ, ସୁରଭି-୨୦୧୮, ଉତ୍କଳ କଳା ସଂସ୍କୃତି ପ୍ରତିଷ୍ଠାନ ସମେତ ୩୦ରୁ ଊର୍ଦ୍ଧ୍ୱ ଅନୁଷ୍ଠାନ ପକ୍ଷରୁ ସେ ସମ୍ବର୍ଦ୍ଧିତ ହୋଇଛନ୍ତି। ବଡ଼ଭଉଣୀ ପ୍ରତିଭା ତାଙ୍କ ପ୍ରେରଣାର ଉତ୍ସ। ପ୍ରତିଭା ଜଣେ ସଫଳ ଚିତ୍ରଶିଳ୍ପୀ। ସେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୩ ଥର ସଫଳ ହୋଇ ପୁରସ୍କୃତ ହୋଇଛନ୍ତି। ବର୍ତ୍ତମାନ ସ୍ଥିତିରେ ଚିତ୍ରକଳା ଲୋକଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଛି। ଚିତ୍ରକଳା କ୍ଷେତ୍ରରେ ଛାତ୍ରୀଛାତ୍ର ଓ ଯୁବ ଚିତ୍ରଶିଳ୍ପୀମାନଙ୍କୁ ଆଗକୁ ଯିବା ପାଇଁ ଅଧିକ ପ୍ରୋତ୍ସାହନର ଆବଶ୍ୟକତା ରହିଛି ବୋଲି ପ୍ରଦ୍ୟୁମ୍ନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ବାଇକ୍‌କୁ ଧକ୍କାଦେଲା ଟ୍ରାକ୍ଟ୍ରର, ଚାଲିଗଲା ୨ ଜଣଙ୍କ ଜୀବନ

ଧାମନଗର,୪ା୪(ସନ୍ତୋଷ କୁମାର ମହାପାତ୍ର/ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଞ୍ଚଳ ଭଣ୍ଡାରିପଦୀ ଛକ ମୁଖ୍ୟ ରାସ୍ତାରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୨…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଯାତ୍ରୀବାହୀ ବସରେ ଅଧିକ ଭଡ଼ାକୁ ନେଇ ପ୍ରତିବାଦ, ତିହିଡି଼ ଜନସାଧାରଣ ଅଧିକାର ମଞ୍ଚ ପକ୍ଷରୁ ବସରୋକୋ

ତିହିଡି଼,୩୧।୩(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସରେ ଧାର୍ଯ୍ୟ ଭଡ଼ା ଠାରୁ ୨ଗୁଣ ଅଧିକ ନିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri