ସଫଳତା ପଛରେ ରହିଛି କଠିନ ପରିଶ୍ରମ

ଫୁଲବାଣୀ ଅଫିସ, ୩ା୨-ଲୋକେ ଭାବନ୍ତି କନ୍ଧମାଳ ପଛୁଆ ବା ଅନୁନ୍ନତ। ଏବେ ଆଉ ସେ କନ୍ଧମାଳ ନାହିଁ। ଏହା ଉନ୍ନତି ପଥରେ ଆଗେଇ ଚାଲିଛି। ଆଗାମୀ ଦିନରେ ଏହା ଆଗୁଆ ଜିଲାରେ ପରିଣତ ହେବ। ଯେଉଁଠି ବି ଉନ୍ନତି ହୋଇଛି ତା ପଛରେ ରହଛି ସଫଳ ବ୍ୟକ୍ତିତ୍ୱଙ୍କ ପ୍ରଚ୍ଛନ୍ନ ହାତ। ସଫଳ ସେହିମାନେ ହୁଅନ୍ତି, ଯେଉଁମାନେ କଠୋର ପରିଶ୍ରମ କରନ୍ତି। ତେଣୁ ଆମକୁ ପ୍ରଥମେ ପରିଶ୍ରମ କରିବାକୁ ପଡିବ ବୋଲି କନ୍ଧମାଳ ମହୋତ୍ସବ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କନ୍ଧମାଳ ଏମ୍‌ପି ଡ.ଅଚ୍ୟୁତ ସାମନ୍ତ ପ୍ରକାଶ କରିଛନ୍ତି। ଅଧିକ ବୁଝାଇବାକୁ ଯାଇ ସେ ଆହୁରି କହଛନ୍ତି, ଆଜିର ଏହି ଉତ୍ସବରେ ଯେଉଁ ୪ ମହିଳା ମଞ୍ଚାସୀନ ଅଛନ୍ତି, ସେମାନେ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ। ଜିଲାପାଳ ଡାକ୍ତରୀ ପଢ଼ିବା ପରେ ଭାରତୀୟ ପ୍ରଶାସନିକ ସେବାରେ ସଫଳ। ଦୌଡିବା ପାଇଁ ଦୂତୀ ଚାନ୍ଦ ବିଶ୍ୱରେ ପରିଚିତ। ଜିଲା ପରିଷଦ ଅଧ୍ୟକ୍ଷା ରାଜନୀତି କ୍ଷେତ୍ରରେ କଷ୍ଟ କରି ଆଜି ଏହି ପଦବୀରେ ବସିଛନ୍ତି। ଅର୍ଚ୍ଚିତା ଇଞ୍ଜିନିୟରିଂ ଛାତ୍ରୀ ହୋଇ ବି ଓଡିଆ ଫିଲ୍ପ ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କନ୍ଧମାଳରେ ଅନେକ ଲୋକ ଅଛନ୍ତି, ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ। ତେଣୁ ନିଜକୁ ପଛୁଆ ନ ଭାବି ସବୁଥିରେ ଆଗୁଆ ହେବା ପାଇଁ ପରିଶ୍ରମ କର ବୋଲି ଏମ୍‌ପି କହିଥିଲେ।
ଫୁଲବାଣୀ କରୋନେଶନ ପଡିଆରେ ଜିଲାପାଳ ଡା.ବୃନ୍ଦା ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜିଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, କ୍ରୀଡାବିତ୍‌ ଦୂତୀ ଚାନ୍ଦ, ଆଇଏଏସ ପ୍ରୋବେସନର ଡା.ଶୁଭଙ୍କର ମହାପାତ୍ର, ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ସିନେତାରକା ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅର୍ଚ୍ଚିତା ଏବଂ ସବ୍ୟସାଚୀଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମକୁ ଦର୍ଶକ ଭରପୁର ଉପଭୋଗ କରିଥିଲେ। ସଭାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମହାରାଷ୍ଟ୍ରର ପୁରୁଲିଆ ଛଉ, ରାଜସ୍ଥାନର ଚକ୍ରି ଏବଂ ସୁନ୍ଦରଗଡର ଲୋକନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। ପୂର୍ବାହ୍ନରେ ମା’ ନାରାୟଣୀଙ୍କ ମନ୍ଦିରରୁ ସାଂସ୍କୃତିକ ଶୋଭାଯାତ୍ରା ବାହାରିଥିଲା। ସେଠାରୁ ମା’ ମଶାଲ ଅଣାଯାଇ ଉତ୍ସବ ପାଖରେ ସ୍ଥାପନ କରାଯାଇଥିଲା। ବହୁ ସଂଖ୍ୟାରେ ଜନସାଧାରଣ ଏଥିରେ ସାମିଲ ହୋଇଥିଲେ। ଆଦିବାସୀମାନେ ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ ଅସ୍ତ୍ରଶସ୍ତ୍ର ଧରି ନାଚି ନାଚି ପଡିଆ ଯାଏ ଆସିଥିଲେ। ମହୋତ୍ସବ ସହ ପଲ୍ଲିଶ୍ରୀ ମେଳା ମଧ୍ୟ ଆୟୋଜନ ହୋଇଛି। ରାଜ୍ୟ ତଥା ବାହାରୁ ବ୍ୟବସାୟୀ ଏଠାରେ ଷ୍ଟଲ ଖୋଲିଛନ୍ତି। ପ୍ରାୟ ୧୪୪ଟି ଷ୍ଟଲ ଚଳିତ ବର୍ଷ କରାଯାଇଛି। ଉଦ୍‌ଘାଟନୀ ଉତ୍ସବ ଛୁଟି ଦିନରେ ହୋଇଥିବାରୁ କାର୍ଯ୍ୟକ୍ରମକୁ ଉପଭୋଗ କରିବାକୁ ବହୁ ଜନସାଧାରଣଙ୍କ ଭିଡ ଜମିଥିଲା। ସେହିପରି ଷ୍ଟଲଗୁଡିକରେ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri