ଉଚ୍ଚ ରକ୍ତଚାପରୁ ଦୂରେଇ ରହିବା ପାଇଁ ସପ୍ତାହରେ ୨ ଥର ଖାଆନ୍ତୁ ଏହି ଫଳ…

ବ୍ୟସ୍ତବହୁଳ ଜୀବନରେ ଖାଦ୍ୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ସୃଷ୍ଟି ହୋଇଥାଏ ଉଚ୍ଚରକ୍ତଚାପ। ଉଚ୍ଚ ରକ୍ତଚାପ ଦେଖାଯିବାର ଅନେକ କାରଣ ରହିଛି । କାମଚାପ, ମାନସିକ ଚିନ୍ତା, ଅଧିକ ଲୁଣ ଖାଇବା, ଆଲ୍‌କୋହଲ୍‌ ସେବନ, ମେଦବହୁଳତା ଆଦି ଯୋଗୁ କେତେକଙ୍କଠାରେ ଉଚ୍ଚ ରକ୍ତଚାପ ଦେଖାଯାଇଥାଏ। ଏହାଯୋଗୁ ରକ୍ତବାହୀ ଧମନୀ ଗୁଡିକ ଉପରେ ଚାପ ପଡ଼େ। ଫଳରେ ହାର୍ଟ ଆଟାକ୍‌ ଓ ବ୍ରେନ୍‌ ଷ୍ଟ୍ରୋକର ଆଶଙ୍କା ବଢିଯାଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ କଦଳୀ ଖାଇଲେ ସୁଫଳ ମିଳିଥାଏ। ଏହାଦ୍ୱାରା ରକ୍ତଚାପ ସ୍ବାଭାବିକ ଅବସ୍ଥାକୁ ଆସିଥାଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି। କଦଳୀରେ ଥିବା ପୋଟାସିୟମ୍‌ ଶରୀରରେ ଥିବା ତରଳ ପଦାର୍ଥ ମଧ୍ୟରେ ସମନ୍ବୟ ରଖିଥାଏ। ଫଳରେ ରକ୍ତଚାପ ସ୍ବାଭାବିକ ରୁହେ। ସେହିପରି କଦଳୀ ଖାଇଲେ ରକ୍ତ ଶର୍କରାସ୍ତର ନିୟନ୍ତ୍ରିତ ହୋଇଥାଏ। ଫଳରେ ଡାଇବେଟିସ୍‌ ହେବାର ଆଶଙ୍କା କମ୍‌ ହୁଏ। କଦଳୀ ହାର୍ଟଆଟାକ୍‌ କ୍ଷେତ୍ରରେ ମହୌଷଧୀ ଭଳି କାମ କରିଥାଏ। ଏହା କୋଲେଷ୍ଟରଲସ୍ତରକୁ ସ୍ବାଭାବିକ କରିଥାଏ।