ସପ୍ତଶଯ୍ୟା ଉତ୍ସବ ଉଦ୍‌ଘାଟିତ: ମମତାକୁ ପାଥେୟକରି ମା’ ମାଟିର ବିକାଶ କର

ଢେଙ୍କାନାଳ ଅଫିସ,୨୯ା୧୨ – ଢେଙ୍କାନାଳ ଜିଲା ସଦର ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ସପ୍ତଶଯ୍ୟା ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ସନ୍ଧ୍ୟାରେ ପ୍ରଥମ ସପ୍ତଶଯ୍ୟା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଏମ୍‌ପି ମହେଶ ସାହୁ ଯୋଗଦେଇ ଏହାକୁ ଉଦ୍‌ଘାଟନ କରି କହିଲେ ଯେ, ଜନ୍ମ ମାଟିର ଆଦର, ମମତାକୁ ପାଥେୟ କରି ପ୍ରତ୍ୟେକ ନିଜନିଜ କ୍ଷେତ୍ରରେ ମା’ ମାଟିର ବିକାଶ କରିବା ଆବଶ୍ୟକ। ପ୍ରତ୍ୟେକ ଉତ୍ସବର ନାମକରଣ ସହିତ ଏହାକୁ ସମ୍ପୃକ୍ତ ସ୍ଥାନରେ ପାଳନ କଲେ ସେହି କ୍ଷେତ୍ରରେ ବିକାଶ ସହିତ ଅଞ୍ଚଳର ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଅଣାଯାଇପାରିବ ବୋଲି ଏମ୍‌ପି କହିଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇ ଜିଲାପାଳ ଭୂମେଶଚନ୍ଦ୍ର ବେହେରା କହିଲେ ଯେ, ଜିଲାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ସହିତ ପାରିପାର୍ଶ୍ୱିକ ଉନ୍ନତି ପାଇଁ ପ୍ରଶାସନ ସହିତ ଅଞ୍ଚଳବାସୀ ଆଗେଇ ଆସିଲେ କୌଣସି କାର୍ଯ୍ୟ ଅସମ୍ଭବ ହେବନାହିଁ। ସପ୍ତଶଯ୍ୟାଠାରେ ଥିବା ଡୋକ୍ରା ଶିଳ୍ପର ବିକାଶ ପାଇଁ ବହୁବିଧ କାର୍ଯ୍ୟ କରାଯାଉଥିବା ଜିଲାପାଳ ସୂଚନା ଦେଇଥିଲେ। ସପ୍ତଶଯ୍ୟା ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଦୁଷ୍ୟନ୍ତ ଦାସ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଅନୁଷ୍ଠାନ ଅଧ୍ୟକ୍ଷା ଗାୟିତ୍ରୀ ରଥ ଡୋକ୍ରା ଶିଳ୍ପର ଆନ୍ତର୍ଜାତିକ ବଜାରରେ ଚାହିଦା ସୃଷ୍ଟି ପାଇଁ ଏହି ଅନୁଷ୍ଠାନ କାର୍ଯ୍ୟ କରୁଛି ବୋଲି ସୂଚନା ଦେବା ସହ ଦେଶ ବିଦେଶରୁ ଡିଜାଇନର ଆଣି ଏଠାକାର କାରିଗରମାନଙ୍କୁ ନୂତନ ଚାହିତା ମୁତାବକ ତାଲିମ ପ୍ରଦାନ ସହିତ ଜିଲାରେ ପ୍ରତିଷ୍ଠିତ ହସ୍ତଶିଳ୍ପର ବିକାଶ ପାଇଁ ଫାଉଣ୍ଡେଶନ କାର୍ଯ୍ୟ କରିବ ବୋଲି ପ୍ରକାଶ କରିଥିଲେ। ସପ୍ତଶଯ୍ୟା ଉତ୍ସବ ଏହାର ଏକ ସଂଯୋଗ ସେତୁ ବୋଲି ସେ କହିଥିଲେ। ସ୍ଥାନୀୟ ସରପଞ୍ଚ ଯେସସ ସାହୁ ଅତିଥି ଭାବେ ଯୋଗଦେଇ ଆଗାମୀ ଦିନରେ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟା ପୁଷ୍ପାଞ୍ଜଳି ବାଘ, ଗ୍ରାମ କମିଟି ସଭାପତି ନବକିଶୋର ସ୍ବାଇଁ, ସମ୍ପାଦକ ପଦ୍ମନାଭ ବାରିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ। ଜିଲା କଳା ସଂସ୍କୃତି ସଂଘର ଉପସଭାପତି ଅବନୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଫାଉଣ୍ଡେଶନ ମୁଖ୍ୟ ମନୋରମା ରଥ ଏବଂ କୁମାର ପ୍ରବୀଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ସପ୍ତଶଯ୍ୟା ପଞ୍ଚାୟତ କାର୍ଯ୍ୟାଳୟଠାରୁ ବହୁ ସଂଖ୍ୟାରେ କାରିଗର ଓ ଗ୍ରାମବାସୀ ମଶାଲ ଶୋଭାଯାତ୍ରାରେ ନୃତ୍ୟ, ବାଦ୍ୟ ସହିତ ଉତ୍ସବସ୍ଥଳକୁ ଆସିଥିଲେ। ଏହି ଉତ୍ସବ ୩ଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ ରବିବାର ଏହା ଉଦ୍‌ଯାପିତ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାପଡିଛି ା


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri