Categories: ଜାତୀୟ

ସନ୍ଧ୍ୟା ୬ଟା ପୂର୍ବରୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ କହିଲେ ରାଜ୍ୟପାଳ

ବେଙ୍ଗାଲୁରୁ,୧୯।୭: କର୍ନାଟକ ମେଣ୍ଟ ସରକାର ଏବେ ସଂଖ୍ୟା ଗରିଷ୍ଠତା ପ୍ରମାଣକୁ ନେଇ ଏକ ପ୍ରକାର କାଠ ଗଡାରେ ଠିଆ ହୋଇଛି କହିଲେ ଭୁଲ୍‌ ହେବ ନାହିଁ। ଏହାକୁ ନେଇ ୨ ଦିନ ହେବ ବିଧାନସଭାରେ ଚାଲିଥିବା ହଟ୍ଟଗୋଳ ଶେଷ ହେବାର ନାଁ ନେଉନି। ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ବାଚସ୍ପତି ମାନି ନ ଥିବା ମଧ୍ୟ ଦେଖାଯାଇଛି। ଶୁକ୍ରବାର ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖାଯାଇଥିବା ବେଳେ ଏବେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀଙ୍କୁ ଏକ ଚିଠି ଲେଖିଛନ୍ତି। ରାଜ୍ୟପାଳ ଭଜୁଭାଇ ଭାଲା ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କୁ ଶୁକ୍ରବାର ସନ୍ଧ୍ୟା ୬ଟା ପୂର୍ବରୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ କହିଛନ୍ତି।

Share