ସନ୍ଧ୍ୟାପରେ ଅଙ୍ଗୁର ଖାଇଲେ ସ୍ବାସ୍ଥ୍ୟ ଉପରେ ପଡ଼େ ଏହି ପ୍ରଭାବ …

ଅଙ୍ଗୁର ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର। ଏହାକୁ ଦିନ ବେଳେ ଖାଦ୍ୟ ଖାଇ ସାରିବାର କିଛି ସମୟ ପରେ ଖାଇଲେ ସୁଫଳ ମିଳିଥାଏ। ଅଙ୍ଗୁରରେ ଟାରଟରିକ୍‌ ଏସିଡ୍‌,ମାଲିକ୍‌ ଏସିଡି ଏବଂ କିଛି ପରିମାଣର ସାଇଟ୍ରିକ୍‌ ଏସିଡ୍‌ ରହିଥାଏ। ଦିନରେ ଖାଦ୍ୟ ଖାଇସାରି ଅଙ୍ଗୁର ଖାଇବା ଦ୍ୱାରା ଏସବୁ ଏସିଡ୍‌ ହଜମ ପ୍ରକ୍ରିୟାକୁ ସହଜ କରିଥାନ୍ତି। ଏହା ସହିତ ଅଙ୍ଗୁରରେ ମେଲାଟୋନିନ୍‌ ରସାୟନିକ ପଦାର୍ଥ ରହିଥାଏ। ଏହା ନିଦ ହେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଅନିଦ୍ରା ସମସ୍ୟା ଭୋଗୁଥିବା ଲୋକେ ଦିନବେଳେ ଅଙ୍ଗୁର ଖାଇଲେ ଭଲ। ତେବେ ରାତିରେ ଏହା ଖାଇଲେ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ରାତିରେ ସାଧାରଣତଃ ଗରିଷ୍ଠ ଖାଦ୍ୟ ସହଜରେ ହଜମ ହୋଇ ନ ଥାଏ। ଅଙ୍ଗୁରରେ ଥିବା ଫ୍ରୁକ୍ଟୋଜ୍‌ ଶରୀରରେ ରକ୍ତି ଶର୍କରା ବୃଦ୍ଧି କରିଥାଏ। ଫଳରେ ଶରୀରର ଶକ୍ତି ବଢ଼ିଯିବାରୁ ମନ ବିଚଳିତ ହୋଇଥାଏ। ଏହାଦ୍ୱାରା ସୁଖନିଦ୍ରାରେ ବ୍ୟାଘାତ ସୃଷ୍ଟି ହୋଇଥାଏ ତେଣୁ ରାତିରେ ଅଙ୍ଗୁର ଖାଇବାକୁ ବାରଣ କରାଯାଇଥାଏ।

Share