Categories: ଜାତୀୟ

ସନ୍ଧାନୀ କୁକୁର ବଦଳି ନେଇ କଂଗ୍ରେସ-ଭାଜପା ମୁହାଁମୁହିଁ

ଭୋପାଳ,୧୬।୭: ମଧ୍ୟପ୍ରଦେଶରେ ୪୬ ସନ୍ଧାନୀ କୁକୁରଙ୍କ ବଦଳି ନେଇ ଶାସକ କଂଗ୍ରେସ ଏବଂ ବିରୋଧୀ ଭାଜପା ମୁହାଁମୁହିଁ ହୋଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ମିଡ଼ିଆ ପରାମର୍ଶଦାତା ନରେନ୍ଦ୍ର ସାଲୁଜା ସୂଚନା ଦେଇଛନ୍ତି ଯେ, ସନ୍ଧାନୀ କୁକୁରଙ୍କୁ ନିଦ୍ଧିଷ୍ଟ ସମୟ ଅନ୍ତରରେ ବଦଳି କରାଯାଇଥାଏ। ଏହା ଏକ ସାଧାରଣ ପ୍ରକ୍ରିୟା। ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ସମୟରେ ମଧ୍ୟ ଏଭଳି ହୋଇଥିଲା। ତେବେ ଏହାକୁ ନେଇ ରାଜନୀତି କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, କମଲନାଥ ସରକାର ରାଜ୍ୟର ଶାସନ ଡୋର ଧରିବା ପରେ ପ୍ରଥମେ ଉଚ୍ଚଅଧିକାରୀ ଏବଂ କର୍ମଚାରୀଙ୍କ ବଦଳି କରାଯାଇଥିଲା। ଏହା ପରେ ପୋଲିସ ବିଭାଗରେ କାର୍ଯ୍ୟକରୁଥିବା ୪୬ ସନ୍ଧାନୀ କୁକୁରଙ୍କୁ ମଧ୍ୟ ବଦଳି କରାଯିବା ପାଇଁ ଏକ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା। ଏଥିରେ କୁକୁରଙ୍କ ସହିତ ସେମାନଙ୍କ ଯତ୍ନ ନେଉଥିବା କର୍ମଚାରୀଙ୍କୁ ମଧ୍ୟ ବଦଳି କରାଯାଇଥିବା ଦର୍ଶାଯାଇଛି।

Share