‘ସନ୍ଦିପ ଔର ପିଙ୍କି ଫରାର’ର ପ୍ରଥମ ପୋଷ୍ଟର ରିଲିଜ୍‌; ୨୦ରେ ପରଦାକୁ ଆସିବ

ବମ୍ବେ: ଅର୍ଜୁନ କପୁରଙ୍କ ସହ ବଲିଉଡ୍‌ରେ ପାଦ ରଖିଥିଲେ ପରିଣୀତି ଚୋପ୍ରା। ଫିଲ୍ମ ‘ଇସ୍‌କଜାଦେ’ରେ ଉଭୟଙ୍କ କେମେଷ୍ଟ୍ରି ହଜାଇ ଦେଇଥିଲା ଦର୍ଶକଙ୍କ ନିଦ। ଏବେ ଏହି ଯୋଡ଼ି ପୁଣି ଏକ ଫିଲ୍ମ ନେଇ ଦର୍ଶକଙ୍କ ନିକଟକୁ ଆସୁଛନ୍ତି। ଫିଲ୍ମଟି ହେଲା ‘ସନ୍ଦିପ ଔର ପିଙ୍କି ଫରାର’। ଏହାର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି। ଅଭିନେତା ଅର୍ଜୁନ ନିଜ ସୋସିଆଲ ପୃଷ୍ଠାରେ ଏହାକୁ ଶେୟାର କରିଛନ୍ତି।

ପୂର୍ବରୁ ଅର୍ଜୁନ ସନ୍ଦିପ ଭୂମିକାରେ ଏବଂ ପରିଣୀତି ପିଙ୍କି ଭୂମିକାରେ ନଜରକୁ ଆସିବେ ବୋଲି ଅନୁମାନ କରାଯାଉଥିଲା। ହେଲେ ପୋଷ୍ଟର ଦେଖି କିଛି ଓଲଟପାଲଟ ହେବାକୁ ଯାଉଥିବା ଜଣାପଡ଼ିଛି। ସବିଶେଷ ଫିଲ୍ମ ଦେଖିବା ପରେ ଜଣାପଡ଼ିବ। ୨୦୧୮ରେ ଫିଲ୍ମ ରିଲିଜ୍‌ ହେବାକୁ ଥିଲା। ହେଲେ ଏଥିରେ ପରିବର୍ତ୍ତନ କରାଯାଇଥିଲା। ଆସନ୍ତା ମାର୍ଚ୍ଚ ୨୦ରେ ଏହା ପରଦାକୁ ଆସିବ।

Share