ସନ୍ଦିଗ୍ଧ ମହିଳାଙ୍କଠାରୁ ୨ ମୋବାଇଲ ଜବତ

ଲୋଇସିଂହା,୧୭।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ସାଲେଭଟାରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଜଣେ ମହିଳାଙ୍କ ଠାରୁ ବରଗଡ଼ଜିଲା ବରପାଲି ପୋଲିସ ୨ଟି ଚୋରି ମୋବାଇଲ ଜବତ କରିଛି । ସଂପୃକ୍ତ ମହିଳାଙ୍କୁ ସାଲେଭଟା ପୋଲିସ ସହାୟତାରେ ବରପାଲି ପୋଲିସ ଗରିଫ କରିଛି। ସେ ହେଲେ ଦୋଳତା ସିଂ (୫୦)। ପୋଲିସ ସୂଚନା ଅନୁଯାୟୀ, ଲୋଇସିଂହା ଥାନା ଅନ୍ତର୍ଗତ ସାଲେଭଟାଠାରେ ଗତ ଏକମାସ ମହିଳା ଜଣକ ସନ୍ଦିଗ୍ଧ ଭାବେ ବୁଲୁଥିଲେ। ଏ ନେଇ ବରପାଲି ପୋଲିସ ସାଲେଭଟାରେ ଚଢ଼ାଉ କରି ସଂପୃକ୍ତା ମହିଳାଙ୍କଠାରୁ ମୋବାଇଲ ଦୁଇଟିକୁ ଜବତ କରିଥିଲା ।