ସତ ହେଲା ପିଲାଦିନର ସ୍ବପ୍ନ

ଆରଡ଼ି, ୧୦।୯ (ଡି.ଏନ.ଏ.) – ବାହାରକୁ ଯାଇ କାମ କରିବା ଅପେକ୍ଷା ନିଜ ଗଁାରେ ଆତ୍ମନିର୍ଭରଶୀଳ ହୋଇ ରହିବାକୁ ପିଲାଦିନେ ସ୍ବପ୍ନ ଦେଖିଥିଲେ ବିଜୟ ଦାଶ। ଯୁକ୍ତ ୩ ପାସ୍‌ କରି ଚାକିରି ପଛରେ ନ ଧାଇଁ ମୂର୍ତ୍ତି ଗଢ଼ିବା କଳାକୁ ନୂଆ ରୂପ ଦେଇ ବିଭିନ୍ନ କଳାକୃତି ପ୍ରସ୍ତୁତି ଆରମ୍ଭ କରିଥିଲେ। ମାଟି ଓ ପଥରରେ ନିର୍ମିତ ମୂର୍ତ୍ତି ବିଭିନ୍ନ ମହଲରେ ଆଦୃତି ଲାଭ କରିବାରୁ ସେ ଏହାକୁ ଜୀବିକା ଭାବେ ଗ୍ରହଣ କରି ଯୁବପିଢ଼ି ପାଇଁ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କ ହାତ ତିଆରି ବିଭିନ୍ନ ମୂର୍ତ୍ତି ନିଜ ଜିଲା ଭଦ୍ରକ ସମେତ ସମ୍ବଲପୁର, ରାଉରକେଲା ଓ ବଲାଙ୍ଗୀର ଆଦି ସ୍ଥାନରେ ଆଦୃତି ଲାଭ କରିବା ପରେ ଏବେ ନାଗପୁର, ସୁରଟ, ଦିଲ୍ଲୀ ଭଳି ବିଭିନ୍ନ ସ୍ଥାନରେ ପହଞ୍ଚି ପାରୁଛି। ମୂର୍ତ୍ତି ଗଢ଼ା ଲାଗି ବିଜୟ ଓରଫ ଟୁଲୁ ନିଜ ଖ୍ୟାତି ବଢ଼ାଇ ଅଞ୍ଚଳ ପାଇଁ ଆଣିଛନ୍ତି ଗୌରବ।
ବିଜୟଙ୍କ ଘର ଧାମନଗର ବ୍ଲକ ବେତାଳି ଗଁା ନିକଟସ୍ଥ ଲୋହସାହିରେ। ପାଠପଢ଼ା ପରେ ବିବାହ କରି ସେ ସଂସାର ପାତିଛନ୍ତି। ସ୍ତ୍ରୀ ଓ ୪ ଝିଅଙ୍କୁ ନେଇ ତାଙ୍କ ପରିବାର। ବଡ଼ଝିଅ ଏବେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ବିଜୟ ତାଙ୍କ ଦୁଇଭାଇ ଶିଶିର ଓ ହୃଷୀକେଶଙ୍କୁ ମୂର୍ତ୍ତି ଗଢା କାର୍ଯ୍ୟରେ ଲଗାଇ ଦେଇଛନ୍ତି। କେବଳ ସେତିକି ନୁହେଁ ସ୍ଥାନୀୟ ଅଞ୍ଚଳର ଆଉ ୮ ଜଣଙ୍କ ପରିବାରକୁ ସେ ମଧ୍ୟ ଦାନା ଯୋଗାଇ ଦେଇଛନ୍ତି। ବିଜୟଙ୍କର ବିଶେଷ ଗୁଣ ହେଲା ଲୋକେ ତାଙ୍କୁ ଯେଉଁ ଭଳି ଫଟୋ ଦିଅନ୍ତି ତାକୁ ଦେଖି ସେହିଭଳି ମୂର୍ତ୍ତି ସେ ଗଢ଼ି ଦିଅନ୍ତି। ମାଟ୍ରିକ ପଢୁଥିବା ବେଳେ ସେ ଗଢ଼ିଥିବା ଏକ ଗଣେଶ ମୂର୍ତ୍ତିକୁ ନିକଟସ୍ଥ ଖଡ଼ିମାହାରା ସ୍କୁଲର ଜଣେ ଶିକ୍ଷକ କିଣିନେଇ ପୂଜା କରିଥିଲେ। ସେହି ମୂର୍ତ୍ତି ଏତେ ଆଦୃତ ହେଲା ଯେ, ପରବର୍ଷ ଆଖପାଖ ଗଁାରୁ ମୂର୍ତ୍ତି ନେବା ପାଇଁ ତାଙ୍କ ପାଖକୁ ଅର୍ଡର ଆସିଲା। ଗଣେଶ ମୂର୍ତ୍ତି ବ୍ୟତୀତ ଖୁଦୁରୁକୁଣୀ, ମଙ୍ଗଳା, ଦୁର୍ଗା, କାଳୀ ଓ ନାରାୟଣ ମୂର୍ତ୍ତି ଗଢ଼ି ସେ ନିଜ ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିଥିଲେ। ଏବେ ତାଙ୍କ କଳାର ଯାଦୁ ଭୌଗୋଳିକ ସୀମା ସରହଦ ଟପି ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚିପାରିଛି। କେବଳ ମାଟି ତିଆରି ମୂର୍ତ୍ତି ନୁହେଁ ସିମେଣ୍ଟ ମୂର୍ତ୍ତି ଗଢ଼ିବାରେ ସେ ତାଙ୍କ ପ୍ରତିଭା ପ୍ରଦର୍ଶନ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ମନ୍ଦିରରେ ମୂର୍ତ୍ତି ଗଢ଼ିଛନ୍ତି। ବହୁ ହନୁମାନ ମୂର୍ତ୍ତି ମଧ୍ୟ ତିଆରି କରିଛନ୍ତି। ଆଗକୁ ବିଦେଶ ଯାଇ ସେଠାରେ ତାଙ୍କ ପ୍ରତିଭା ପ୍ରଦର୍ଶନ ଲାଗି ଲକ୍ଷ୍ୟ ରଖିଛନ୍ତି ବିଜୟ। ପିଲାଦିନର କଥା ମନେ ପକାଇ ସେ କହନ୍ତି, ୧୯୮୩ରେ ୫ମ ଶ୍ରେଣୀରେ ପାଠ ପଢୁଥିବା ବେଳେ ନିଜ ସ୍କୁଲରେ ଗଣେଶ ମୂର୍ତ୍ତି ଦେଖି ଏଭଳି ମୂର୍ତ୍ତିଟିଏ ଗଢ଼ିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେହି ବର୍ଷ ଦୁର୍ଗାପୂଜା ଛୁଟିରେ କାଦୁଅରେ ସେ କୁକୁର, ଗାଈ, ଆମ୍ବ ଓ ଗଣେଶ ଠାକୁର ତିଆରି କରିଥିଲେ, ଯାହା ଗଁାର ଯୁବକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କେତେକ ଯୁବକ ତାଙ୍କ ମୂର୍ତ୍ତିକୁ ନେଇ ସ୍କୁଲ ଶିକ୍ଷକଙ୍କୁ ଦେଖାଇଥିଲେ। ଛୋଟ ପିଲାଟିର ଏଭଳି ମୂର୍ତ୍ତି ଗଠନ ପ୍ରତିଭା ଦେଖି ଶିକ୍ଷକମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ସମସ୍ତଙ୍କ ପ୍ରେରଣା ଓ ଆଶୀର୍ବାଦକୁ ପାଥେୟ କରି ବିଜୟ ଆଉ ପଛକୁ ଫେରି ନାହାନ୍ତି। ପିଲାଦିନର ସ୍ବପ୍ନ ତାଙ୍କର ସଫଳ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri