ସତ ହେଲା ପିଲାଦିନର ସ୍ବପ୍ନ

ଆରଡ଼ି, ୧୦।୯ (ଡି.ଏନ.ଏ.) – ବାହାରକୁ ଯାଇ କାମ କରିବା ଅପେକ୍ଷା ନିଜ ଗଁାରେ ଆତ୍ମନିର୍ଭରଶୀଳ ହୋଇ ରହିବାକୁ ପିଲାଦିନେ ସ୍ବପ୍ନ ଦେଖିଥିଲେ ବିଜୟ ଦାଶ। ଯୁକ୍ତ ୩ ପାସ୍‌ କରି ଚାକିରି ପଛରେ ନ ଧାଇଁ ମୂର୍ତ୍ତି ଗଢ଼ିବା କଳାକୁ ନୂଆ ରୂପ ଦେଇ ବିଭିନ୍ନ କଳାକୃତି ପ୍ରସ୍ତୁତି ଆରମ୍ଭ କରିଥିଲେ। ମାଟି ଓ ପଥରରେ ନିର୍ମିତ ମୂର୍ତ୍ତି ବିଭିନ୍ନ ମହଲରେ ଆଦୃତି ଲାଭ କରିବାରୁ ସେ ଏହାକୁ ଜୀବିକା ଭାବେ ଗ୍ରହଣ କରି ଯୁବପିଢ଼ି ପାଇଁ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କ ହାତ ତିଆରି ବିଭିନ୍ନ ମୂର୍ତ୍ତି ନିଜ ଜିଲା ଭଦ୍ରକ ସମେତ ସମ୍ବଲପୁର, ରାଉରକେଲା ଓ ବଲାଙ୍ଗୀର ଆଦି ସ୍ଥାନରେ ଆଦୃତି ଲାଭ କରିବା ପରେ ଏବେ ନାଗପୁର, ସୁରଟ, ଦିଲ୍ଲୀ ଭଳି ବିଭିନ୍ନ ସ୍ଥାନରେ ପହଞ୍ଚି ପାରୁଛି। ମୂର୍ତ୍ତି ଗଢ଼ା ଲାଗି ବିଜୟ ଓରଫ ଟୁଲୁ ନିଜ ଖ୍ୟାତି ବଢ଼ାଇ ଅଞ୍ଚଳ ପାଇଁ ଆଣିଛନ୍ତି ଗୌରବ।
ବିଜୟଙ୍କ ଘର ଧାମନଗର ବ୍ଲକ ବେତାଳି ଗଁା ନିକଟସ୍ଥ ଲୋହସାହିରେ। ପାଠପଢ଼ା ପରେ ବିବାହ କରି ସେ ସଂସାର ପାତିଛନ୍ତି। ସ୍ତ୍ରୀ ଓ ୪ ଝିଅଙ୍କୁ ନେଇ ତାଙ୍କ ପରିବାର। ବଡ଼ଝିଅ ଏବେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ବିଜୟ ତାଙ୍କ ଦୁଇଭାଇ ଶିଶିର ଓ ହୃଷୀକେଶଙ୍କୁ ମୂର୍ତ୍ତି ଗଢା କାର୍ଯ୍ୟରେ ଲଗାଇ ଦେଇଛନ୍ତି। କେବଳ ସେତିକି ନୁହେଁ ସ୍ଥାନୀୟ ଅଞ୍ଚଳର ଆଉ ୮ ଜଣଙ୍କ ପରିବାରକୁ ସେ ମଧ୍ୟ ଦାନା ଯୋଗାଇ ଦେଇଛନ୍ତି। ବିଜୟଙ୍କର ବିଶେଷ ଗୁଣ ହେଲା ଲୋକେ ତାଙ୍କୁ ଯେଉଁ ଭଳି ଫଟୋ ଦିଅନ୍ତି ତାକୁ ଦେଖି ସେହିଭଳି ମୂର୍ତ୍ତି ସେ ଗଢ଼ି ଦିଅନ୍ତି। ମାଟ୍ରିକ ପଢୁଥିବା ବେଳେ ସେ ଗଢ଼ିଥିବା ଏକ ଗଣେଶ ମୂର୍ତ୍ତିକୁ ନିକଟସ୍ଥ ଖଡ଼ିମାହାରା ସ୍କୁଲର ଜଣେ ଶିକ୍ଷକ କିଣିନେଇ ପୂଜା କରିଥିଲେ। ସେହି ମୂର୍ତ୍ତି ଏତେ ଆଦୃତ ହେଲା ଯେ, ପରବର୍ଷ ଆଖପାଖ ଗଁାରୁ ମୂର୍ତ୍ତି ନେବା ପାଇଁ ତାଙ୍କ ପାଖକୁ ଅର୍ଡର ଆସିଲା। ଗଣେଶ ମୂର୍ତ୍ତି ବ୍ୟତୀତ ଖୁଦୁରୁକୁଣୀ, ମଙ୍ଗଳା, ଦୁର୍ଗା, କାଳୀ ଓ ନାରାୟଣ ମୂର୍ତ୍ତି ଗଢ଼ି ସେ ନିଜ ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିଥିଲେ। ଏବେ ତାଙ୍କ କଳାର ଯାଦୁ ଭୌଗୋଳିକ ସୀମା ସରହଦ ଟପି ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚିପାରିଛି। କେବଳ ମାଟି ତିଆରି ମୂର୍ତ୍ତି ନୁହେଁ ସିମେଣ୍ଟ ମୂର୍ତ୍ତି ଗଢ଼ିବାରେ ସେ ତାଙ୍କ ପ୍ରତିଭା ପ୍ରଦର୍ଶନ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ମନ୍ଦିରରେ ମୂର୍ତ୍ତି ଗଢ଼ିଛନ୍ତି। ବହୁ ହନୁମାନ ମୂର୍ତ୍ତି ମଧ୍ୟ ତିଆରି କରିଛନ୍ତି। ଆଗକୁ ବିଦେଶ ଯାଇ ସେଠାରେ ତାଙ୍କ ପ୍ରତିଭା ପ୍ରଦର୍ଶନ ଲାଗି ଲକ୍ଷ୍ୟ ରଖିଛନ୍ତି ବିଜୟ। ପିଲାଦିନର କଥା ମନେ ପକାଇ ସେ କହନ୍ତି, ୧୯୮୩ରେ ୫ମ ଶ୍ରେଣୀରେ ପାଠ ପଢୁଥିବା ବେଳେ ନିଜ ସ୍କୁଲରେ ଗଣେଶ ମୂର୍ତ୍ତି ଦେଖି ଏଭଳି ମୂର୍ତ୍ତିଟିଏ ଗଢ଼ିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେହି ବର୍ଷ ଦୁର୍ଗାପୂଜା ଛୁଟିରେ କାଦୁଅରେ ସେ କୁକୁର, ଗାଈ, ଆମ୍ବ ଓ ଗଣେଶ ଠାକୁର ତିଆରି କରିଥିଲେ, ଯାହା ଗଁାର ଯୁବକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କେତେକ ଯୁବକ ତାଙ୍କ ମୂର୍ତ୍ତିକୁ ନେଇ ସ୍କୁଲ ଶିକ୍ଷକଙ୍କୁ ଦେଖାଇଥିଲେ। ଛୋଟ ପିଲାଟିର ଏଭଳି ମୂର୍ତ୍ତି ଗଠନ ପ୍ରତିଭା ଦେଖି ଶିକ୍ଷକମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ସମସ୍ତଙ୍କ ପ୍ରେରଣା ଓ ଆଶୀର୍ବାଦକୁ ପାଥେୟ କରି ବିଜୟ ଆଉ ପଛକୁ ଫେରି ନାହାନ୍ତି। ପିଲାଦିନର ସ୍ବପ୍ନ ତାଙ୍କର ସଫଳ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

ଚୌଦ୍ଵାର ଜେଲର ବିବାଦୀୟ ଜେଲର ସନ୍ତୋଷିନୀ ଦାଶ ସସ୍‌ପେଣ୍ଡ୍‌

କଟକ,୧୯ା୨: କର୍ତ୍ତବ୍ୟରେ ଅବହେଳା ପାଇଁ ଶେଷରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ବିବାଦୀୟ ଜେଲର ସନ୍ତୋଷିନୀ ଦାଶ। କଣ୍ଟାବାଞ୍ଜି ଉପକାରାଗାରର ଜେଲର-କମ-ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ୱାରରୁ…

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ସୋର,୧୯।୨(ଜନ୍ମେଞ୍ଜୟ ମିଶ୍ର): ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ…

ନୂଆ ଜିଲା ଗଠନ ପାଇଁ ସରକାର ପ୍ରସ୍ତୁତ: ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୧୯ା୨: ଓଡ଼ିଶାରେ ନୂତନ ଜିଲା ଗଠନ ନେଇ ଚାଲିଥିବା ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଜିଲା ଗଠନ…

ଓଡ଼ିଶା ବିଧାନସଭା ଅଧିବେଶନ, ସୁନା ଖଣି ଚର୍ଚ୍ଚା

ଭୁବନେଶ୍ୱର,୧୯।୨: ଓଡ଼ିଶା ବିଧାନସଭାର ଚଳିତ ବଜେଟ୍ ଅଧିବେଶନରେ ପୁଣିଥରେ ରାଜ୍ୟର ସୁନା ଖଣି ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି। ଗୁରୁବାର ଗୃହରେ ବଡମ୍ବା ବିଧାୟକ ବିଜୟ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri