ସତ୍‌ସଙ୍ଗ ଦ୍ୱାରା ସାମ୍ପ୍ରଦାୟିକତା ଦୂର ହୋଇଥାଏ : ତଥାଗତ

ଚଣ୍ଡିଖୋଲ,୩୧-୧(ଡି.ଏନ୍‌.ଏ.):ବର୍ତ୍ତମାନ ଧର୍ମନାମରେ ବିଭେଦ ସୃଷ୍ଟି ହେଉଛି। ଜାତି, ଧର୍ମ, ବର୍ଣ୍ଣକୁ ନେଇ ରାଜନୀତି କରାଯାଉଛି। ଏପରିକି ଭେଦଭାବ ସୃଷ୍ଟି କରାଯାଇ ପରସ୍ପର ପ୍ରତି ବିଦ୍ୱେଷ ଭାବ ସୃଷ୍ଟି ହେଉଛି। ସତ୍‌ସଙ୍ଗ ହେଉଛି ଜୀବନଧାରା ପରିବର୍ତ୍ତନର ମାର୍ଗ। ସମସ୍ତେ ଏଠାରେ ପ୍ରେମପ୍ରୀତିରେ ବାନ୍ଧି ହୋଇରହିଛନ୍ତି। ଏଭଳି ସତ୍‌ସଙ୍ଗ ଦ୍ୱାରା ଆମ ଭିତରେ ରହିଥିବା ସାମ୍ପ୍ରଦାୟିକତା ଦୂର ହୋଇଥାଏ ବୋଲି ଯାଜପୁର ଜିଲା ବଡଚଣା ବ୍ଲକ ଅନ୍ତର୍ଗତ ତାଳୁଆସ୍ଥିତ ସତ୍‌ସଙ୍ଗ ବିହାରରେ ଏକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ଧରିତ୍ରୀ’ର ସମ୍ପାଦକ ତଥା ପୂର୍ବତନ ଏମ୍‌ପି ତଥାଗତ ସତପଥୀ ଏହା କହିଛନ୍ତି। ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୨ତମ ଜନ୍ମୋତ୍ସବ ଓ ତାଳୁଆସ୍ଥିତ ସତସଙ୍ଗ ମନ୍ଦିରର ୧୩ଶ ପ୍ରତିଷ୍ଠା ଦିବସରେ ଭାରତୀୟ ସଂସ୍କୃତିରେ ଶ୍ରୀଶ୍ରୀଠାକୁରଙ୍କ ଦୃଷ୍ଟିରେ ଜୀବନ ବିକାଶର ଧାରା ଶୀର୍ଷକ ଆଲୋଚନାଚକ୍ରରେ ସତପଥୀ ଯୋଗଦେଇ ମୁଁ ଅନୁକୂଳଚନ୍ଦ୍ରଙ୍କ ଦୀକ୍ଷା ନେଇ ନ ଥିଲେ ମଧ୍ୟ ୧୯୭୨ ମସିହାରେ ଶ୍ରୀଶ୍ରୀବଡଦା ମୋ ମୁଣ୍ଡ ଉପରେ ହାତରଖିି ଯେଉଁ ଅମୃତ ସ୍ପର୍ଶ ଦେଇଛନ୍ତି ତାହାକୁ ଜୀବନରେ କେବେ ଭୁଲିପାରିବି ନାହଁି ବୋଲି ପ୍ରକାଶ କରିଥିଲେ। ପ୍ରାଧ୍ୟାପକ ସରୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟବକ୍ତାଭାବେ ପଣ୍ଡିତ ହୃଷୀକେଶ ଆଚାର୍ଯ୍ୟ ଯୋଗଦେଇ ସାମାଜିକ ପରିସ୍ଥିତିରେ ସତ୍‌ସଙ୍ଗର ଆବଶ୍ୟକତା ସମ୍ପର୍କରେ ବର୍ଣ୍ଣନା କରିବା ସହିତ ପରସ୍ପର ମଧ୍ୟରେ ସୁସମ୍ପର୍କ ସ୍ଥାପନର ଏହା ଏକ ଉତ୍ତମ ମାଧ୍ୟମ ବୋଲି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥିଭାବେ ‘ଧରିତ୍ରୀ’ର ବରିଷ୍ଠ ସହ-ସମ୍ପାଦକ ଦୋଳଗୋବିନ୍ଦ ପଣ୍ଡା, ଇଂ ଦୀନବନ୍ଧୁ ସୋରେନ, ଇଂ ପାର୍ଥ ତ୍ରିପାଠୀ ଓ ତାଳୁଆ ସତ୍‌ସଙ୍ଗ ବିହାରର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ। ପ୍ରାରମ୍ଭରେ ରାକେଶ ମହାରଣା ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ସହ ନୀତିବାଣୀ ସଙ୍ଗୀତ ଗାନ କରିଥିଲେ। ଏହି ଅବସରରେ ସତ୍‌ସଙ୍ଗ ବିହାର ପରିସରରେ ଏକ ମାତୃସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହାକୁ ମିନତି ଦେବୀ, ଶୁକ୍ଳା ତ୍ରିପାଠୀ, ଶାନ୍ତିଲତା ମହାପାତ୍ର, ମଞ୍ଜୁବାଳା ମହାପାତ୍ର, ମିନତି ଦେଈ, ସୁଜାତା ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ। କମଳାକାନ୍ତ ରାୟ, ଅଶୋକ କୁମାର ଜେନା, ଜଳଧର ପ୍ରଧାନ, ପ୍ରଭାକର ଜେନା, ପ୍ରଭାତ କୁମାର ମହାପାତ୍ର ପ୍ରମୁଖ ଆଲୋଚନାଚକ୍ର ଓ ସତ୍‌ସଙ୍ଗ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri