ସତ୍ୟବାଦୀର ବିକାଶ ମୋର ପ୍ରାଥମିକତା: ଉମାକାନ୍ତ ସାମନ୍ତରାୟ

ପୁରୀ ଅଫିସ,୨୪।୫: ସତ୍ୟବାଦୀରେ ପ୍ରଥମ ଥର ଲାଗି ଖାତା ଖୋଲିଛି ବିଜେଡି। ବିଜେଡି ପ୍ରତିଷ୍ଠା ପରଠାରୁ ଏଠାରେ କେବେହେଲେ ଜିତିପାରି ନ ଥିଲା। ହେଲେ ଏଥର ବଦଳିଛି ଇତିହାସ। ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ଭାଜପା ପ୍ରାର୍ଥୀ ଭାଜପା ପ୍ରାର୍ଥୀ ଓମ୍‌ପ୍ରକାଶ ମିଶ୍ରଙ୍କୁ ହରାଇଛନ୍ତି। ଏଠାରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ପୂର୍ବତନ ପିସିସି ସଭାପ୍ତ ପ୍ରସାଦ ହରିଚନ୍ଦନଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଉମାକାନ୍ତ ନିଜ ବିଜୟରେ ଖୁସି ହୋଇ କହିଛନ୍ତି,
ନବୀନଙ୍କ ପ୍ରତି ଲୋକଙ୍କ ଶ୍ରଦ୍ଧା ଓ ବିଶ୍ୱାସ ପ୍ରମାଣ କରିଛି ୨୦୧୯ ସାଧାରଣ ନିର୍ବାଚନର ଫଳାଫଳ। ଓଡିଶାବାସୀ ପୁଣି ଥରେ ନବୀନଙ୍କ ପ୍ରତି ଆସ୍ଥା ପ୍ରକଟ କରିଛନ୍ତି । ପୂର୍ବରୁ ମୁଁ ସ୍ବାଧୀନ ପ୍ରାର୍ଥୀ ଭାବେ ୨୦୧୪ରେ ବିଜୟଲାଭ କରିଥିଲି। ୨୦୧୯ରେ ବିଜେଡି ପ୍ରାର୍ଥୀ ଭାବେ ପୁଣି ଥରେ ଜନତାଙ୍କ ସମର୍ଥନ ପାଇଛି । ବିକାଶକୁ ସର୍ବଦା ପ୍ରାଥମିକତା ଦେଇ ଆସିଛି। ପାନୀୟ ଜଳ ଯୋଗାଣ, ମେଗା ଗ୍ରୀଡ ଷ୍ଟେଶନ, ୩୩କେଭି ବିଦ୍ୟୁତ ସଂଯୋଗୀକରଣ, କୋର୍ଟ ସ୍ଥାପନା, ଉନ୍ନତମାନର ଷ୍ଟାଡିୟମ ନିର୍ମାଣ କରିଛି। ଐତିହ୍ୟ କୀର୍ତ୍ତି ବକୁଳବନର ପୁନରୁଦ୍ଧାର ଲାଗି ଉଦ୍ୟମ କରିଛି। ଏହି ଐତିହ୍ୟ କୀର୍ତ୍ତିର ସୁରକ୍ଷା ତଥା ଖୁବଶୀଘ୍ର ଓଡିଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ନେଇ ଚେଷ୍ଟା ରହିବ। ଆଗାମୀ ଦିନରେ ଦଳରେ ରହିଥିବା ମତଭେଦକୁ ଦୂରକରି ସାଙ୍ଗଠନିକ କାର୍ଯ୍ୟକୁ ସୁଦୃଢ ଲାଗି ଉଦ୍ୟମ କରିବି। ଆମ ହାତରୁ ପୁରୀ ଓ ବ୍ରହ୍ମଗିରି ବିଧାନସଭା ନିର୍ବାଚନମଣ୍ଡଳୀ ହାତରୁ ଚାଲିଯାଇଛି। ଜିଲାର ଅନ୍ୟ ଆସନରେ ଦଳ ବିଜୟ ଲାଭ କରିଛି । ବିଜେଡି ପ୍ରତି ଲୋକଙ୍କ ବହୁ ଆଶା ରହିଛି । ନବୀନଙ୍କ ନେତୃତ୍ୱରେ ଓଡିଶାର ବିକାଶ ଧାରା ଜାରି ରହିବ। ସତ୍ୟବାଦୀକୁ ନମ୍ବର ୱାନ କରିବା ଲାଗି ଚେଷ୍ଟା କରିବି ବୋଲି ଉମାକାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri