ସତ୍ତା ହରାଇବ ବୈତାଳ ମନ୍ଦିର

ପୁରୁଣା ଭୁବନେଶ୍ୱର, ୧୮ା୭ (ଡି.ଏନ.ଏ.): ବର୍ଷାଋତୁ ଆରମ୍ଭ ହୋଇଯାଇଛି। ହେଲେ ମନ୍ଦିରମାଳିନୀ ଭୁବନେଶ୍ୱର ସହରରେ ଥିବା ମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣ ଚିନ୍ତା ବିଭାଗକୁ ଘାରିଛି। ତେବେ କେନ୍ଦ୍ରୀୟ ପତ୍ନତତ୍ତ୍ୱ ବିଭାଗ, ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ବିଏମ୍‌ସି ଅଧିକାରୀଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଛି। ତନ୍ନମଧ୍ୟରେ ଏକାମ୍ର କ୍ଷେତ୍ରର ଅନେକ ମଠ ମନ୍ଦିର ସତ୍ତା ହରାଇବାକୁ ବସିଥିବାବେଳେ ତ୍ରୟୋଦଶ ଶତାବ୍ଦୀର ବୈତାଳ ମନ୍ଦିର ଅନ୍ୟତମ। ମନ୍ଦିର ଚତୁଃପାର୍ଶ୍ୱରେ ଜନବସତି ଗଢି ଉଠିବା, ମନ୍ଦିରରୁ ଜଳ ନିଷ୍କାସନ ପଥ ଅବରୋଧ କରିବା ଦ୍ୱାରା ଏହି ମନ୍ଦିର ସମ୍ପ୍ରତି ବର୍ଷାଦିନେ ଜଳାର୍ଣ୍ଣବ ହୋଇପଡୁଛି। ତେଣୁ ମନ୍ଦିର ଚତୁଃପାର୍ଶ୍ୱରେ ଦୀର୍ଘଦିନ ଧରି ପାଣି ବୁଡ଼ି ରହିବାଦ୍ୱାରା ପଥରରେ ନିର୍ମିତ ବିଭିନ୍ନ ପାର୍ଶ୍ୱ ଦେବଦେବୀ, ଜୀବଜନ୍ତୁ, ଓ ବାହନମାନଙ୍କ ପ୍ରତିକୃତି ନଷ୍ଟ ହେବାକୁ ଲାଗିଲାଣି। ସେହିଭଳି ମନ୍ଦିର ଭିତରେ ପୂଜା ପାଉଥିବା ମା’ ଅଷ୍ଟଭୁଜା, ମା’ଚାମୁଣ୍ଡାଙ୍କ ପ୍ରତିମୂର୍ତ୍ତି ମଧ୍ୟ ଧ୍ୱଂସ ହେବା ଅବସ୍ଥାରେ। ଏଭଳି ସମସ୍ୟା ବିଗତ ୧୫ବର୍ଷ ପୂର୍ବରୁ ଦେଖା ଦେଇଥିଲେ ହେଁ କର୍ତ୍ତୃପକ୍ଷ ହାଲକା ଭାବେ ଗ୍ରହଣ କରି ଜଳ ନିଷ୍କାସିତ ପଥ ଅବରୋଧ କରୁଥିବା ଜବରଦଖଲକାରୀଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରୁଥିବାରୁ ଏଭଳି ସମସ୍ୟା ପ୍ରତିବର୍ଷ ଦେଖାଦେଉଛି। ଇତିମଧ୍ୟରେ ମନ୍ଦିରଠାରୁ ୨୦୦ ମିଟର ଦୂରରେ କୌଣସି ବେଆଇନ କୋଠା ନିର୍ମାଣ ନ ହେବାକୁ ଏଏସ୍‌ଆଇର ଗାଇଡ଼ ଲାଇନ ଥିବାବେଳେ ଏଠାରେ କିନ୍ତୁ ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖାଦେଇଛି। ୧୫୦ ମିଟର ଦୂରତାରେ ମନ୍ଦିର ଚାରିପଟୁ ନିର୍ମାଣ କାର୍ଯ୍ୟ ହୋଇଥିବାରୁ ସମ୍ପୂର୍ଣ୍ଣ ମନ୍ଦିରଟି ନିଜର ସତ୍ତା ହରାଇବାକୁ ବସିଲାଣି। ତେଣୁ ଜବରଦଖଲକାରୀଙ୍କୁ କୌଣସି ବିଭାଗୀୟ ଅଧିକାରୀମାନେ ନିଜ କାର୍ଯ୍ୟକାଳ ମଧ୍ୟରେ ପ୍ରୋତ୍ସାହନ ଦେବା ଗୋଟିଏ ମୂଳ କାରଣ ଅଟେ। ପରବର୍ତ୍ତୀ କାଳରେ ଏହି ଜବରଦଖଲକୁ ଭାଙ୍ଗିବା ନେଇ ନୂତନ ଅଧିକାରୀଙ୍କ ସମୟ ସରି ଯାଇଥାଏ। ଏହାର ଫାଇଦା ଉଠେଇଥାନ୍ତି ଜବରଦଖଲକାରୀ। ବର୍ଷବର୍ଷ ଧରି ଗୋଟିଏ ପରେ ଗୋଟିଏ ସମସ୍ୟା ଦେଖା ଯାଉଥିବା ବେଳେ ନିକଟରେ ମନ୍ଦିରକୁ ଲାଗି ଏକ ବେଆଇନ ନିର୍ମାଣ ପାଇଁ ମନ୍ଦିରଟି ପର୍ଯ୍ୟଟକଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି। ସବୁ ଜାଣି ନୀରବ ରହୁଥିବା ଏଏସଆଇ ପରେ ମାମଲା କରିଥିବା ନେଇ ସଫେଇ ଦେଇଛି। ମୋଟ ଉପରେ କଡ଼ାକାର୍ଯ୍ୟାନୁଷ୍ଠାନ ନ ହେବାରୁ ଏହି ଅଞ୍ଚଳରେ ଥିବା ଅନେକ ଐତିହ୍ୟ ମଠ, ମନ୍ଦିର, ଏବେ ଲୋକଲୋଚନରୁ ଦୂରେଇ ଯିବାକୁ ବସୁଛି। ତେଣୁ ବିଭାଗୀୟ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟିଦେଇ ଜବରଦଖଲକାରୀଙ୍କୁ ହଟାଇ ପାରିଲେ ଏଭଳି ଐତିହ୍ୟ ମନ୍ଦିରଗୁଡିକର କୀର୍ତ୍ତିରାଜି ବଞ୍ଚତ୍ ରହିବା ସହ ମନ୍ଦିରର ସୁରକ୍ଷା ଏବଂ ଅସ୍ତିତ୍ୱ ବଜାୟ ରହିବ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି। ଏ ସମ୍ପର୍କରେ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚତ୍ ନାରାୟଣ ପତିଙ୍କୁ ପଚାରିବାରେ ନିର୍ମାଣ ନେଇ କୌଣସି ମାମଲା ହୋଇନାହିଁ। କେବଳ ଏଏସ୍‌ଆଇ ପକ୍ଷରୁ ବିରୋଧ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri