Categories: ବାଣିଜ୍ୟ

ସତର୍କ ରହିବାକୁ ବିମାନ କମ୍ପାନୀଙ୍କୁ ଡିଜିସିଏ ନିର୍ଦ୍ଦେଶ

ମୁମ୍ବାଇ,୧୮-୩: କରୋନା ଲାଗି ସତର୍କ ରହିବାକୁ ବିମାନ ଚଳାଚଳ କ୍ଷେତ୍ର ନିୟାମକ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ବିମାନ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଛି। ପ୍ରତି ୨୪ ଘଣ୍ଟା ମଧ୍ୟରେ ବିମାନଗୁଡିକରେ ସଂକ୍ରମଣ ପ୍ରତିରୋଧୀ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶରେ କୁହାଯାଇଛି। ପ୍ଲେନ୍‌ଗୁଡିକୁ ଅନ୍ତତଃ ପକ୍ଷେ ୨୪ ଘଣ୍ଟାରେ ଥରେ ଭଲ ଭାବେ ସଫା କରିବା, ବିମାନରେ ହ୍ୟାଣ୍ଡ ସାନିଟାଇଜର ସହ ଅନ୍ୟ ଆବଶ୍ୟକ ସାମଗ୍ରୀ ମହଜୁଦ କରି ରଖିବା ଉପରେ ନିୟାମକ ଗୁରୁତ୍ୱ ଦେଇଛନ୍ତି। ପ୍ରତିଷେଧକ କିଟ୍‌ ବ୍ୟବସ୍ଥା କରିବା ଉପରେ ମଧ୍ୟ ନଜର ରହିଛି।

Share