ସତର୍କ କରିବାରେ ବିଫଳ ହୋଇଥିଲା ଚାଇନା

ବେଜିଂ,୧୭।୪: କରୋନା ଭୂତାଣୁ ବିଶ୍ୱରେ ମହାମାରୀର ରୂପ ନେଇଛି। ୨୧୦ ଦେଶ ଏବେ ଏହା କବଳରେ ପଡ଼ି ଛଟପଟ ହେଉଛନ୍ତି। ଚାଇନାରୁ ଆସିଥିବା ଏହି ଭୂତାଣୁ ଏବେ ସମସ୍ତଙ୍କ ମେରୁଦଣ୍ଡ ଭାଙ୍ଗିପକାଇଛି। ପ୍ରାରମ୍ଭରୁ ଏନେଇ ଲୋକଙ୍କୁ ସତର୍କ କରାଯାଇଥିଲେ ସୁଫଳ ମିଳିବାର ସମ୍ଭାବନା ସୃଷ୍ଟି ହୋଇଥାନ୍ତା ବୋଲି କୁହାଯାଉଛି। ଚାଇନା କରୋନା ଭୂତାଣୁର ଭୟାବହତା ସମ୍ପର୍କରେ ପ୍ରଥମେ ଜାଣିଥିଲେ ବି ଲୋକମାନଙ୍କୁ ସତର୍କ କରାଇବାରେ ବିଫଳ ହୋଇଥିଲା।
ଗତବର୍ଷ ଡିସେମ୍ବରରେ ଏହି ଭୂତାଣୁ ଚାଇନାର ଉହାନରେ ପ୍ରଥମେ ଲୋକଙ୍କୁ ଆକ୍ରାନ୍ତ କରିଥିଲା। ଚାଇନାର ବରିଷ୍ଠ ଅଧିକାରୀମାନେ ନୂଆ ଭୂତାଣୁର ଭୟାବହତା ଅନୁଭବ କରିବାର ୬ ଦିନ ପୂର୍ବରୁ ଚନ୍ଦ୍ର ନବବର୍ଷ ପାଳନ ଲାଗି ଉହାନରେ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏଥିରେ ଅନେକ ବିଦେଶ ଫେରନ୍ତା ମଧ୍ୟ ଯୋଗ ଦେଇଥିଲେ। ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ଜାନୁୟାରୀ ୨୦ରେ ଏନେଇ ଲୋକମାନଙ୍କୁ ସତର୍କ କଲାବେଳକୁ ୩ହଜାର ଲୋକ ଭୂତାଣୁରେ ଆକ୍ରାନ୍ତ ହୋଇସାରିଥିଲେ। ୬ ଦିନ ପୂର୍ବରୁ ଚାଇନାର ନ୍ୟାଶନାଲ ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ(ସିଡିସି) ପାଖରେ କୌଣସି ଆକ୍ରାନ୍ତଙ୍କ ତାଲିକା ନ ଥିଲା। ଚାଇନାର ସାମାନ୍ୟ ବିଳମ୍ବ ଯୋଗୁ ଏବେ ସାରା ବିଶ୍ୱ କରୋନା ମହାମାରୀର ଶିକାର ହୋଇ କଲବଲ ହେଉଛି।
ଜାନୁୟାରୀ ୫ରୁ ୧୭ ମଧ୍ୟରେ ଉହାନରେ ଭୂତାଣୁ ଆକ୍ରାନ୍ତଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଏହାପରେ ଜାନୁୟାରୀ ୧୩ରେ ପ୍ରଥମ କରି ବିଦେଶ(ଥାଇଲାଣ୍ଡ)ରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଭୂତାଣୁର ଭୟାବହତା ବାହାରେ ପ୍ରକାଶ ନ କରି ଚାଇନା ଏହାକୁ ଲୁଚାଇ ରଖିଲା। ବିଳମ୍ବରେ ଏନେଇ ସଫେଇ ଦିଆଯାଇଥିଲା। ଏହାଛଡ଼ା ମଣିଷରୁ ମଣିଷକୁ ଏହି ଭୂତାଣୁ ବ୍ୟାପିବାର ଆଶଙ୍କା କମ୍‌ ବୋଲି ଜାନୁୟାରୀ ୧୫ରେ ସିଡିସି ଇମର୍ଜେନ୍ସି ସେଣ୍ଟର ମୁଖ୍ୟ ଲି କୁନ୍‌ଙ୍କ ମନ୍ତବ୍ୟ ଅଧିକ ଜଟିଳ ପରିସ୍ଥିତି ସୃଷ୍ଟି କରିଥିଲା। ଜାନୁୟାରୀ ୨୦ରେ ରାଷ୍ଟ୍ରପତି ଜି. ଜିନ୍‌ପିଙ୍ଗ ପ୍ରଥମ ଥର ଲାଗି ଭୂତାଣୁର ଭୟାବହତା ସମ୍ପର୍କରେ ଜନସାଧାରଣଙ୍କୁ ସତର୍କ କରାଇଥିଲେ। ମହାମାରୀ ବିଶେଷଜ୍ଞ ଡା. ଝୋଙ୍ଗ୍‌ ନନ୍‌ଶାନ୍‌ ପ୍ରଥମ ଥର ଲାଗି ମଣିଷରୁ ମଣିଷକୁ ଏହା ବ୍ୟାପେ ବୋଲି ପ୍ରକାଶ କରିଥିଲେ। ଚାଇନାର ଏଭଳି ବିଳମ୍ବ ଯୋଗୁ ଆମେରିକା ସହ ଅନ୍ୟ ବିକଶିତ ଦେଶଗୁଡ଼ିକ ଦୋଷ ଲଦିଛନ୍ତି। ପୂର୍ବରୁ ଭୂତାଣୁ ସମ୍ପର୍କରେ ସତର୍କ କରାଯାଇଥିଲେ ଏଭଳି ମହାମାରୀର ଶିକାର ହେବାକୁ ପଡ଼ି ନଥାନ୍ତା ବୋଲି କୁହାଯାଇଛି। ସାମୋଜିକ ଦୂରତ୍ୱ ରକ୍ଷା, ବହୁଳ ମାସ୍କ ବ୍ୟବହାର ଓ ଡାକ୍ତରୀ ଚିକିତ୍ସା ଫଳରେ ପ୍ରାରମ୍ଭରୁ ଏହାକୁ ରୋକାଯିବା ଲାଗି ସମୂହ ପ୍ରୟାସ କରାଯାଇ ପାରିଥାନ୍ତା ବୋଲି ବହୁମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri