ସତର୍କ କରିବାରେ ବିଫଳ ହୋଇଥିଲା ଚାଇନା

ବେଜିଂ,୧୭।୪: କରୋନା ଭୂତାଣୁ ବିଶ୍ୱରେ ମହାମାରୀର ରୂପ ନେଇଛି। ୨୧୦ ଦେଶ ଏବେ ଏହା କବଳରେ ପଡ଼ି ଛଟପଟ ହେଉଛନ୍ତି। ଚାଇନାରୁ ଆସିଥିବା ଏହି ଭୂତାଣୁ ଏବେ ସମସ୍ତଙ୍କ ମେରୁଦଣ୍ଡ ଭାଙ୍ଗିପକାଇଛି। ପ୍ରାରମ୍ଭରୁ ଏନେଇ ଲୋକଙ୍କୁ ସତର୍କ କରାଯାଇଥିଲେ ସୁଫଳ ମିଳିବାର ସମ୍ଭାବନା ସୃଷ୍ଟି ହୋଇଥାନ୍ତା ବୋଲି କୁହାଯାଉଛି। ଚାଇନା କରୋନା ଭୂତାଣୁର ଭୟାବହତା ସମ୍ପର୍କରେ ପ୍ରଥମେ ଜାଣିଥିଲେ ବି ଲୋକମାନଙ୍କୁ ସତର୍କ କରାଇବାରେ ବିଫଳ ହୋଇଥିଲା।
ଗତବର୍ଷ ଡିସେମ୍ବରରେ ଏହି ଭୂତାଣୁ ଚାଇନାର ଉହାନରେ ପ୍ରଥମେ ଲୋକଙ୍କୁ ଆକ୍ରାନ୍ତ କରିଥିଲା। ଚାଇନାର ବରିଷ୍ଠ ଅଧିକାରୀମାନେ ନୂଆ ଭୂତାଣୁର ଭୟାବହତା ଅନୁଭବ କରିବାର ୬ ଦିନ ପୂର୍ବରୁ ଚନ୍ଦ୍ର ନବବର୍ଷ ପାଳନ ଲାଗି ଉହାନରେ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏଥିରେ ଅନେକ ବିଦେଶ ଫେରନ୍ତା ମଧ୍ୟ ଯୋଗ ଦେଇଥିଲେ। ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ଜାନୁୟାରୀ ୨୦ରେ ଏନେଇ ଲୋକମାନଙ୍କୁ ସତର୍କ କଲାବେଳକୁ ୩ହଜାର ଲୋକ ଭୂତାଣୁରେ ଆକ୍ରାନ୍ତ ହୋଇସାରିଥିଲେ। ୬ ଦିନ ପୂର୍ବରୁ ଚାଇନାର ନ୍ୟାଶନାଲ ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ(ସିଡିସି) ପାଖରେ କୌଣସି ଆକ୍ରାନ୍ତଙ୍କ ତାଲିକା ନ ଥିଲା। ଚାଇନାର ସାମାନ୍ୟ ବିଳମ୍ବ ଯୋଗୁ ଏବେ ସାରା ବିଶ୍ୱ କରୋନା ମହାମାରୀର ଶିକାର ହୋଇ କଲବଲ ହେଉଛି।
ଜାନୁୟାରୀ ୫ରୁ ୧୭ ମଧ୍ୟରେ ଉହାନରେ ଭୂତାଣୁ ଆକ୍ରାନ୍ତଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଏହାପରେ ଜାନୁୟାରୀ ୧୩ରେ ପ୍ରଥମ କରି ବିଦେଶ(ଥାଇଲାଣ୍ଡ)ରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଭୂତାଣୁର ଭୟାବହତା ବାହାରେ ପ୍ରକାଶ ନ କରି ଚାଇନା ଏହାକୁ ଲୁଚାଇ ରଖିଲା। ବିଳମ୍ବରେ ଏନେଇ ସଫେଇ ଦିଆଯାଇଥିଲା। ଏହାଛଡ଼ା ମଣିଷରୁ ମଣିଷକୁ ଏହି ଭୂତାଣୁ ବ୍ୟାପିବାର ଆଶଙ୍କା କମ୍‌ ବୋଲି ଜାନୁୟାରୀ ୧୫ରେ ସିଡିସି ଇମର୍ଜେନ୍ସି ସେଣ୍ଟର ମୁଖ୍ୟ ଲି କୁନ୍‌ଙ୍କ ମନ୍ତବ୍ୟ ଅଧିକ ଜଟିଳ ପରିସ୍ଥିତି ସୃଷ୍ଟି କରିଥିଲା। ଜାନୁୟାରୀ ୨୦ରେ ରାଷ୍ଟ୍ରପତି ଜି. ଜିନ୍‌ପିଙ୍ଗ ପ୍ରଥମ ଥର ଲାଗି ଭୂତାଣୁର ଭୟାବହତା ସମ୍ପର୍କରେ ଜନସାଧାରଣଙ୍କୁ ସତର୍କ କରାଇଥିଲେ। ମହାମାରୀ ବିଶେଷଜ୍ଞ ଡା. ଝୋଙ୍ଗ୍‌ ନନ୍‌ଶାନ୍‌ ପ୍ରଥମ ଥର ଲାଗି ମଣିଷରୁ ମଣିଷକୁ ଏହା ବ୍ୟାପେ ବୋଲି ପ୍ରକାଶ କରିଥିଲେ। ଚାଇନାର ଏଭଳି ବିଳମ୍ବ ଯୋଗୁ ଆମେରିକା ସହ ଅନ୍ୟ ବିକଶିତ ଦେଶଗୁଡ଼ିକ ଦୋଷ ଲଦିଛନ୍ତି। ପୂର୍ବରୁ ଭୂତାଣୁ ସମ୍ପର୍କରେ ସତର୍କ କରାଯାଇଥିଲେ ଏଭଳି ମହାମାରୀର ଶିକାର ହେବାକୁ ପଡ଼ି ନଥାନ୍ତା ବୋଲି କୁହାଯାଇଛି। ସାମୋଜିକ ଦୂରତ୍ୱ ରକ୍ଷା, ବହୁଳ ମାସ୍କ ବ୍ୟବହାର ଓ ଡାକ୍ତରୀ ଚିକିତ୍ସା ଫଳରେ ପ୍ରାରମ୍ଭରୁ ଏହାକୁ ରୋକାଯିବା ଲାଗି ସମୂହ ପ୍ରୟାସ କରାଯାଇ ପାରିଥାନ୍ତା ବୋଲି ବହୁମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

ଗୋଟିଏ ପଟେ ଯୁଦ୍ଧ, ଅନ୍ୟପଟେ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ହୋଇ ପଡିଛନ୍ତି ଟ୍ରମ୍ପଙ୍କ ପୁଅ!

ଓ୍ବାଶିଂଟନ,୫।୪: ଆମେରିକା ଏବଂ ଇରାନ ମଧ୍ୟରେ ସମ୍ଭାବ୍ୟ ସଂଘର୍ଷକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ, ଏକ ନୂତନ ବିବାଦ ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ…

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri