Categories: ଜାତୀୟ

ସଡ଼କ ସୁରକ୍ଷା ପାଇଁ ୭ ଶହ ହେଲମେଟ୍‌ ବାଣ୍ଟିଲେ ଟ୍ରାଫିକ୍‌ ପୋଲିସ: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୯।୬: ସୁଡ଼କ ସୁରକ୍ଷା ନେଇ ଏବେ ଦିଲ୍ଲୀର ଜଣେ ଟ୍ରାଫିକ୍‌ ପୋଲିସ ହେଡ୍‌ କନେଷ୍ଟବଳ ଅଣ୍ଟା ଭିଡ଼ିଛନ୍ତି। ସେ ଇତିମଧ୍ୟରେ ୭ଶହ ହେଲମେଟ୍‌ ମାଗଣାରେ ଲୋକଙ୍କୁ ବାଣ୍ଟିବା ସହିତ ସଚେତନତା ପାଇଁ ଏକ ର଼୍ୟାପ୍‌ ସଙ୍ଗ୍‌ ମଧ୍ୟ ରେକର୍ଡିଂ କରିଛନ୍ତି। ଟ୍ରାଫିକ୍‌ ପୋଲିସ ହେଡ୍‌ କନେଷ୍ଟବଳ ସନ୍ଦୀପ୍‌ ଶାହିଙ୍କ ସ୍ତ୍ରୀଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିବା ପରେ ସେ ସଡ଼କ ସୁରକ୍ଷା ନେଇ ସଚେତନତା କାର୍ଯ୍ୟ ଆରମ୍ଭ କରିଥିଲେ। ସନ୍ଦୀପଙ୍କ ର଼୍ୟାପ୍‌ ସଙ୍ଗ୍‌ ଏବଂ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ତାଙ୍କ ର଼୍ୟାପ୍‌ ସଙ୍ଗ୍‌ ‘ଅପନା ଟାଇମ୍‌ ଆଏଗା’କୁ ସୋସିଆଲ୍‌ ମିଡ଼ିଆରେ ସଭିଏଁ ପସନ୍ଦ କରୁଥିବା କୁହାଯାଉଛି।

Share