Categories: ବାଣିଜ୍ୟ

ସଞ୍ଚୟ ଖାତା ଉପରେ ସୁଧହାର ୦.୨୫ ପ୍ରତିଶତ କମାଇଲା ଏସ୍‌ବିଆଇ: ୪୨ କୋଟି ଗ୍ରାହକ ହେବେ ପ୍ରଭାବିତ

ମୁମ୍ବାଇ,୧୪।୩: ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏକ ବଡ଼ ନିଷ୍ପତ୍ତିି ଗ୍ରହଣ କରାଯାଇଛି। ନିଷ୍ପତ୍ତି ଅନୁସାରେ ବ୍ୟାଙ୍କ ସଞ୍ଚୟ ଖାତାର ଏକ ଲକ୍ଷ ଟଙ୍କା ଜମା ଉପରେ ସୁଧହାର ୦.୨୫ ପ୍ରତିଶତ ହ୍ରାସ କରିବ। ପୂର୍ବରୁ ଏହା ୩.୨୫ ପ୍ରତିଶତ ଥିବାବେଳେ ଏବେ ସୁଧହାର ୩ ପ୍ରତିଶତ ରହିବ। ଏହାଦ୍ୱାରା ଏସ୍‌ବିଆଇର ୪୨ କୋଟି ଗ୍ରାହକ ପ୍ରଭାବିତ ହେବେ ବୋଲି କୁହାଯାଉଛି। ସେହିପରି ବ୍ୟାଙ୍କ ପକ୍ଷରୁ ସ୍ଥାୟୀଜମା ଓ ଋଣ ଉପରେ ସୁଧହାର ହ୍ରାସ କରାଯାଇଛି। ଏସବୁ ଉପରେ ନୂଆ ସୁଧହାର ମାର୍ଚ୍ଚ ୧୦ଠାରୁ ଲାଗୁ ହୋଇଛି।

Share