ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥିପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି। ଏବେଠାରୁ ଦାରିଙ୍ଗବାଡି ସଜେଇ ହେବା ଆରମ୍ଭ ହୋଇଛି। ମହୋତ୍ସବ ପଡିଆ ଓ ମଞ୍ଚର ମରାମତି କରାଯିବା ପାଇଁ ବିଡ଼ିଓ ପ୍ରୀତିରଞ୍ଜନ ରଥ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓ ମରାମତି କାର୍ଯ୍ୟ ଜୋରଦାର କରାଯାଉଛି।
ଦାରିଙ୍ଗବାଡି ଶୀତ ମହୋତ୍ସବ କମିଟିର ସମ୍ପାଦକ ତଥା ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ନେତୃତ୍ୱରେ କମିଟିର କୋଷଧ୍ୟକ୍ଷ ତଥା ତହସିଲଦାର ଧୀରୋଜ ପାତ୍ର, ଅତିରିକ୍ତ ତହସିଲଦାର ଦୁଃଶାସନ ସ୍ବାଇଁ, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଦାରିଙ୍ଗବାଡି ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ,ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ, ସହକାରୀ ଯନ୍ତ୍ରୀ ତୁଷାର ସେଠି,କନିଷ୍ଠ ଯନ୍ତ୍ରୀ ଧିରେନ ସେଠି, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି, ଯୋଗାଣ ନିରୀକ୍ଷକ ନିହାର ରଞ୍ଜନ ବେହେରା, ଏପିଓ କେଦାର ଚନ୍ଦ୍ର ପଣ୍ଡା, ବିପିଏମ ପିଣ୍ଟୁ ନାୟକ, ବିପିସି ଜଗନ୍ନାଥ ରଥ, ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ, ରାଜସୱ ନିରୀକ୍ଷକ ଦୁର୍ଗା ପ୍ରଧାନ, ବରିଷ୍ଠ ନାଗରିକ ମଞ୍ଚ ର ସମ୍ପାଦକ ପତିତପାବନ ରାଉତ ବଣିକ ସଂଘର ସଭାପତି ଲଡ଼ୁ କିଶୋର ସାହୁ, ଉପସଭାପତି ଦିଲୀପ ସାହୁ, ହୋଟେଲ ସଙ୍ଘର ସଭାପତି ଗିରିଶ ଚନ୍ଦ୍ର ସାହୁ,ଓକିଲ ସଙ୍ଘ ର ସଭାପତି ପ୍ରଦୀପ ସାହୁ, ଖ୍ରୀଷ୍ଟିୟାନ ଜନକଲ୍ୟାଣ ସମିତିର ସଭାପତି ସୁନୀଲ ପ୍ରଧାନ, ତିଆଡ଼ି ନାୟକ, ଭାଜପା ମଣ୍ଡଳ ସଭାପତି ମିଟୁ ସାହୁ, ବ୍ରାହ୍ମଣୀଗାଁ ମଣ୍ଡଳ ସଭାପତି ଗଣେଶ ଡାକୁଆ ଓ ତାଙ୍କ ଦଳ, ଭାଜପା ଜିଲା ସମ୍ପାଦକ ଅଜିତ ସାହୁ, ଜିଲା ଉପସଭାପତି ସନ୍ତୋଷ ସାହୁ ଙ୍କ ସମେତ ବିଭିନ୍ନ ଦଳଓ ଅନୁଷ୍ଠାନ ର କର୍ମକର୍ତ୍ତା ଓ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଶତାଧିକ କର୍ମକର୍ତ୍ତା ଏହି ମହୋତ୍ସବ କୁ ସଫଳ କରିବା ପାଇଁ ମୁଖ୍ୟ କମିଟି ଓ ଉପ କମିଟି ଗଠନ କରି ପରିଚାଳନା ଓ ଦୈନିକ ସମୀକ୍ଷା କରୁଛନ୍ତି।
ଏହି ସମ୍ପର୍କିତ ମହୋତ୍ସବ ପୋଷ୍ଟର ଉନ୍ମୋଚନ ପାଇଁ ପ୍ରସ୍ତୁତି ଚାଲିଛି ରବିବାର ସକାଳ ୯ ଟାରେ ପୋଷ୍ଟର ଉନ୍ମୋଚନ କରାଯିବ ବୋଲି ବିଡ଼ିଓ ସୂଚନା ଦେଇଛନ୍ତି। ଏଥିସହ ସମସ୍ତ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଦାରିଙ୍ଗବାଡିର ଯୁବ ବିଡ଼ିଓ ପ୍ରୀତିରଞ୍ଜନ ରଥ ଏହି ମହୋତ୍ସବକୁ ପାଳନର ଦିତୀୟ ବର୍ଷ ହେବ ତାଙ୍କର ଯଥେଷ୍ଟ ଅନୁଭୂତିକୁ ନେଇ ସେ ଦାରିଙ୍ଗବାଡି ଅଞ୍ଚଳର ସମସ୍ତ ସମ୍ପ୍ରଦାୟ, ବିଭିନ୍ନ ଦଳ ଓ ଅଞ୍ଚଳବାସୀଙ୍କୁ ନେଇ ଭାଇଚାରାର ପର୍ବ ତଥା ମହୋତ୍ସବକୁ ସେ ପରିଚାଳନା କରୁଛନ୍ତି। ବିଡ଼ିଓ କହିଛନ୍ତି ଯେ, ଦାରିଙ୍ଗବାଡିର ଭାବାବେଗ ହେଉଛି ଏହି ମହୋତ୍ସବ ତାକୁ ନେଇ ସୁନ୍ଦର ଭାବେ ପରିଚାଳନା କରାଯାଉଛି ବୋଲି ସେ କହିଛନ୍ତି।
Dharitri – Odisha’s No.1 Odia Daily


