ସଜଡ଼ା ଯାଉନି ଟ୍ରାନ୍ସଫର୍ମର

ଝୁମ୍ପୁରା, ୧୩।୫(ଡି.ଏନ.ଏ.)-ବିଦ୍ୟୁତ ବିତରକ କମ୍ପାନୀ ନେସ୍କୋର ମନମୁଖି ନୀତି ସୀମା ଟପିଗଲାଣି। ମେରିରାୟ ନୀତିରେ ବିଦ୍ୟୁତ ଉପଭୋକ୍ତାଙ୍କୁ ସେବା ଯୋଗାଉଥିବା ନେସ୍କୋ କେବଳ ବିଦ୍ୟୁତ ଦେୟ ଆଦାୟରେ ବ୍ୟସ୍ତ ରହୁଥିବାବେଳେ ବିଦ୍ୟୁତ ଉପଭୋକ୍ତାଙ୍କର ସେବା ପାଇଁ ଆଖି ବୁଜି ଦେଇଛି। ପ୍ରବଳ ଗରମ ସହିତ ଅସହ୍ୟ ତାତିରେ ଜନଜୀବନ ଛଟପଟ ହେଉଥିବା ବେଳେ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ ଯୋଗୁ ସାଧାରଣ ଜୀବନ ଦୁର୍ବିଷହ ହୋଇ ପଡୁଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ସୁଧୁରୁନାହିଁ ବିଦ୍ୟୁତ ବିଭାଗ।

ସୂଚନା ଯୋଗ୍ୟ ଝୁମ୍ପୁରାସ୍ଥିତ ନେସ୍କୋର ବିଦ୍ୟୁତ୍‌ ଷ୍ଟ୍ରକଚର୍‌ରେ ୩ଟି ଫିଡର ରହିଛି। ନିୟମ ଅନୁଯାୟୀ ୩ଟି ଫିଡରରେ ୩ଟି ପାୱାର ଟ୍ରାନ୍ସଫର୍ମରରେ କାମ ଚଳାଇ ନିଆ ଯାଉଥିଲା। ୨ମାସ ହେଲା ସେହି ପାୱାର ଟ୍ରାନ୍ସଫର୍ମର ମଧ୍ୟରୁ ଗୋଟିଏ ୩.୧୫ ଏମଭିଏ ପାୱାର ଟ୍ରାନ୍ସଫର୍ମର ପୋଡି ଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ପୋଡିଯାଇଥିବା ପାୱାର ଟ୍ରନ୍ସଫର୍ମରକୁ ଷ୍ଟ୍ରକଚର୍‌ରୁ ହଟାଯାଉନାହିଁ କିମ୍ବା ସଜଡା ଯାଉନାହିଁ। ଏବେ ଗୋଟିଏ ପାୱାର ଟ୍ରାନ୍ସଫର୍ମର ଉପରେ ସମୁଦାୟ ୩ଟି ଫିଡରର ଲୋଡ ଦିଆଯାଇ ବିଦ୍ୟୁତ୍‌ ଯୋଗାଣ ଚାଲିଛି। ଓଭରଲୋଡ ରହୁଥିବାରୁ ବାରମ୍ବାର ବିଦ୍ୟୁତ ସରବରାହ ବନ୍ଦ ହେଉଛି। ଏପରିସ୍ଥଳେ ଯେ କୌଣସି ମୁହୂର୍ତ୍ତରେ ବିଦ୍ୟୁତ ଯୋଗାଣ ଚାଲିଥିବା ପାୱାର ଟ୍ରାନ୍ସଫର୍ମର ପୋଡି ଯିବାର ସମ୍ଭାବନା ସୃଷ୍ଟି ହୋଇଛି। ଏପରି ହେଲେ ଝୁମ୍ପୁରା ଷ୍ଟ୍ରକଚର ଉପରେ ନିର୍ଭରଶୀଳ ଥିବା ୧୦ ହଜାରରୁ ଊର୍ଦ୍ଧ୍ୱ ବିଦ୍ୟୁତ ଉପଭୋକ୍ତା ଅନ୍ଧାରକୁ ଚାଲିଯିବେ। ଏ ନେଇ ପଞ୍ଚାୟତ ପ୍ରତିନିଧିଙ୍କ ସହିତ ବିଦ୍ୟୁତ ଉପଭୋକ୍ତା ବାରମ୍ବାର ନେସ୍କା କର୍ତ୍ତୃପକ୍ଷଙ୍କୁ ଭେଟିଛନ୍ତି ହେଲେ ା କର୍ତ୍ତୃପକ୍ଷ କେବଳ ପ୍ରତିଶ୍ରୁତିରେ କାମ ଚଳାଇ ନେଉଛନ୍ତି।

ଏ ସମ୍ପର୍କରେ କେନ୍ଦୁଝରସ୍ଥିତ ନେସ୍କା ଅଧୀକ୍ଷଣ ଯନ୍ତ୍ରୀ ନାରାୟଣ  ଦାସ ଏବଂ ଯୋଡାସ୍ଥିତ ନେସ୍କୋ ନିର୍ବାହୀ ଯନ୍ତ୍ରୀ ଏ.କେ. ମହାନ୍ତଙ୍କୁ ପଚାରିବାରୁ ସେହି ପୁରୁଣା ପ୍ରତିଶ୍ରୁତି ଦୋହରାଇ କହିଛନ୍ତି ଯେ, ପ୍ରୟାସ ଜାରି ରହିଛି। ଆଉ ଗୋଟିଏ ପାୱାର ଟ୍ରାନ୍ସଫର୍ମର ଲଗାଯିବ। ଅସନ୍ତୁଷ୍ଟ ବିଦ୍ୟୁତ ଉପଭୋକ୍ତା ଜାତୀୟ ରାଜପଥ ଅବରୋଧ କରିବା ପାଇଁ ଜିଲା ପ୍ରଶାସନ ଏବଂ ନେସ୍କୋ କର୍ତ୍ତୃପକ୍ଷଙ୍କୁ ଚେତାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri