ସଚେତନ କରୁଛି ରାପିଡ୍‌ ରେସପନ୍ସ ଟିମ୍‌

ବରଗଡ଼ ଅଫିସ୍‌,୧୮।୪: କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣ ଯୋଗୁ ଦେଶରେ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍‌ ଡାଉନ କଟକଣା ଲାଗୁ କରାଯାଇଛି । ସେହିପରି ସାମାଜିକ ଦୂରତ୍ୱ, ସତର୍କତା ଏବଂ ସଚେତନତା ଅବଲମ୍ବନକୁ ଗୁରୁତ୍ୱ ଦିଆଯାଉଛି । ଏହି କ୍ରମରେ ବରଗଡ଼ ଜିଲାର ପ୍ରତି ବ୍ଲକରେ ରାପିଡ୍‌ ରେସପନ୍ସ ଟିମ୍‌(ଆରଆରଟି) ଗଠନ କରଯାଇଛି । ଉକ୍ତ ଟିମ୍‌ରେ ଜଣେ ଲେଖାଏଁ ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ସ୍ବାସ୍ଥ୍ୟକର୍ମୀ ଏବଂ ଆବଶ୍ୟକସ୍ଥଳେ ସ୍ବୟଂ ସହାୟିକା ଗୋଷ୍ଠିର ଜଣେ ସଦସ୍ୟାଙ୍କୁ ସାମିଲ କରାଯାଇଛି । ଏହି ଟିମ୍‌ ପ୍ରତି ଘରକୁ ପରିଦର୍ଶନରେ ଯାଇ କରୋନା ଉପରେ ସଚେତନତା ସୃଷ୍ଟି କରିବା ସହିତ କରୋନା ସମ୍ପର୍କୀତ ତଥ୍ୟ ସଂଗ୍ରହ କରୁଛନ୍ତି । ଏହା ସହିତ ମାସ୍କ ବ୍ୟବହାର, ସାମାଜିକ ଦୂରତ୍ୱ, ସାବୁନରେ ହାତ ଧୋଇବା ଆଦି ଉପରେ ଲୋକଙ୍କୁ ସଚେତନ କରୁଛନ୍ତି ।