ସଚେତନତା ଅଭାବରୁ ବଢ଼ୁଛି ଦୁର୍ଘଟଣା

ଦାରିଙ୍ଗବାଡ଼ି,୯।୬(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ସଚେତନତା ଅଭାବ ଓ ଯାତ୍ରୀ ପରିବହନରେ ଅବ୍ୟବସ୍ଥା ଯୋଗୁ ଦୁର୍ଘଟଣା ବଢ଼ୁଛି। କେଉଁଠି ବସ୍‌ରେ ଆବଶ୍ୟକତା ଠାରୁ ଅଧିକା ଯାତ୍ରୀ ବୋହି ନେବାକୁ ପଡ଼ୁଛି ତ ଆଉ କେଉଁଠି ଅଟୋରେ ଯାତ୍ରୀ ଓ ବିଦ୍ୟାଳୟକୁ ଛାତ୍ରୀଛାତ୍ରଙ୍କୁ ନିଆଯାଉଥିବା ଦେଖିବାକୁ ମିଳୁଛି । ସେହିପରି ଶ୍ରମିକ କାର୍ଯ୍ୟ କରୁଥିବା ବିଭିନ୍ନ ଠିକା ସଂସ୍ଥାର ଗାଡ଼ି ଯଥା ଟ୍ରାକ୍ଟର, ଜେସିବି ମେଶିନରେ ଆଦିରେ ଅତି ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି। ପ୍ରତିଦିନ ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ସ୍ଥାନୀୟ ପୋଲିସ ପକ୍ଷରୁ ଯାନବାହନ ଯାଞ୍ଚ ହେଉଥିଲେ ମଧ୍ୟ ଲୋକେ ସଚେତନ ହେଉନାହାନ୍ତି। ଅନେକ ସମୟରେ ଯୁବପୀଢ଼ି ବାଇକ୍‌ରେ ଷ୍ଟଣ୍ଟ ପ୍ରଦର୍ଶନ କରି ଦୁର୍ଘଟଣାର ଶିକାର ହେଉଛନ୍ତି। ଯାତ୍ରୀବାହି ଗାଡ଼ିଗୁଡ଼ିକ ପ୍ରତିଦ୍ୱନ୍ଦିତା କରି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସମୟରେ ପୋଲିସ ପକ୍ଷରୁ ଆମ ପୋଲିସ ସମିତି ବୈଠକ ସମୟରେ ଟ୍ରାଫିକ ସମସ୍ୟାକୁ ନେଇ ଆଲୋଚନା କରାଯାଉଛି। ହେଲେ ଫଳ ଶୁନ । ବିପର୍ଯ୍ୟସ୍ଥ ପରିବହନକୁ ସୁଧାରିବା ପାଇଁ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବା ଆବଶ୍ୟକ ହେଉଛି ବୋଲି ଦାରିଙ୍ଗବାଡ଼ିର ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ସେହିପରି ଉକ୍ତ ଅଞ୍ଚଳରେ ଦିନକୁ ଦିନ ଯାନବାହାନ ବୃଦ୍ଧି ପାଉଛି । ଦାରିଙ୍ଗବାଡ଼ି ଦେଇ ୫୯ନଂ ଜାତୀୟରାଜପଥ ଯାଇଥିବାରୁ ଦୈନିକ ଶହଶହ ଗାଡ଼ିମୋଟର ଭାରିଯାନ ଯାତାୟତ କରୁଛି । ଟ୍ରାକ୍ଟର, ହାଇୱା ଗୁଡ଼ିକରେ ଗୋଡି, ପଥର ବାଲି ଆଦି ବୋଝେଇ ହୋଇ ଯାଉଛି। ଆବଶ୍ୟକଠାରୁ ଅଧିକ ଲୋଡ଼ ହେଉଥିବାରୁ ସେଗୁଡ଼ିକ ରାସ୍ତାରେ ପଡ଼ି ଅନେକ ସମୟରେ ଦୁର୍ଘଟଣାର କାରଣ ହେଉଛି। ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକ ପୋଲିସର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଥି ପ୍ରତି ଦୃଷ୍ଟି ଦେବା ସହ ଟ୍ରାଫିକ ସମସ୍ୟା ଦୁର କରିବାକୁ ବ୍ୟାପକ ପଦକ୍ଷେପ ନେବା ଜରୁରୀ ବୋଲି ସାମାଜିକ କର୍ମୀ ସୁରେଶ ବଳିଆର ସିଂ, ବାବୁଲା ଦିଗାଳ ପ୍ରମୁଖ ଦାବି କରିଛନ୍ତି। ଏ ନେଇ ଦାରିଙ୍ଗବାଡ଼ି ଥାନାର ଟ୍ରାଫିକ ନିୟନ୍ତ୍ରଣ ପାଇଁ ଯାନବାହନ ଯାଞ୍ଚ କରୁଥିବା ସବଇନ୍ସପେକ୍ଟର ସୌମ୍ୟରଞ୍ଜନ ଜେନା କହିଛନ୍ତି, ଯାଞ୍ଚ ବେଳେ ମଦ୍ୟପ ଗାଡ଼ିଚାଳକ ସମେତ ଦ୍ରୁତ ଗତି ବାଇକ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସକୁ ରବ୍ଦ କରାଯାଉଛି। ଆବଶ୍ୟକଠାରୁ ଅଧିକ ଯାତ୍ରୀ ନେଉଥିବା ଅଟୋରୁ ଜରିମାନା ଆଦାୟ କରାଯାଉଛି। ଚଳିତ ମାସରେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇଥିବା ସେ କହିଛନ୍ତି। ଲୋକେ ସଚେତନ ହେଲେ ଦୁର୍ଘଟଣା ହେବନି ବୋଲି ସେ କହିଛନ୍ତି।
(((ଫଟୋ ))) ସିମନବାଡ଼ି ଅଞ୍ଚଳରେ ଏକ ଜେସିବିରେ ଶ୍ରମିକମାନେ ବିପଦପୂର୍ଣ୍ଣ ଭାବେ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri