ସଚେତନତାକୁ ଗୁରୁତ୍ୱ ଦେଲେ ରେଳ କର୍ତ୍ତୃପକ୍ଷ:ଟ୍ରେନ୍‌ରେ ଯାତ୍ରୀଙ୍କୁ କମ୍ବଳ ମନା

ଭୁବନେଶ୍ୱର,୧୫।୩ (ବ୍ୟୁରୋ): ବିଭିନ୍ନ ରେଳ ଷ୍ଟେଶନ ଦେଇ ବାହାର ରାଜ୍ୟରୁ ଲୋକେ ଓଡ଼ିଶାକୁ ପ୍ରବେଶ କରୁଛନ୍ତି। ହେଲେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ ପାଇଁ ଏଯାଏ କୌଣସି ବି ରେଳ ଷ୍ଟେଶନରେ ସ୍କ୍ରିନିଂ କିମ୍ବା ଅନ୍ୟ କୌଣସି ବ୍ୟବସ୍ଥା ନାହିଁ। ଏପରିସ୍ଥଳେ ଶନିବାର ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ସଂକ୍ରମଣ ରୋକିବାକୁ ସଚେତନତା ସହ କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଭୁବନେଶ୍ୱର ରେଳ ଷ୍ଟେଶନ ନିର୍ଦ୍ଦେଶକ ଚିତ୍ତରଞ୍ଜନ ନାୟକ କହିଛନ୍ତି, ଷ୍ଟେଶନ ଓ ଟ୍ରେନ୍‌ରେ ଯାତ୍ରୀଙ୍କ ପାଇଁ କଟକଣା ଜାରି କରାଯାଇଛି। ଷ୍ଟେଶନ ପରିସର ଓ ପ୍ଲାଟଫର୍ମରେ ଛେପ ପକାଇବାକୁ ବାରଣ କରାଯାଇଛି। ଏପରି କି ଅନେକ ସମୟରେ ଯାତ୍ରୀମାନେ ମୋବାଇଲ୍‌ ଫୋନ୍‌ରେ କଥାହେବାବେଳେ ଇୟରଫୋନ୍‌ ତାରକୁ ପାଟିରେ କାମୁଡି ଧରିଥାନ୍ତି। ଏଥିଯୋଗୁ କରୋନା ଭାଇରସ ସଂକ୍ରମଣର ଆଶଙ୍କା ରହିଥିବାରୁ ଏଭଳି ନ କରିବାକୁ ଯାତ୍ରୀଙ୍କୁ ବାରଣ କରାଯାଇଛି। ଏହାସହ ଟ୍ରେନ୍‌ ଭିତରେ ଲାଗିଥିବା ହ୍ୟାଣ୍ଡ୍‌ ଷ୍ଟାଣ୍ଡକୁ ନ ଧରିବା, ଅନ୍ୟ ଯାତ୍ରୀଙ୍କୁ ନ ଛୁଇଁବା, ପାଖାପାଖି ନ ବସିବାକୁ ପରାମର୍ଶ ଦିଆଯାଇଛି। ସବୁଠୁ ବଡ଼ କଥା ହେଲା ଏସି ବଗିରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ମିଳୁଥିବା କେତେକ ସୁବିଧାକୁ ପରବର୍ତ୍ତନ କରାଯାଇଛି। ଏସିର ମାତ୍ରା ହ୍ରାସ କରାଯାଇଥିବାବେଳେ ଯାତ୍ରୀଙ୍କୁ ଦିଆଯାଉଥିବା କମ୍ବଳ ବନ୍ଦ କରିଦିଆଯାଇଛି। ଏସି ବଗିରେ ଲାଗିଥିବା ଡୋରସ୍କ୍ରିନ୍‌କୁ କାଢ଼ି ଦିଆଯାଇଛି। ଷ୍ଟେଶନ ଓ ଟ୍ରେନ୍‌ ଭିତରକୁ ସଫା ରଖାଯିବ। ଏହାସହ ଟ୍ରେନରେ ଥିବା ଟଏଲେଟକୁ ମଧ୍ୟ ନିୟମିତ ଅର୍ଥାତ୍‌ ପ୍ରତି ଷ୍ଟେଶନରେ ଭଲଭାବେ ସଫା କରାଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଯାତ୍ରୀଙ୍କୁ ସଚେତନ କରିବା ପାଇଁ ଟ୍ରେନ ପହଞ୍ଚତ୍ବା ଓ ଛାଡ଼ିବା ସମୟରେ ଡାକବାଜିରେ ପ୍ରତି ୫ ମିନିଟରେ ପ୍ରଚାର କରାଯାଉଛି। ଯାତ୍ରୀମାନେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ କ’ଣ କରିବାକୁ ପଡ଼ିବ ସେଥିପ୍ରତି ସଚେତନ କରାଯାଉଛି। ଏହାସହ ରେଲ୍‌ଓ୍ବେ କର୍ମଚାରୀମାନେ ଷ୍ଟେଶନରେ ଯାତ୍ରୀଙ୍କୁ ସଚେତନତା ବାର୍ତ୍ତା ଥିବା ଲିଫ୍‌ଲେଟ୍‌ ପ୍ରଦାନ କରୁଛନ୍ତି। ପ୍ରତିଦିନ ଷ୍ଟେଶନ ଦେଇ ହଜାର ହଜାର ଲୋକ ଯିବାଆସିବା କରୁଥିବାରୁ ଓ ଏଠାରେ ସ୍କ୍ରିନିଂ ବ୍ୟବସ୍ଥା ନ ଥିବାରୁ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା କଷ୍ଟକର। ତେଣୁ ସଚେତନତା ଉପରେ ଗୁରୁତ୍ୱ ଦିଆଯାଉଥିବା ଷ୍ଟେଶନ ନିର୍ଦ୍ଦେଶକ ଚିତ୍ତରଞ୍ଜନ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri